ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଡକ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତଥା ଅଷ୍ଟ୍ରିଆର ପରିବହନ, ନବାଚାର ଏବଂ ବୈଷୟିକ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ପ୍ରଭାବ:
ଏହି ବୁଝାମଣା ଜରିଆରେ ଦୁଇ ଦେଶ ମଧ୍ୟରେ ସଡକ ପରିବହନ, ସଡ଼କ/ରାଜମାର୍ଗ ମୌଳିକ ଭିତ୍ତିଭୂମି ବିକାଶ, ପ୍ରବନ୍ଧନ ଏବଂ ପ୍ରଶାସନ ତଥା ସଡ଼କ ସୁରକ୍ଷା ଏବଂ ଆଧୁନିକ ପରିବହନ ପ୍ରଣାଳୀ ପାଇଁ ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରଭାବୀ ରୂପରେଖ ପ୍ରସ୍ତୁତ କରାଯାଇ ପାରିବ । ଏହା ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦୀର୍ଘ ସମୟରୁ ଚାଲି ଆସୁଥିବା ମଜଭୁତ ଦ୍ୱିପାକ୍ଷିକ ସମ୍ବନ୍ଧ ଆହୁରି ପ୍ରଗାଢ଼ ହୋଇପାରିବ । ଏତଦବ୍ୟତୀତ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବ୍ୟବସାୟ ଏବଂ ଆଂଚଳିକ ନିକଟତା ମଧ୍ୟ ବୃଦ୍ଧି ପାଇବ ।
ଲାଭ:
ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ସଡକ ପରିବହନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବା ଦ୍ୱାରା ସଡକ ସୁରକ୍ଷା ତଥା ଏହି କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ସମ୍ଭାବନାକୁ ବଳ ମିଳିବ । ପରିବହନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଥମରୁ ଗଢ଼ି ଉଠିଥିବା ସମ୍ବନ୍ଧ ଅଧିକ ପ୍ରଗାଢ଼ ହୋଇ ପାରିବ ।
**********