Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଇଟାଲୀ ଟେକ୍ନୋଲଜି ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଭାରତ-ଇଟାଲୀ ଟେକ୍ନୋଲଜି ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଇଟାଲୀ ପ୍ରଯୁକ୍ତି ବିଦ୍ୟା ଶିଖର ସମ୍ମିଳନୀକୁ ସମ୍ବୋଧ କରିଥିଲେ  । ଏହି ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ଶ୍ରୀ ଜ୍ୟୁସେପେ କାଣ୍ଟେ ମଧ୍ୟ ଉପସ୍ଥିତ ଥିଲେ  ।

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଭାରତ-ଇଟାଲୀ ଔଦ୍ୟୋଗିକ ଅନୁସନ୍ଧାନ ଏବଂ ବିକାଶ ସହଯୋଗ କାର୍ଯ୍ୟକ୍ରମର ଆଗାମୀ ପର୍ଯ୍ୟାୟ ଶୁଭାରମ୍ଭ କରିବାର ଘୋଷଣା କରିଥିଲେ  । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆମ ଉଦ୍ୟୋଗ ଏବଂ ଅନୁସନ୍ଧାନ ସଂସ୍ଥାନ ନୂତନ ଉତ୍ପାଦଗୁଡିକୁ ବିକଶିତ କରିବାରେ ସମର୍ଥ ହୋଇପାରିବେ  ।

ପ୍ରଧାନମନ୍ତ୍ରୀ ପ୍ରଯୁକ୍ତି ବିଦ୍ୟାର ମୂଲ୍ୟ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଭାରତ ସାମାଜିକ ନ୍ୟାୟ, ଶସକ୍ତିକରଣସାମଗ୍ରିକ  ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଏକ ମାଧ୍ୟମ ଭାବେ ଉଭା ହୋଇଛି  । ସେ କହିଥିଲେ ଯେ ସରକାର ଅନ୍ତିମ ଲୋକମାନଙ୍କ ପାଖରେ ଉତ୍ତମ ଢଙ୍ଗରେ ବା ପ୍ରଭାଶାଳୀ ଭାବେ ସେବା ଯୋଗାଇଦେବାକୁ ସୁନିଶ୍ଚିତ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶର ନାଗରିକମାନଙ୍କ ମଧ୍ୟରେ ବୈଜ୍ଞାନିକ କୌଶଳ ସହିତ ପ୍ରଯୁକ୍ତି ବିଦ୍ୟାର ବୃଦ୍ଧି କରିବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି  । ଏହି ବିଷୟରେ ସେ ଅଟଳ ନବାଚାର ମିଶନ ଏବଂ ଉମଙ୍ଗ ଆପ ସହିତ ଦେଶରେ ଥିବା ତିନି ଲକ୍ଷ ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ ସେଣ୍ଟର)ର ମଧ୍ୟ ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଏହି ପ୍ରଯୁକ୍ତି ବିଦ୍ୟାର ସମାଧାନଗୁଡିକ ଦ୍ୱାରା ସରକାରୀ ସେବାଗୁଡିକ ନାଗରିକମାନଙ୍କ ଘର ପର୍ଯ୍ୟନ୍ତ ଉପଲବ୍ଧ କରିହେଉଛି  ।

ଭାରତର ମହାକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚମାନ ସଂପନ୍ନ ସହିତ ନୂତନତ୍ୱର ଏକ ସଠିକ ଉଦାହରଣ  । ସେ କହିଥିଲେ ଯେ ଭାରତ ଏବେ ଇଟାଲୀ ସହିତ ଅନେକ ଦେଶଉପଗ୍ରହକୁ ମହାକାଶ ପଠାଇବାରେ ସମର୍ଥ ହୋଇପାରିଛି ଏବଂ ଏହା ସହିତ ଅତି କମ ଖର୍ଚ୍ଚରେ ଅଭିନବ ସମାଧାନ ମଧ୍ୟ କରିବା କ୍ଷେତ୍ରରେ ଭାରତର କ୍ଷମତାକୁ ପ୍ରଦର୍ଶୀତ କରୁଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲାଇଫ ଷ୍ଟାଇଲ ଆକ୍ସେସରୀଜ ଡିଜାଇନ କ୍ଷେତ୍ରରେ ଭାରତ ଏବଂ ଇଟାଲୀ ମଧ୍ୟରେ ସହଯୋଗ ବୃଦ୍ଧି ସନ୍ତୋଷଜନକ  । ସେ କହିଥିଲେ ଯେ ଚମଡା, ପରିବହନ ଏବଂ ଅଟୋମୋବାଇଲ ଡିଜାଇନ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଉଛି  ।

 

**********