Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ଆମେରିକା ମିଳିତ ଭାବେ ନଭେମ୍ବର 2017ରେ ହାଇଦ୍ରାବାଦରେ ଆୟୋଜନ କରିବେ ବିଶ୍ଵ ଉଦ୍ଯୋଗ ଶିଖର ବୈଠକ


ଅଗ୍ରଣୀ ବୈଶ୍ଵିକ ଉଦଯୋଗୀ ଓ ଷ୍ଟାର୍ଟ-ଅପ ସଂସ୍ଥାଙ୍କୁ ଏକତ୍ର କରିବାର ସୁଯୋଗ ଆଣିବ ହାଇଦ୍ରାବାଦ ସମ୍ମିଳନୀ – ପ୍ରଧାନମନ୍ତ୍ରୀ

 

ଭାରତ ଓ ଆମେରିକା ମିଳିତ ଭାବେ ହାଇଦ୍ରାବାଦଠାରେ ବିଶ୍ୱ ଉଦ୍ଯୋଗ ଶିଖର ସମ୍ମିଳନୀ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଆଗାମୀ ନଭେମ୍ବର 28 ରୁ 30 ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । 

ଏହି ସମ୍ମିଳନୀ ସଂପର୍କରେ କେତେଗୁଡ଼ିଏ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି –

“ଭାରତ ଓ ଆମେରିକା ମିଳିତ ଭାବେ ହାଇଦ୍ରାବାଦଠାରେ ଚଳିତ ବର୍ଷ ନଭେମ୍ବର 28 ରୁ 30 ପର୍ଯ୍ୟନ୍ତ ବିଶ୍ୱ ଉଦ୍ଯୋଗ ଶିଖର ସମ୍ମିଳନୀ ଆୟୋଜନ କରିବେ ।

ଏହି ସମ୍ମିଳନୀ ଉଦ୍ଯୋଗୀ ତଥା ଷ୍ଟାର୍ଟ-ଅପମାନଙ୍କୁ ବିଶ୍ୱର ପ୍ରମୁଖ ଉଦ୍ୟୋଗୀମାନଙ୍କ ସହ ଏକତ୍ର କରାଇବାର ଏକ ଅପୂର୍ବ ସୁଯୋଗ ଆଣିଦେବ ।

ଆମେରିକା ପକ୍ଷରୁ ଏହି ସମ୍ମିଳନୀରେ ଶ୍ରୀମତୀ ଇଭାଙ୍କା ଟ୍ରମ୍ପଙ୍କ ନେତୃତ୍ଵରେ ମାର୍କିନ୍ ପ୍ରତିନିଧି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ସୁଶ୍ରୀ ଟ୍ରମ୍ପଙ୍କ ଭାରତ ଆଗମନକୁ  ସେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।