ପିଏମଇଣ୍ଡିଆ
ଭାରତ ଏବଂ ପୋର୍ତ୍ତୁଗାଲ ମଧ୍ୟରେ ମିଳିତ ଡାକ ଟିକଟ ବ୍ୟବସ୍ଥା ଚାଲିବ । ମଙ୍ଗଳବାର (05.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକକୁ ଏହା ଅବଗତ କରାଯାଇଛି ।
ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଅତି ଉତ୍ତମ ଦ୍ୱିପାକ୍ଷିକ ସଂପର୍କ ବଳବତ୍ତର ରହିଛି । ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ନିମନ୍ତେ ଅନେକ ମଞ୍ଚ ସୃଷ୍ଟି କରାଯାଉଛି । ଏଭଳି ସହଯୋଗ ଉଭୟ ଦେଶ ପାଇଁ ଫଳପ୍ରଦ ଓ ମଙ୍ଗଳକର ହୋଇପାରିଛି । ଆଗାମୀ ବର୍ଷ ମାନଙ୍କରେ ଉଭୟ ଦେଶ ମଧ୍ୟରେ ଥିବା ସମ୍ବନ୍ଧ ଦୃଢରୁ ଦୃଢତର ହୋଇପାରିବ । ଏହି ମିଳିତ ପ୍ରସଙ୍ଗ ଉଭୟ ଦେଶର ଡାକ ବିଭାଗ ପକ୍ଷରୁ ଡାକ ଟିକେଟ୍ ପ୍ରସ୍ତୁତି ପାଇଁ ସହାୟକ ହେବ ।