Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ସଂଯୁକ୍ତ ଆରବ ଅମିରତନ୍ତ୍ର ମଧ୍ୟରେ ଶକ୍ତି ସଂଚୟ ସେବା କ୍ଷେତ୍ରରେ ସ୍ୱାକ୍ଷରିତ ଏମ୍ଓୟୁକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶକ୍ତି ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ସେବା ନିମନ୍ତେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ଡିଆଇପିପି ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା ନ୍ୟାସନାଲ ପ୍ରଡକ୍ଟିଭିଟି କାଉନ୍ସିଲ(ଏନପିସି) ଏବଂ ୟୁଏଇର ଅଲ୍ ଇତିହାଦ୍ ଏନର୍ଜି ସର୍ଭିସ ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁକୁ କ୍ୟାବିନେଟର ଅନୁମୋଦନ ମିଳିଛି । ପିଛିଲା ତାରିଖରୁ ମଞ୍ଜୁରୀ ମିଳିଥିବା ଏହି ଏମ୍ଓୟୁ ଯୋଗୁ ଏନପିସି ନିମ୍ନଲିଖିତ ସେବା ପ୍ରଦାନ କରିପାରିବ ।

1- ଶକ୍ତି ଆକଳନ ସେବା

2- ଶକ୍ତି ଅଡିଟରଙ୍କୁ ପ୍ରଶିକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ

3- ଚାହିଦାଥିବା କ୍ଷେତ୍ରର ପରିଚାଳନା

ସେହିପରି ଅଲ୍ ଇତିହାଦ୍ ଇଏସ୍ ନିମ୍ନଲିଖିତ ସେବା ପ୍ରଦାନ କରିବ

1- ଭାରତ ସରକାର ଓ ସଂଯୁକ୍ତ ଆରବ ଅମିରତନ୍ତ୍ରରେ କାର୍ଯ୍ୟରତ ଘରୋଇ କମ୍ପାନୀର ଗ୍ରାହକ ସହାୟତା

2- ୟୁଏଇରେ ପେଷାଦାର କ୍ଷେତ୍ର ଅଡିଟରଙ୍କୁ ସମସ୍ତ ପ୍ରକାର ସ୍ଥାନୀୟ ସହାୟତା

3- ୟୁଏଇରେ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ଏନର୍ଜି ଅଡିଟରଙ୍କୁ ପ୍ରଶିକ୍ଷଣ ଓ ପ୍ରମାଣପତ୍ର ଯୋଗାଇବା

4- ୟୁଏଇସ୍ଥିତ ଶିଳ୍ପ ସଂସ୍ଥାରେ ଚାହିଦା ଥିବା ଦିଗଗୁଡିକୁ ପରିଚାଳନାଗତ ସହାୟତା