Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ପେରୁ ମଧ୍ୟରେ ରାଜିନାମାକୁ କ୍ୟାବିନେଟର ଅନୁମୋଦନ


ଭାରତ ଓ ପେରୁ ମେ’ 2018ରେ ଲିମାଠାରେ ଏକ ରାଜିନାମାରେ ସ୍ଵାକ୍ଷର କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ରାଜିନାମାକୁ ଅନୁମୋଦନ କରାଯାଇଛି ।

ନୂତନ ଓ ଅକ୍ଷୟ ଶକ୍ତି ପ୍ରସଙ୍ଗରେ ପାରସ୍ପରିକ ସ୍ଵାର୍ଥ ସମ୍ବଳିତ ବିଷୟରେ ବୈଷୟିକ ସହଯୋଗ ବୃଦ୍ଧି କରିବା ଏବଂ ସହଯୋଗମୂଳକ ଆନୁଷ୍ଠାନିକ ବ୍ୟବସ୍ଥାକୁ ବଳ ଦେବା ହେଉଛି ଏହି ରାଜିନାମାର ଉଦ୍ଦେଶ୍ୟ । ରାଜିନାମା ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ କରିବା ସକାଶେ ଏକ ଯୁଗ୍ମ କମିଟି ଗଠନ କରାଯିବ ।

ଏହି ରାଜିନାମା ଦ୍ଵାରା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଦୃଢୀଭୂତ ହେବ ।

****