Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏମ୍ଓୟୁକୁ କ୍ୟାବିନେଟ ମଞ୍ଜୁରି


ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ଏମ୍ଓୟୁ ନୂଆଦିଲ୍ଲୀରେ 2017 ଜାନୁୟାରୀ 6 ତାରିଖରେ ସ୍ୱାକ୍ଷରିତ ହୋଇଥିଲା ।

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ଏମ୍ଓୟୁ ସହାୟକ ହେବ । ନୂତନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପାରସ୍ପରିକ, ସଂସ୍ଥାଗତ, ବୈଷୟିକ ଓ ଦ୍ୱିପାକ୍ଷିକ ସହଯୋଗ ସ୍ଥାପନକୁ ପ୍ରୋତ୍ସାହିତ କରିବା ଉଭୟ ପକ୍ଷର ଉଦ୍ଦେଶ୍ୟ । ଏହି ଏମ୍ଓୟୁ ଦ୍ୱାରା ଯୁଗ୍ମ କାର୍ଯ୍ୟ।ନ୍ଵୟନ କମିଟି ଗଠନର ପରିକଳ୍ପନା କରାଯାଇଛି । ଯେଉଁଥିରେ ବୈଜ୍ଞାନିକ ପ୍ରତିଷ୍ଠାନ, ଗବେଷଣା କେନ୍ଦ୍ର, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନ ସାମିଲ ରହିଛି ।