ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ଇଥିଓପିଆ ମଧ୍ୟରେ ସୂଚନା, ଯୋଗାଯୋଗ ଏବଂ ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ସୂଚନା, ଯୋଗାଯୋଗ ଏବଂ ଗଣମାଧ୍ୟମର ବୃଦ୍ଧି ପାଉଥିବା ପ୍ରଭାବକୁ ସୂଚନାର ପ୍ରସାର ଉପଯୋଗ କରିବା ଏବଂ ଦୁଇ ଦେଶର ସାମଗ୍ରୀକ ବିକାଶ ପାଇଁ ଏହାର ବ୍ୟବହାର କରିବା । ଏହା ବିନିମୟ କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ନାଗରିକ ଠାରୁ ନାଗରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ସୂଚନା, ଯୋଗାଯୋଗ ଏବଂ ଗଣମାଧ୍ୟମ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଚଳନ ଏବଂ ନବସୃଜନ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବ ।
ଏହି ବୁଝାମଣାପତ୍ର ଦ୍ୱାରା ରେଡିଓ, ମୁଦ୍ରଣ ଗଣମାଧ୍ୟମ, ଟେଲିଭିଜନ, ସୋସିଆଲ ମିଡିଆ ଭଳି ଗଣଯୋଗାଯୋଗ ମାଧ୍ୟମରେ ଆଦି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ ଏବଂ ଦୁଇ ଦେଶ ମଧ୍ୟରେ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱର ଅଧିକ ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ଏହି ବୁଝାମଣାପତ୍ର ସଂସ୍ଥାଗତ ଫ୍ରେମୱାର୍କ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳର ବିନିମୟ, ସେମାନଙ୍କୁ ସର୍ବୋତ୍ତମ ପଦ୍ଧତିରୁ ଶିକ୍ଷା ହାସଲ କରିବା, ସମନତା ଏବଂ ସମ୍ପୂର୍ଣ୍ଣତାର ସୁଯୋଗ ଉପଲବ୍ଧ କରାଇବ ।
**********