Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, କଲମ୍ବିଆ ମଧ୍ୟରେ କୃଷି ଓ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରସ୍ତାବିତ ବୁଝାମଣାକୁ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଭାରତ ଏବଂ କଲମ୍ବିଆ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଏହି ଏମଓୟୁଦ୍ୱାରା କୃଷି ଏବଂ ମତ୍ସ୍ୟଚାଷର ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ମିଳିପାରିବ :-

1 – ଆଧୁନିକ କୃଷି ପ୍ରଣାଳୀ/ଦୃଷ୍ଟିକୋଣ

2 – କୃଷି ସମ୍ବନ୍ଧୀୟ ନୂଆ ଯାନ୍ତ୍ରିକୀକରଣ

କୃଷି ବିପଣନର ସଫଳ ମଡେଲ

  1. ବିହନ ଉତ୍ପାଦନ ନିମନ୍ତେ କୃଷି କମ୍ପାନୀଗୁଡ଼ିକର ସହଯୋଗରେ ପ୍ରକଳ୍ପ ନିର୍ମାଣ
  2. ଉଦ୍ୟାନକୃଷି (ପନିପରିବା, ଫଳ ଏବଂ ଫୁଲ) କ୍ଷେତ୍ରରେ ଆଧୁନିକ ଉତ୍ପାଦନ ମଡେଲ ଏବଂ ମୂଲ୍ୟ ସୃଷ୍ଟି ପ୍ରକ୍ରିୟା
  3. ଏସପିଏସ ବିଶେଷଜ୍ଞଙ୍କ ସୂଚନା/ପାରସ୍ପରିକ ଗସ୍ତର ବିନିମୟ

ଜାତ୍ରୋପା ଓ କରାୟା

ତୈଳବୀଜ ଏବଂ ତେଲ ତାଳ ଗବେଷଣାରେ ସହଯୋଗ

  1. ଉଦ୍ୟୋଗ ସମ୍ବନ୍ଧୀୟ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ, ଜଳ କୃଷି ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ
  2. ଛୋଟ ଏବଂ ବଡ଼ ପ୍ରାଣୀ (ଗୋରୁ, ମେଣ୍ଢା, ଛେଳି) ଏବଂ ଘୁଷୁରିର ଉତ୍ପାଦକତା, ରୋଗ ଏବଂ ନିଦାନ ତଥା
  3. ଘୁଷୁରି ମାଂସର ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି

ଏମଓୟୁ ଅନ୍ତର୍ଗଗତ ବିଚାରାଧୀନ ଅବଧି ମଧ୍ୟରେ ପରବର୍ତ୍ତୀ ଦୁଇ ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା/ତା’କୁ ଚୂଡ଼ାନ୍ତ ରୂପ ଦେବା ଲାଗି ଏକ ମିଳିତ କାର୍ଯ୍ୟ ଦଳ ଗଠନ କରାଯିବ । ଏମଓୟୁ ଆରମ୍ଭରୁ ପାଞ୍ଚ ବର୍ଷର ଅବଧି ନିମନ୍ତେ ମାନ୍ୟ ହେବ ଏବଂ ଯେପର୍ଯ୍ୟନ୍ତ କୌଣସି ଗୋଟିଏ ପକ୍ଷ ଦ୍ୱାରା ଏହାକୁ ସମାପ୍ତ କରାଯିବାର ଇଛା/ଉଦ୍ଦେଶ୍ୟ ବ୍ୟକ୍ତ କରାଯାଇନାହିଁ ସେ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚ ବର୍ଷର ଅବଧି ନିମନ୍ତେ ଏହା ସ୍ୱତଃ ସମ୍ପ୍ରସାରିତ ହୋଇଯିବ ।

 

**********