ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଭାବେ କାର୍ଯ୍ୟରତ ଏବଂ ଭାରତରେ କଂଟ୍ରି କାର୍ଯ୍ୟାଳୟ ମାଧ୍ୟମରେ କାର୍ଯ୍ୟ କରୁଥିବା ଦକ୍ଷିଣପୂର୍ବ ଏସିଆ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଭାରତ ସହିତ ଏହି ବୁଝାମଣା କରାଯାଇଥିଲା । ବୁଝାମଣାପତ୍ର ନୂଆଦିଲ୍ଲୀଠାରେ 13 ମାର୍ଚ୍ଚ, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ଦ୍ୱିପାକ୍ଷିକ ବୁଝାମଣା ଭାରତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଭାରତର ଲୋକମାନଙ୍କ ସାର୍ବଜନୀନ ସ୍ୱାସ୍ଥ୍ୟର ସ୍ଥିତି ସୁଧାରିବାରେ ସହାୟତା ମିଳିପାରିବ ।
***