Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, କିରଗିଜସ୍ଥାନ ଟିକସ ଫାଙ୍କି ସମ୍ବନ୍ଧୀୟ ଚୁକ୍ତିରେ ପ୍ରୋଟୋକଲ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟକର ସମ୍ବନ୍ଧରେ ଦ୍ଵୈତ ଟିକସ ନିରାକରଣ ତଥା ବିତ୍ତୀୟ ଫାଙ୍କି ରୋକିବା ଲାଗି ଭାରତ ସରକାର ଏବଂ କିରଗିଜ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରର ସଂଶୋଧନକାରୀ ପ୍ରୋଟୋକଲକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ଭାରତ ଏବଂ କିରଗିଜ ଗଣରାଜ୍ୟ ମଧ୍ୟରେ ଡିଟିଏଏର ସଂଶୋଧନକାରୀ ପ୍ରୋଟକଲର ଉଦ୍ଦେଶ୍ୟ ହେଉଛି ଅନୁଚ୍ଛେଦ 26 (ସୂଚନାର ଆଦାନପ୍ରଦାନ)କୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ସଦ୍ୟତମ କରିବା । ଅପଡେଟ ହୋଇଥିବା ଅନୁଚ୍ଛେଦ, ସୂଚନାର ସର୍ବାଧିକ ସମ୍ଭବ ସୀମା ପର୍ଯ୍ୟନ୍ତ ଆଦାନ ପ୍ରଦାନର ବ୍ୟବସ୍ଥା କରିଥାଏ । ଏହି ଡିଟିଏଏର ଅନୁଚ୍ଛେଦ 26ରେ ନୂଆ କରି ଯୋଡ଼ାଯାଇଥିବା ପାରାଗ୍ରାଫ 4 ଏବଂ 5 ରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏହି ଅନୁଚ୍ଛେଦ ଅଧୀନରେ ସୂଚନା ପାଇଁ ଅନୁରୋଧ କରାଗଲେ କୌଣସି ଦେଶ ନିଜର ଘରୋଇ ଟିକସ ସ୍ୱାର୍ଥ ଥିବା କିମ୍ବା କୌଣସି ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ସଂସ୍ଥା ଦ୍ୱାରା ଧାରଣ କରାଯାଇଛି ବୋଲି କହି ସେହି ସୂଚନା ପ୍ରଦାନ କରିବାକୁ ମନା କରିପାରିବ ନାହିଁ । ଏହି ପ୍ରୋଟକଲ ଭାରତକୁ ଏ ସମ୍ବନ୍ଧରେ ଆହୁରି କ୍ଷମତା ଦେଇଥାଏ । ଯୋଗାଣକାରୀ ରାଷ୍ଟ୍ର ଦ୍ୱାରା ଅଧିକୃତ କରାଯିବା ପରେ ଡିଟିଏଏ ଅନ୍ତର୍ଗତ ପ୍ରାପ୍ତ ସୂଚନାକୁ ଅନ୍ୟ ଆଇନ ପ୍ରବର୍ତ୍ତନ ଉଦ୍ଦେଶ୍ୟ ନିମନ୍ତେ ପ୍ରୟୋଗ କରାଯାଇପାରିବ ।

*************