ପିଏମଇଣ୍ଡିଆ
ଭାରତ ଓ ବ୍ରିଟେନ ମଧ୍ୟରେ ବ୍ୟବସାୟ କାରବାର ସହଜ କରିବା ସମ୍ପର୍କରେ ଚଳିତ ମାସ ପ୍ରାରମ୍ଭରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ଦେଶ ମଧ୍ୟରେ ସରକାରୀ ଅଧିକାରୀସ୍ତରୀୟ ପରିଦର୍ଶନ ଏବଂ ବିଶ୍ଵସ୍ତରରେ କାର୍ଯ୍ୟକାରୀ ହେଉଥିବା ଶ୍ରେଷ୍ଠ କାର୍ଯ୍ୟାନ୍ଵୟନ, ବୈଷୟିକ ସହାୟତା ଆଦାନପ୍ରଦାନ ଏବଂ କାର୍ଯ୍ୟାନ୍ଵୟନ ସଂସ୍କାର କ୍ଷେତ୍ରରେ ସଂପ୍ରସାରଣ ଦିଗରେ ଭାରତ ଓ ବ୍ରିଟେନ ପରସ୍ପରକୁ ସହଯୋଗ କରିବେ । ନିମ୍ନସୂଚୀତ କ୍ଷେତ୍ରରେ ବିଶେଷଜ୍ଞ ସହାୟତା ଯୋଗାଇଦେବା ଲାଗି ବ୍ରିଟେନ ସରକାର ଆଗ୍ରହ ପ୍ରକଟ କରିଛନ୍ତି –
କ. କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟ-ଅପକୁ ସମର୍ଥନ
ଖ. ବ୍ୟବସାୟ ଓ ପଞ୍ଜିକରଣ ଆରମ୍ଭ କରିବା
ଗ. ଟିକସ ଓ ଟିକସ ପ୍ରଶାସନକୁ ସହଯୋଗ
ଘ. ଦେବାଳିଆ ଅବସ୍ଥା
ଙ. ନିର୍ମାଣ ଅନୁମତି
ଚ. ବିଜୁଳି ଉପଲବ୍ଧତା
ଛ. ଆପଦଜନିତ ପରିଦର୍ଶନ ଓ ନିୟନ୍ତ୍ରଣ ବ୍ୟବସ୍ଥାର ଢ଼ାଂଚା ପ୍ରସ୍ତୁତ କରିବା
ଜ. ସୀମାପାର ବାଣିଜ୍ୟ କାରବାର
ଝ. ପ୍ରତିଯୋଗିତାମୂଳକ ଅର୍ଥବ୍ୟବସ୍ଥା
ଞ. ଋଣ ଉପଲବ୍ଧତା
ଟ. ଆଇନ ଓ ନିୟମାବଳୀ ଚିଠା ପ୍ରସ୍ତୁତି
ଠ. ନିୟନ୍ତ୍ରଣ ଷ୍ଟଲ ଏବଂ ଏହାର ଧାରାକୁ ହ୍ରାସକରିବା
ଡ. ପ୍ରଭାବ ଆକଳନ ଜନିତ ନିୟନ୍ତ୍ରଣ
ଏବେ ୧୯୦ଟି ରାଷ୍ଟ୍ରଙ୍କ ମଧ୍ୟରେ (ଡୁଇଂ ବିଜିନେସ ରିପୋର୍ଟ, ୨୦୧୭ର ଆକଳନ ଅନୁସାରେ) ଭାରତ ୧୩୦ତମ ସ୍ଥାନରେ ରହିଛି । ଗତ କିଛି ବର୍ଷ ମଧ୍ୟରେ “ଇଜ ଅଫ ଡୁଇଂ ବିଜିନେସ” ମାନ୍ୟତା ତାଲିକାରେ ବ୍ରିଟେନ ମଧ୍ୟରେ ସ୍ଵାକ୍ଷରିତ ଏହି ବୁଝାମଣାପତ୍ର ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରମାନେ ଶ୍ରେଷ୍ଠ କାର୍ଯ୍ୟାନ୍ଵୟନ, ଦକ୍ଷତା ବୃଦ୍ଧି ଆଦିରୁ ଉପକୃତ ହୋଇପାରିବେ । ପ୍ରତ୍ୟେକ ପକ୍ଷ ତାଲିମ କାର୍ଯ୍ୟକ୍ରମ ଆୟୋଜନ/ସମ୍ପାନ/ଆଲୋଚନାଚକ୍ରରେ ଯୋଗଦେବା ଲାଗି ସେମାନଙ୍କ ଅଧିକାରୀମାନେ ଭ୍ରମଣ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ସ ବ୍ୟୟ ବହନ କରିବେ । ବ୍ରିଟେନ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ସେମାନଙ୍କର ପେଶାଦାର ପାଠ୍ୟକ୍ରମ ମାଧ୍ୟମରେ ଉପରୋକ୍ତ କ୍ଷେତ୍ରରେ ଭାରତୀୟ ସଂସ୍ଥାମାନଙ୍କୁ ସାହାଯ୍ୟ ସହେଯାଗ ଯୋଗାଇବେ । ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ଦେଶରେ ବ୍ୟବସାୟ ବାତାବରଣକୁ ଆହୁରି ସରଳ କରିପାରିବେ ।