ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (05.10.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଜଳ ସମ୍ପଦ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାକୁ ଅନୁମୋଦନ ମିଳିଛି ।
ଜଳ ପରିଚାଳନା କ୍ଷେତ୍ରରେ ସମାନତା, ପାରସ୍ପରିକ ଓ ଆପୋଷ ଲାଭ ପାଇଁ ଦୁଇ ଦେଶ ମଧ୍ୟରେ ବୈଷୟିକ, ବିଜ୍ଞାନକୃତ ଓ ପରିଚାଳନାଗତ ସାମର୍ଥ୍ୟକୁ ସୁଦୃଢ଼ କରିବାକୁ ଏହି ବୁଝାମଣାରେ ଉଲ୍ଲେଖ କରାଯାଇଛି । ଏହା ନଦୀ ଉପକୂଳ ସହ ସମନ୍ୱିତ ଜଳସମ୍ପଦ ପରିଚାଳନା ଯୋଜନା ସମେତ ଜଳ ପ୍ରସଙ୍ଗ ଓ ଗସ୍ତ ଅନୁଧ୍ୟାନ ପାଇଁ ବୈଷୟିକ ତଥ୍ୟ ଆଦାନପ୍ରଦାନ କରାଇବ ।
ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବୁଝାମଣାକୁ ଅଧିକ ବିକଶିତ କରି ଯେଉଁଠି ପାରସ୍ପରିକ ଫାଇଦା ପାଇଁ ସହଯୋଗ ନାହିଁ ସେଠାରେ ପରିବେଶଗତ ସମସ୍ୟାର ମୂଳ କାରଣକୁ ଚିହ୍ନଟ କରି ଓ ସ୍ଥାୟୀ ବିକାଶ ପାଇଁ ଏହି ଏମଓୟୁରେ ଲକ୍ଷ୍ୟ ରଖାଯାଇଛି । ଭାରତରେ ଜନସଂଖ୍ୟା ବୃଦ୍ଧି, ଜଳ ଚାହିଦା ବଢ଼ିବା ଓ ଜଳବାୟୁ ପରିବର୍ତ୍ତନକୁ ଆଖିରେ ରଖି ଜଳ ପରିଚାଳନାରେ ଆସୁଥିବା ପ୍ରମୁଖ ଚାଲେଞ୍ଜର ମୁକାବିଲା ପାଇଁ ସ୍ଥାୟୀ ପରିଚାଳନାର ପରିକଳ୍ପନା କରାଯାଇଛି । ଏହି ଏମଓୟୁକୁ ପୂରଣ ପାଇଁ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ୱାର୍କିଂ ଗ୍ରୁପ୍) ଗଠନ କରାଯିବ ।