Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ପର୍ତ୍ତୁଗାଲ : ଗଭୀର ସମୁଦ୍ରଠାରୁ ସୁଦୂର ମହାକାଶ ପର୍ଯ୍ୟନ୍ତ ସହଯୋଗ ସ୍ଥାପନ

ଭାରତ ଓ ପର୍ତ୍ତୁଗାଲ : ଗଭୀର ସମୁଦ୍ରଠାରୁ ସୁଦୂର ମହାକାଶ ପର୍ଯ୍ୟନ୍ତ ସହଯୋଗ ସ୍ଥାପନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲିସବନ ଗସ୍ତ ଅବସରରେ ଭାରତ-ପର୍ତ୍ତୁଗାଲ ମହାକାଶ ସହଯୋଗ ଏବଂ ଭାଗିଦାରୀତାଭିତ୍ତିକ ଗବେଷଣା ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଫଳରେ ପର୍ତ୍ତୁଗାଲ ସହ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ ବୃଦ୍ଧି ପାଇବ । ଆଜୋର୍ସ ଦ୍ୱୀପପୁଞ୍ଜ ଠାରେ ଏକ ନବସୃଜନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଏହା ସହାୟକ ହେବ । ଏହା ଆଟଲାଣ୍ଟିକ ଅନ୍ତରାଷ୍ଟ୍ରୀୟ ଗବେଷଣା କେନ୍ଦ୍ର ଭାବେ ନାମିତ ହେବ ।

ଏହି କେନ୍ଦ୍ର ଆଟଲାଣ୍ଟିକ କ୍ଷେତ୍ର ବହିର୍ଭୁତ ରାଷ୍ଟ୍ରମାନଙ୍କ ମଧ୍ୟରେ ଗବେଷଣା, ନବସୃଜନ ଓ ଜ୍ଞାନ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ସହ ଉତ୍ତର-ଦକ୍ଷିଣ ଗୋଲାର୍ଦ୍ଧ ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏତଦବ୍ୟତୀତ ଉଭୟ ରାଷ୍ଟ୍ର ମଧ୍ୟରେ ଗବେଷଣା ଓ ଶୈକ୍ଷିକ ସଂଗଠନ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ନେଟୱାର୍କ ସୃଷ୍ଟି କରାଯିବ । ଉଚ୍ଚତର ଗବେଷଣାତ୍ମକ ପରିବେଶ ସୃଷ୍ଟି ଓ ନୂତନ ପାରିବେଶିକ, ଭୂପୃଷ୍ଠ, ମହାକଶ ତଥା ସାମୁଦ୍ରିକ ଗବେଷଣା ପାଇଁ ମଧ୍ୟ ଏହା ପଥ ଉନ୍ମୁକ୍ତ କରିବ ।

ମହାକାଶ ପ୍ରସଙ୍ଗରେ, ଆଗାମୀ ପିଢ଼ିର ନାନୋ ଏବଂ ମାଇକ୍ରୋ ସାଟେଲାଇଟର ବିକାଶ ଓ ସହଯୋଗ କାର୍ଯ୍ୟକ୍ରମ ସାମିଲ ରହିଛି । ସାମୁଦ୍ରିକ ବିଜ୍ଞାନ କ୍ଷେତ୍ରରେ, ଭାରତ ଆଟଲାଣ୍ଟିକ ମହାସାଗର କ୍ଷେତ୍ରର ପାରିବେଶିକ ଓ ସାମୁଦ୍ରିକ ଗତିବିଧି ଅଧ୍ୟୟନ କରିବା ସହ ଏହା ଭାରତୀୟ ମୌସୁମୀ ଓ ପାଣିପାଗ ଉପରେ କି ପ୍ରକାର ପ୍ରଭାବ ପକାଉଛି ସେ ଦିଗରେ ଅଧିକ ଅଧ୍ୟୟନ କରାଯିବ ।