Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ନାଇଜେରିଆ ମଧ୍ୟରେ ସଂଶୋଧିତ ବିମାନ ସେବା ରାଜିନାମାକୁ କ୍ୟାବିନେଟ ସ୍ଵୀକୃତି


ଭାରତ ଓ ନାଇଜରିଆ ମଧ୍ୟରେ ସଂଶୋଧିତ ବିମାନ ସେବା ରାଜିନାମା ସ୍ଵାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ଵୀକୃତି ମିଳିଛି । ପୂର୍ବରୁ ଦୁଇ ଦେଶ ମଧ୍ୟରେ ୧୯୭୮ ମସିହା ଜାନୁଆରୀ ୩୧ ତାରିଖରେ ଏ ସଂକ୍ରାନ୍ତ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ତେବେ ବର୍ତ୍ତମାନର ଅନ୍ତରାଷ୍ଟ୍ରୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ର ସର୍ତ୍ତାବଳୀ ଅନୁସାରେ ଏହି ରାଜିନାମାରେ ସଂଶୋଧନର ଆବଶ୍ୟକତା ଅନୁଭୂତ ହୋଇଥିଲା । ଏହାଦ୍ଵାରା ଉଭୟ ରାଷ୍ଟ୍ର ମଧ୍ୟରେ ବିମାନ ସଂଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହୋଇପାରିବ ।

ସଂଶୋଧିତ ରାଜିନାମା ଭାରତ ଓ ନାଇଜେରିଆ ମଧ୍ୟରେ ବେସାମରିକ ବିମାନ ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରେ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର, ନିବେଶ, ପର୍ଯ୍ୟଟନ ଓ ସାଂସ୍କୃତିକ ଭାବ ଆଦାନପ୍ରଦାନ ଆହୁରି ବ୍ୟାପକ ହୋଇପାରିବ ।

ଏହି ସଂଶୋଧିତ ବିମାନ ସେବା ରାଜିନାମାର ପ୍ରମୁଖ ବୈଶିଷ୍ଟ୍ୟମାନ ହେଲା : –

୧. ଉଭୟ ରାଷ୍ଟ୍ର ଏକ ଅଥବା ଏକାଧିକ ଏୟାରଲାଇନକୁ ପରସ୍ପରର ଅଞ୍ଚଳ ମଧ୍ୟରେ ଚଳାଚଳ ଲାଗି ନିର୍ଦ୍ଧାରଣ କରିବେ ।

୨. କୌଣସି ପକ୍ଷର ନିର୍ଦ୍ଧାରିତ ଏୟାରଲାଇନ ସଂସ୍ଥା ଅପରପକ୍ଷ ରାଷ୍ଟ୍ରରେ ତାଙ୍କର ବିମାନସେବା କାର୍ଯ୍ୟାଳୟ ଖୋଲିବାକୁ ଅଧିକାର ପ୍ରାପ୍ତ ହେବେ ଏବଂ ବିମାନସେବାର ପ୍ରସାର ଓ ଟିକଟ ବିକ୍ରୟ ସେବା ଆରମ୍ଭ କରିପାରିବେ ।

୩. ଦୁଇ ରାଷ୍ଟ୍ର ମଧ୍ୟରେ ଯେତେ ସଂଖ୍ୟକ ପରିବହନ ବିମାନ ଚଳାଚଳ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ତଦନୁସାରେ ଯେକୌଣସି ଧରଣର ବିମାନକୁ ତୃତୀୟ, ଚତୁର୍ଥ ଓ ପଂଚମ ଚଳାଚଳ ଅଧିକାର ମିଳିବ ।

୪. ନିର୍ଦ୍ଧାରିତ ବିମାନସେବା ସଂସ୍ଥା ସହମତ ଭିତ୍ତିରେ ସାଧାରଣ ସ୍ତରରେ ବ୍ୟବସାୟିକ କାରବାରକୁ ଆଧାର କରି ସେମାନଙ୍କ ବିମାନ ଚଳାଚଳ ସମ୍ପର୍କରେ ସ୍ଥିର କରିବେ ।

୫. ନିର୍ଦ୍ଧାରିତ ବିମାନସେବା ସଂସ୍ଥାମାନେ ନିର୍ଦ୍ଧାରିତ ବିମାନସେବା ସଂସ୍ଥାଙ୍କ ସେହି ପକ୍ଷ ବା ଅନ୍ୟପକ୍ଷଙ୍କ ସହ ସହଯୋଗୀ ବ୍ୟବସାୟିକ ବ୍ୟବସ୍ଥା ଗ୍ରହଣ କରିପାରିବେ ।

୬. ନୂତନ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ପକ୍ଷ ଅନ୍ୟ ରାଷ୍ଟ୍ରକୁ ସପ୍ତାହକୁ ବିନିର୍ଦ୍ଦିଷ୍ଟ ମାର୍ଗ ତାଲିକାରେ ପ୍ରତି ଦିଗକୁ ସର୍ବାଧିକ ସାତଥର ବିମାନ ଉଡାଣ କରିପାରିବେ ।

୭. ଏତଦବ୍ୟତୀତ, ନୂତନ ଏଏସଏର ବିମାନ ଚଳାଚଳ ଅନୁମତି ବାତିଲ ତଥା ରଦ୍ଦ କରାଯାଇପାରିବ । ପୁନଶ୍ଚ ରାଜି ହୋଇଥିବା ସେବାସଂସ୍ଥାଙ୍କ ବିମାନ ଉଡାଣ ନୀତି, ମାର୍ଗ ବିବିଧତା, ବ୍ୟବସାୟିକ ସୁଯୋଗ ବିମାନ ଚଳାଚଳ ସୁରକ୍ଷା ଓ ନିରାପତ୍ତା ଆଦି ଭାରତୀୟ ଏଏସଏ ମଡେଲ ଅନୁସାରେ ନିୟନ୍ତ୍ରିତ ହେବ ।

*********