ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ କଲମ୍ବିଆ ସାଧାରଣତନ୍ତ୍ର ମଧ୍ୟରେ ନିବେଶ ପ୍ରୋତ୍ସାହନ ଏବଂ ସଂରକ୍ଷଣ ନିମନ୍ତେ 10 ନଭେମ୍ବର, 2009 ରେ ସ୍ୱାକ୍ଷରିତ ଚୁକ୍ତି (ବିପା)ସମ୍ବନ୍ଧରେ ଦ୍ଵିପାକ୍ଷିକ ମିଳିତ ବ୍ୟାଖ୍ୟାତ୍ମକ ଘୋଷଣାପତ୍ର (JID)କୁ ଅନୁମୋଦନ କରାଯାଇଛି ।
ଭାରତ, କଲମ୍ବିଆ ମଧ୍ୟରେ ନିବେଶର ପ୍ରୋତ୍ସାହନ ଏବଂ ସଂରକ୍ଷଣ ସମ୍ବନ୍ଧୀୟ ବର୍ତ୍ତମାନର ଚୁକ୍ତି (ବିପା)ର ବ୍ୟାଖ୍ୟାନ ଦିଗରେ ଏହି ମିଳିତ ଘୋଷଣା ସ୍ପଷ୍ଟତା ପ୍ରଦାନ କରିବ । ଏହି ମିଳିତ ବ୍ୟାଖ୍ୟାତ୍ମକ ଘୋଷଣାରେ ନିବେଶକଙ୍କ ପରିଭାଷା, ନିବେଶର ପରିଭାଷା, ଉଚିତ୍ ଏବଂ ସମାନତାପୂର୍ଣ୍ଣ ବ୍ୟବହାର (FET), ଜାତୀୟ ବ୍ୟବହାର (NT) ଏବଂ ସର୍ବାଧିକ ଅନୁକୂଳ ରାଷ୍ଟ୍ର (MFN)ର ବ୍ୟବହାର, ମାଲିକାନାହରଣ, ନିବେଶକ-ରାଜ୍ୟ ବିବାଦର ସମାଧାନ ବ୍ୟବସ୍ଥା ଏବଂ ଲାଭକୁ ବାରଣ କରାଯିବା ସହିତ ଅନେକ ଧାରା ନିମନ୍ତେ ମିଳିତ ଭାବେ ଅଙ୍ଗୀକାର କରାଯାଉଥିବା ବ୍ୟାଖ୍ୟାତ୍ମକ ଟିପ୍ପଣୀ ସାମିଲ ।
ମିଳିତ ବ୍ୟାଖ୍ୟାତ୍ମକ ଘୋଷଣା/ବିବରଣୀ ସାଧାରଣତଃ ନିବେଶ ସନ୍ଧି ବ୍ୟବସ୍ଥାର ସୁଦୃଢ଼ୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁପୂରକ ଭୂମିକା ନିର୍ବାହ କରିଥାଏ । ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ନିବେଶ ସନ୍ଧି (BIT) ବିବାଦ, ଏପରି ବିବରଣୀକୁ ଜାରି କରିବା ଦ୍ୱାରା ଆର୍ବିଟ୍ରେସନ ଟ୍ରିବ୍ୟୁନାଲର ସମ୍ମୁଖରେ ଏହାର ପ୍ରେରକ ଗୁରୁତ୍ୱ ଆହୁରି ଅଧିକ ବଢ଼ିବାର ସମ୍ଭାବନା ରହିଛି । ଦେଶଗୁଡ଼ିକ ଦ୍ୱାରା ଏପରି ସକାରାତ୍ମକ ଦୃଷ୍ଟିକୋଣ ଆର୍ବିଟ୍ରେସନ ଟ୍ରିବ୍ୟୁନାଲ ଦ୍ୱାରା ସନ୍ଧି ସର୍ତ୍ତକୁ ଆହୁରି ଅଧିକ ସମ୍ଭାବ୍ୟ ତଥା ସୁସଂଗତ ଢଙ୍ଗରେ ପଠନକୁ ପ୍ରୋତ୍ସାହନ ମିଳିପାରିବ ।
*****************