ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିତ ଭାବେ ଡ଼ାକଟିକଟ ଜାରି ସକାଶେ ଭାରତ ଓ ଆର୍ମେନିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।
ଏହି ବୁଝାମଣା ପତ୍ରର ସର୍ତ୍ତାନୁସାରେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ଡ଼ାକ ବିଭାଗ ଏବଂ ଆର୍ମେନିଆର ଡ଼ାକ ବିଭାଗ (ହେ ପୋଷ୍ଟ) ମଧ୍ୟରେ ମିଳିତ ଭାବେ ଏକ ଡାକ ଟିକେଟ ଜାରି ପାଇଁ ସମ୍ମତି ପ୍ରକାଶ ପାଇଛି । ଏଥିପାଇଁ ‘ନୃତ୍ୟ’କୁ ଶୀର୍ଷକ ଭାବେ ରଖାଯାଇଛି । 2018 ମସିହା ଅଗଷ୍ଟ ମାସରେ ଏହି ମିଳତ ଡାକ ଟିକେଟ ଜାରି କରାଯାଇଛି । ଏହି ସ୍ମାରକୀ ଡାକ ଟିକେଟରେ ଭାରତର ମଣିପୁରୀ ନୃତ୍ୟ ଏବଂ ଆର୍ମେନିଆର ହୋବ୍ ଆରେକ୍ ନୃତ୍ୟର ଚିତ୍ର ପ୍ରଦର୍ଶନ କରାଯାଇଛି ।