Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-କାନାଡ଼ା ମଧ୍ୟରେ ଏମ୍ଓୟୁ ନବୀକରଣକୁ ମଞ୍ଜୁରି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପରିଶିଷ୍ଟ-9 ର ଅବଧି ବୃଦ୍ଧି ପାଇଁ ମଞ୍ଜୁରି ଦିଆଯାଇଛି । ଏହି ଅବଧି 2011 ଏପ୍ରିଲ 1ରୁ 2016 ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା । 1968 ନଭେମ୍ବରର ବୁଝାମଣା ପତ୍ରର ପରିଶିଷ୍ଟ-10ରେ ସ୍ୱାକ୍ଷର ମାଧ୍ୟମରେ ଭାରତ ସରକାର ଓ ଶାସ୍ତ୍ରୀ ଭାରତ-କାନାଡ଼ା ସଂସ୍ଥାନ(ଏସ୍ଆଇସିଆଇ) ମଧ୍ୟରେ ବୁଝାମଣା ପତ୍ରର ନବୀକରଣ ହୋଇଛି ।

ଅନୁମୋଦନ ପରେ ନିମ୍ନିଲିଖିତ ଗତିବିଧିର ମାର୍ଗ ପ୍ରଶସ୍ତ ହେବ…

ଏ – ଶାସ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ଓ ଗତିବିଧି କାର୍ଯ୍ୟକ୍ରମ

1. ଶାସ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍

ଡକ୍ଟରେଟ୍ ରିସର୍ଚ୍ଚ

ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ

ସଂସ୍ଥାଗତ ସହଯୋଗାତ୍ମକ ଗବେଷଣା

2. ଶାସ୍ତ୍ରୀ ଗତିବିଧି କାର୍ଯ୍ୟକ୍ରମ

ବି – ଅଧ୍ୟାପକ ଆବାସିକ କାର୍ଯ୍ୟକ୍ରମ(ନୂଆ)

ସି – ବ୍ୟବସାୟିକ ଶିକ୍ଷା ପାଇଁ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ(ନୂଆ

ଡି – ଲାଇବ୍ରେରୀ କାର୍ଯ୍ୟକ୍ରମ

ଭାରତୀୟ ବିଦ୍ୱାନଙ୍କ ଓ ସଂସ୍ଥା ପାଇଁ ଅନ୍ଲାଇନ୍ ପତ୍ରିକା

ଇ – ସୁବିଧା କେନ୍ଦ୍ର ଓ ସୂଚନା ସେବା(ନୂଆ)

1. ସମ୍ବଳ କେନ୍ଦ୍ର (ଉଭୟ ଦେଶର ସଂସ୍ଥାନ ପାଇଁ ପ୍ରବେଶ ଓ ଲିଙ୍କେଜ୍ ପ୍ରଦାନ କରିବା ପାଇଁ)

2. କର୍ମଶାଳା,ସମ୍ମିଳନୀ ଓ ପରାମର୍ଶ

3. ଗବେଷଣା ସନ୍ଦର୍ଭ, ଦସ୍ତାବିଜ ଓ ରିପୋର୍ଟ ପ୍ରକାଶନ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସୁପାରିଶ୍ ଉପରେ ଏସ୍ଆଇସିଆଇ ଏହି ସମସ୍ତ ଗତିବିଧିର ଦାୟିତ୍ୱ ନେବ, ଯାହା ଦୁଇ ଦେଶ ମଧ୍ୟରେ ସହଯୋଗର ନୂଆ କ୍ଷେତ୍ର ଓ କାର୍ଯ୍ୟକ୍ରମ ଉପରେ ଆଧାରିତ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରିଶିଷ୍ଟ-9 ପାଇଁ 5 ବର୍ଷର ଅବଧି 2016 ଏପ୍ରିଲ 1ରୁ 2012 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ 33.176 କୋଟି ଟଙ୍କା ଖର୍ଚ୍ଚକୁ ମଞ୍ଜୁରି ଦେଇଛି ।