Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ମୋଜାମ୍ବିକ ମଧ୍ୟରେ ବିମାନ ସେବା ରାଜିନାମାକୁ କେବିନେଟ ସ୍ୱୀକୃତି


ଭାରତ ଓ ମୋଜାମ୍ବିକ ମଧ୍ୟରେ ବିମାନ ସେବା ଲାଗି ରାଜିନାମା ସ୍ଵାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରୋହିତ୍ୟରେ ବୁଧବାର (20.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୌଣସି ବିମାନସେବା ରାଜିନାମା ନାହିଁ । ତେଣୁ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ସେବା ଲାଗି 2011 ମସିହାରୁ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ଲାଗି କଥାବାର୍ତ୍ତା ଚାଲିଆସୁଥିଲା । ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟଙ୍କ ମଧ୍ୟରେ ଆଲୋଚନା ପରେ ଏହି ରାଜିନାମାର ଚିଠା ପ୍ରସ୍ତୁତ କରାଯାଇଥିଲା । ଏଥିରେ ପ୍ରତ୍ୟେକ ପକ୍ଷଙ୍କ ବିବିଧ ନାମର ବିମାନସେବା, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପକ୍ଷଙ୍କ ସହ ସହଯୋଗୀ ମାର୍କେଟିଂ ବ୍ୟବସ୍ଥା, ଉଭୟ ରାଷ୍ଟ୍ର ପ୍ରତିପକ୍ଷ ରାଷ୍ଟ୍ରର ଏୟାରଲାଇନ୍ କାର୍ଯ୍ୟକାରୀ ଲାଗି ସ୍ଥାନ ପ୍ରଦାନ ଏବଂ ବିମାନସେବା ବିସ୍ତାର ଲାଗି ଉଦ୍ୟମ କରିବା, ଉଭୟ ରାଷ୍ଟ୍ରଙ୍କ ବିମାନସେବା ମଧ୍ୟରେ ସନ୍ତୁଳନ ରକ୍ଷା ଏବଂ ବିମାନ ଚଳାଚଳ, ସୁରକ୍ଷା, ନିରାପତ୍ତା ଏବଂ ଆବଶ୍ୟକସ୍ଥଳେ ଚୁକ୍ତିନାମା ବାତିଲ କରିବା ଲାଗି ସର୍ତ୍ତାବଳୀ ରହିଛି ।