ପିଏମଇଣ୍ଡିଆ
ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ଶିଞ୍ଜୋ ଆବେଙ୍କ ସହିତ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 28-29, 2018ରେ ଜାପାନ ଗସ୍ତ କରିଥିଲେ । ଏହି ଗସ୍ତ କାଳରେ ଦୁଇ ଦେଶର ସମ୍ପର୍କର ବିକାଶରେ ରହିଥିବା ଅସମାନ୍ତରାଳ ସମ୍ଭାବନାକୁ ବିବେଚନା କରି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଆବେ ଗତ ଚାରି ବର୍ଷ ମଧ୍ୟରେ ହାସଲ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ଭବିଷ୍ୟତର ଭାରତ-ଜାପାନ ସମ୍ପର୍କ ଲାଗି ନିମ୍ନୋକ୍ତ ସହଭାଗୀ ଦୃଷ୍ଟିକୋଣ ଉପରେ ରେଖାପାତ କରିଥିଲେ ।
1. ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ଭାଗୀଦାରୀ, ଦୃଢ଼ ଭାବେ ଇତିହାସର ମୂଳଦୂଆରେ ରହିଛି । ଏହା ସହଭାଗୀ ରଣନୈତିକ ଲକ୍ଷ୍ୟ ନେଇ ଦୁଇ ଦେଶକୁ ଆଗେଇ ନେବା ଏବଂ ଶାନ୍ତି, ସ୍ଥିରତା ଏବଂ ପ୍ରଗତିକୁ ବାସ୍ତବ ରୂପ ଦେଇ ଦୁଇ ଦେଶର ଲୋକମାନଙ୍କ ଉନ୍ନତ ଭବିଷ୍ୟତ ହାସଲ କରିବାର ସାଧାରଣ ମୂଲ୍ୟବୋଧ ଉପରେ ଆଧାରିତ । ଯେପରି ଭାବେ ଦୁଇ ପ୍ରଧାନମନ୍ତ୍ରୀ ସମ୍ବାଦ ବାର୍ତ୍ତାଳାପର ଶୃଙ୍ଖଳାରେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରିଛନ୍ତି, ସ୍ୱାଧୀନତା, ମାନବତା, ଗଣତନ୍ତ୍ର, ସହନଶୀଳତା ଏବଂ ଅହିଂସାର ସାମଗ୍ରୀକ ମୂଲ୍ୟବୋଧ, ଯାହା ଜାପାନ ଏବଂ ଭାରତ ମିଳିତ ଭାବେ ପରସ୍ପର ସହ ବାଂଟି ଆସୁଛନ୍ତି, ଯାହାର ଦୀର୍ଘ ଶିକ୍ଷାଗତ, ଆଧ୍ୟାତ୍ମିକ ଏବଂ ବୌଦ୍ଧିକ ବିନିମୟର ଦୀର୍ଘ ଇତିହାସ ରହିଛି, ଏହା କେବଳ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଆଧାର ନିର୍ମାଣ କରିନାହିଁ ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ସମଗ୍ର ବିଶ୍ୱର ଲାଭ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଦୁଇ ଦେଶ ପାଇଁ ନୀତିସମୂହ ପ୍ରତି ଗୁରୁତ୍ୱାରୋପ କରୁଛି ।
2. ଦୁଇ ନେତା ପାରସ୍ପରିକ ମତବିନିମୟ କରିଥିଲେ ଯେ ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ଲାଗି ଭାରତ ଏବଂ ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ । ଏକ ଆଇନ ଆଧାରିତ ଏବଂ ସମାବେଶୀ ବିଶ୍ୱ ବ୍ୟବସ୍ଥା ଯାହା ଆଇନର ଶାସନ ସୁନିଶ୍ଚିତ କରିବା ଲାଗି ଯୋଗାଯୋଗ ଏବଂ ସଂଯୋଗ ବୃଦ୍ଧି କରିବା ମାଧ୍ୟମରେ ବିଶ୍ୱାସ ଏବଂ ଭରସା ବୃଦ୍ଧି କରୁଥିବ ଏବଂ ସହଭାଗୀ ସମୃଦ୍ଧି ଲାଗି ଚାପମୁକ୍ତ ବାଣିଜ୍ୟ ଏବଂ ଲୋକ, ପ୍ରଯୁକ୍ତି ଓ ବିଚାରର ପ୍ରବାହ ଲାଗି ଉଭୟ କାର୍ଯ୍ୟ କରିବା ଆବଶ୍ୟକ ।
3. ପ୍ରଧାନମନ୍ତ୍ରୀ ମୋଦୀ ବିବେଚନା କରିଥିଲେ ଯେ ଜାପାନ-ଭାରତ ସମ୍ପର୍କ ମହାନ ଉପାଦାନ ଏବଂ ଉଦ୍ଦେଶ୍ୟର ଏକ ସହଭାଗୀତାରରେ ପରିଣତ ହୋଇଛି ଏବଂ ଏହା ଭାରତର ଏକ୍ଟ ଇଷ୍ଟ ନୀତିର ଆଧାରଶିଳା ଅଟେ । ପ୍ରଧାନମନ୍ତ୍ରୀ ଆବେ କ୍ଷେତ୍ରୀୟ ସ୍ଥିରତା ପାଇଁ ଭାରତ-ଜାପାନ ସମ୍ପର୍କର ମୂଳ ଗୁରୁତ୍ୱ ପ୍ରତି ଆଲୋକପାତ କରିଥିଲେ ଏବଂ ଭାରତ-ଜାପାନ ସମ୍ପର୍କକୁ ଏକ ନୂଆ ଯୁଗକୁ ନେଇଯିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆହୁରି ସହଯୋଗ କରିହେବ । ସେମାନେ ମିଳିତ ଦୃଷ୍ଟିକୋଣ ଆଧାରରେ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଦୁଇ ପ୍ରଧାନମନ୍ତ୍ରୀ ନିଜ ନିଜ ଦେଶର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାରର କେନ୍ଦ୍ରସ୍ଥଳରେ ଏସୀୟ ଏକତା ଏବଂ କେନ୍ଦ୍ରୀୟତା ରହିଛି ବୋଲି ଦୁଇ ନେତା ଦୋହରାଇଥିଲେ ଯାହା ସାମଗ୍ରୀକ ଏବଂ ସମସ୍ତଙ୍କ ପାଇଁ ମୁକ୍ତ । ଆମେରିକା ଏବଂ ଅନ୍ୟ ସହଯୋଗୀମାନଙ୍କ ସହିତ ଦୃଢ଼ ସହଯୋଗ ସମ୍ପ୍ରସାରଣ କରିବା ଲାଗି ସେମାନେ ଆପୋସ ଇଚ୍ଛାବ୍ୟକ୍ତ କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଲାଗି ଦୁଇ ନେତାଙ୍କ ଦୃଷ୍ଟିକୋଣ ଏକ ଆଇନ ଆଧାରିତ ବ୍ୟବସ୍ଥା ଯାହା ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରୁଥିବ, ସାମୁଦ୍ରିକ ଦିଗ ନିର୍ଣ୍ଣୟ ଏବଂ ବାୟୁପଥରେ ସ୍ୱାଧୀନତା ସହିତ ଅପ୍ରତିବନ୍ଧିତ ଆଇନ ଆଧାରିତ ବାଣିଜ୍ୟ ସୁନିଶ୍ଚିତ କରୁଥିବ ଏବଂ ଆଇନଗତ ଏବଂ କୂଟନୈତିକ ପ୍ରକ୍ରିୟା ପ୍ରତି ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ କରୁଥିବ, ବିନା ଭୟ ଏବଂ ବଳପ୍ରୟୋଗରେ ସାମଗ୍ରୀକ ଭାବେ ଗ୍ରହଣଯୋଗ୍ୟ ଅନ୍ତର୍ଜାତୀୟ ଆଇନ, ଯାହା ୟୁଏନସିଏଲଓଏସରେ ପ୍ରତିଫଳିତ ହୋଇଛି, ଉପରେ ଆଧାରିତ ହୋଇଥିବ ।
ସମୃଦ୍ଧି ପାଇଁ ଭାଗୀଦାରୀ
4. ସମ୍ପର୍କର ବିକାଶ ପାଇଁ ସହଯୋଗ ପ୍ରତି ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ଉନ୍ନତ ଭିତ୍ତିଭୂମି ଏବଂ ଅନ୍ୟ ପ୍ରକଳ୍ପ ଯଥା ସହଭାଗୀ ସମୃଦ୍ଧି ଲାଗି କ୍ଷମତା ନିର୍ମାଣ ସମେତ ଦ୍ୱିପାକ୍ଷିକ ଭାବେ ଏବଂ ଅନ୍ୟ ସହଯୋଗୀମାନଙ୍କ ସହିତ କାର୍ଯ୍ୟକାରୀ ହୋଇଛି, ଯାହା ଏକ ମୁକ୍ତ, ପାରଦର୍ଶୀ ଏବଂ ଅଭିନ୍ନ ଢଙ୍ଗରେ ଏବଂ ଯାହା ଅନ୍ତର୍ଜାତୀୟ ମାନକ, ଉତ୍ତରଦାୟୀ ଋଣ ଯୋଗାଣ ପ୍ରଚଳନ, ଏବଂ ସ୍ଥାନୀୟ ଅର୍ଥବ୍ୟବସ୍ଥା ଏବଂ ବିକାଶ ରଣନୀତି ତଥା ପ୍ରାଥମିକତା ଉପରେ ଆଧାରିତ ଅଟେ । ଶ୍ରୀଲଙ୍କା, ମିଆଁମାର ଏବଂ ବାଂଲାଦେଶ ତଥା ଆଫ୍ରିକା ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗୀ ପ୍ରକଳ୍ପଗୁଡ଼ିକରେ ଏହି ତାଳମେଳ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ, ଏସିଆ-ଆଫ୍ରିକା କ୍ଷେତ୍ରରେ ଭାରତୀୟ ଏବଂ ଜାପାନୀ ବ୍ୟବସାୟଗୁଡ଼ିକ ମଧ୍ୟରେ ବିନିମୟକୁ ଆହୁରି ବଢ଼ାଇବା ଲାଗି ଏବଂ ଏହି କ୍ଷେତ୍ରରେ ଶିଳ୍ପ କରିଡର ଏବଂ ଶିଳ୍ପ ନେଟୱାର୍କ ବିକଶିତ କରିବା ଲାଗି ଜାପାନ-ଭାରତ ମଂଚ ପ୍ରତିଷ୍ଠା ଲାଗି ଆଲୋଚନାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।
5. ଯୋଗାଯୋଗ ବୃଦ୍ଧି, ନିରନ୍ତର ଜଙ୍ଗଲ ଏବଂ ପରିବେଶ ପରିଚାଳନା, ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଏବଂ ଲୋକ-ଲୋକ ମଧ୍ୟରେ ବିନିମୟ ପାଇଁ ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ଏବଂ କାର୍ଯ୍ୟକାରୀ କରିବା ମାଧ୍ୟମରେ ଭାରତ-ଜାପାନ ଏକ୍ଟ ଇଷ୍ଟ ମଂଚ ଜରିଆରେ ଭାରତର ଉତ୍ତର ପୂର୍ବାଂଚଳର ବିକାଶ ପାଇଁ ହୋଇଥିବା ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ସେମାନେ ମଧ୍ୟ ଭାରତରେ ସ୍ମାର୍ଟ ଦ୍ୱୀପ ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
6. ଭାରତର ସାମାଜିକ-ଅର୍ଥନୈତିକ ବିକାଶରେ ଜାପାନର ଦରିଆପାରି ଉନ୍ନୟନ ସଂସ୍ଥା(Overseas Development Agency)ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ଉନ୍ନତମାନର ଭିତ୍ତିଭୂମି ପ୍ରକଳ୍ପ ଏବଂ କ୍ଷମତା ନିର୍ମାଣ ଜରିଆରେ ସମେତ ଭାରତର ସାମାଜିକ ଏବଂ ଶିଳ୍ପ ବିକାଶରେ ସହଯୋଗ ଲାଗି ଜାପାର ଆଗ୍ରହକୁ ପ୍ରଧାନମନ୍ତ୍ରୀ ଆବେ ବ୍ୟକ୍ତ କରିଥିଲେ । ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ, ଯାହା ଭାରତର 75ତମ ସ୍ୱାଧୀନତା ଦିବସର ଅବସରରେ ଭାରତ-ଜାପାନ ସହଯୋଗକୁ ପ୍ରତିଫଳିତ କରୁଛି, ପାଇଁ ୟେନ ଋଣ ଚୁକ୍ତି ସମେତ, ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସନ୍ତୋଷର ସହିତ ସମୀକ୍ଷା କରିଥିଲେ । ଭାରତୀୟ ସହର ସ୍ମାର୍ଟ ବିକାଶ ଲାଗି ସହାୟକ ହେଉଥିବା ମେଟ୍ରୋ ପ୍ରକଳ୍ପ କ୍ଷେତ୍ରରେ ନିରନ୍ତର ସହଯୋଗକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ । ପଶ୍ଚିମ ସମର୍ପିତ ମାଲ କରିଡର ଏବଂ ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ଭଳି ଉନ୍ନତ ମାନର ଭିତ୍ତିଭୂମି ପ୍ରକଳ୍ପ ଜରିଆରେ ଯୋଗାଯୋଗକୁ ପ୍ରୋତ୍ସାହନ ଦେବାରେ ଜାପାନର ଭୂମିକାକୁ ଭାରତ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲା ।
7. ଏକ ସମୃଦ୍ଧ ଇତିହାସ ପାଇଁ ପାଇଁ ଜାପାନ-ଭାରତର ଅର୍ଥନୈତିକ ଭାଗୀଦାରୀ ସମ୍ଭାବନାକୁ ବାସ୍ତବ ରୂପ ଦେବା ଲାଗି ଭାରତର ଜନସଂଖ୍ୟାଗତ ବିବିଧତା ଏବଂ ଜାପାନର ପୁଞ୍ଜି ଏବଂ ପ୍ରଯୁକ୍ତି ମଧ୍ୟରେ ତାଳମେଳ ପ୍ରତି ସମର୍ପିତ ରହିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ, “ମେକ୍ ଇନ ଇଣ୍ଡିଆ”, “ସ୍କିଲ ଇଣ୍ଡିଆ” ଏବଂ “ସ୍ୱଚ୍ଛ ଭାରତ ଅଭିଯାନ” ଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକାରୀ ଯୋଜନା ପ୍ରତି ଜାପାନର ଦୃଢ଼ ସମର୍ଥନକୁ ଭାରତ ସ୍ୱାଗତ କରିଥିଲା । ସମ୍ବଳ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି, ଏବଂ ଜାପାନୀ ସରକାରୀ ଏବଂ ଘରୋଇ କ୍ଷେତ୍ର ନିବେଶର ସକ୍ରିୟ ସ୍ଥାନାନ୍ତର ଜରିଆରେ ଜାପାନ ଏଥିରେ ସହଯୋଗ କରିଆସୁଛି । ଉଭୟ ଦେଶର ବୌଦ୍ଧିକ ସମ୍ପତି କାର୍ଯ୍ୟାଳୟ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ନିବିଡ଼ ସହଯୋଗକୁ ବିବେଚନା କରି, 2019 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚିହ୍ନଟ ହୋଇଥିବା କେତେକ ଉଦ୍ଭାବନ କ୍ଷେତ୍ରରେ ପାଇଲଟ ଆଧାରରେ ଏକ ଦ୍ୱିପାକ୍ଷିକ ପେଟେଣ୍ଟ ଗ୍ରହଣ ହାଇୱେ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଦୁଇ ନେତା ଦୃଢ଼ ମତପୋଷଣ କରିଥିଲେ । “ଭାରତ-ଜାପାନ ନିବେଶ ପ୍ରୋତ୍ସାହନ ଭାଗୀଦାରୀ”, ଜାପାନ ଶିଳ୍ପ ଟାଉନସିପ (ଜେଆଇଟି)ରେ ହୋଇଥିବା ଅଗ୍ରଗତି ଏବଂ ଅନ୍ୟ ପଦକ୍ଷେପ ଯେଉଁଥିରେ ଜାପାନ-ଭାରତ ନିବେଶ ପ୍ରୋତ୍ସାହନ ପାଇଁ କାର୍ଯ୍ୟଖସଡ଼ା ରହିଛି ସେସବୁର ଅଧୀନରେ ଭାରତରେ ଜାପାନର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସେମାନେ ସ୍ୱାଗତ କରିଥିଲେ । ଆର୍ଥିକ ଏବଂ ଅର୍ଥନୈତିକ ସହଯୋଗକୁ ପରିବର୍ଦ୍ଧିତ କରିବା ଲକ୍ଷ୍ୟ ନେଇ, ଜାପାନ ଏବଂ ଭାରତ ସରକାର 75 ବିଲିୟନ ଆମେରିକୀୟ ଡଲାରର ଦ୍ୱିପାକ୍ଷିକ ପ୍ରତିବଦଳ ବ୍ୟବସ୍ଥା (ବିଏସଏ)କୁ ଚୁଡ଼ାନ୍ତ ରୂପ ଦେବା ଲାଗି ହୋଇଥିବା ଚୁକ୍ତିକୁ ସ୍ୱାଗତ କରିଥିଲେ । ବାହ୍ୟ ବାଣିଜ୍ୟିକ ଋଣ (ଇସିବି) କ୍ଷେତ୍ରରେ, 5 ବର୍ଷର ସର୍ବନିମ୍ନ ହାରାହାରୀ ପରିପକ୍ଵତାର ଭିତ୍ତିଭୂମି ଇସିବି ପାଇଁ କୌଣସି ବାଧ୍ୟତାମୂଳକ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ପଡ଼ିବ ନାହିଁ ।
8.ବିଭିନ୍ନ ଭାରତୀୟ ରାଜ୍ୟରେ ଜାପାନ-ଭାରତ ଉତ୍ପାଦନ ଇନଷ୍ଟିଟ୍ୟୁଟ (ଜେଆଇଏମ) ଏବଂ ଜାପାନୀ ସମ୍ପନ୍ନ ପାଠ୍ୟକ୍ରମର ସଂଖ୍ୟା ଏବଂ ଆକାର ବୃଦ୍ଧି ଜରିଆରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ଲାଗି ଦୁଇ ନେତା ଇଚ୍ଛାବ୍ୟକ୍ତ କରିଥିଲେ । ଜାପାନର “ଇନୋଭେଟିଭ ଏସିଆ” କାର୍ଯ୍ୟକ୍ରମ ଏବଂ ବୈଷୟିକ ଇଂଟର୍ଣ୍ଣ ତାଲିମ କାର୍ଯ୍ୟକ୍ରମ (ଟିଆଇଟିପି)କୁ ଆହୁରି ପ୍ରୋତ୍ସାହିତ କରାଯିବ, ଏହି ସବୁ ଢାଂଚା ଜରିଆରେ ମାନବ ସମ୍ବଳ ବିକାଶ ଏବଂ ବିନିମୟ କ୍ଷେତ୍ରରେ ସହଯୋଗ ଜାରି ରହିବ ।
9. ସାମାଜିକ ଲାଭ ପାଇଁ ଇଂଟରନେଟ ଅଫ ଥିଙ୍ଗସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବିକଶିତ କରିବାର ଲକ୍ଷ୍ୟ ନେଇ ବିସ୍ତୃତ ଭାରତ-ଜାପାନ ଡିଜିଟାଲ ଭାଗୀଦାରୀର ଆରମ୍ଭ କରାଯାଇଛି । ବେଙ୍ଗାଲୁରୁରେ ଜାପାନ-ଭାରତ ଷ୍ଟାର୍ଟ ଅପ ହବ ଏବଂ ହିରୋସୀମା ପ୍ରାନ୍ତରେ ନାସକମର ଆଇଟି କରିଡର ପ୍ରକଳ୍ପର ଉପଯୋଗ ମାଧ୍ୟମରେ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଯୁଗ୍ମ ସହଭାଗୀତାର ସମ୍ଭାବନାର ସନ୍ଧାନ କରାଯାଉଛି । ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରତିଭା ଆକୃଷ୍ଟ କରାଯାଉଛି ଏବଂ ସମ୍ପୃକ୍ତ ଶିଳ୍ପ ଏବଂ ସଂସ୍ଥାନ ମଧ୍ୟରେ ସହଯୋଗ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି । ଏସବୁକୁ ଉଭୟ ନେତା ସ୍ୱାଗତ କରିଥିଲେ । ଏହା ଭାରତର ଫ୍ଲାଗସିପ କାର୍ଯ୍ୟକ୍ରମ ଯେପରିକି “ଡିଜିଟାଲ ଇଣ୍ଡିଆ”, “ଷ୍ଟାର୍ଟଅପ ଇଣ୍ଡିଆ” ଏବଂ “ସ୍ମାର୍ଟସିଟି” ଆଦି ସହ ଜାପାନର “ସୋସାଇଟି 5.0” ମଧ୍ୟରେ ଏହା ସାମାଜିକ ଲାଭକୁ ପ୍ରୋତ୍ସାହନ ଦେବା ଲାଗି ତାଳମେଳ ଆଣିପାରିବ । ଭାରତର ଷ୍ଟାର୍ଟଅପଗୁଡ଼ିକରେ ନିବେଶ ଲାଗି ଜାପାନୀ ଅଂଶୀଦାରମାନଙ୍କ ସହଭାଗୀତା ନିମନ୍ତେ ପାଣ୍ଠି ସୃଷ୍ଟିକୁ ସମର୍ଥନ ଏବଂ ପ୍ରୋତ୍ସାହନ ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।
10. ଲୋକମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ପ୍ରୟାସକ୍ରମେ, ଯେପରିକି ବୟସାଧିକ୍ୟତା ଭଳି ଆହ୍ୱାନର ମୁକାବିଲା ଲାଗି ଜାପାନର ଏସିଆ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରୟାସ (ଏଏଚଡବ୍ଲ୍ୟଆଇନ) ସହ ଭାରତର ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ଯୋଡ଼ିବାକୁ ସ୍ୱାଗତ କରିଥିଲେ । ଆପୋସ ଏବଂ ପାରସ୍ପରିକ ଲାଭ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଲଭ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ଶ୍ରେଷ୍ଠ ପ୍ରଚଳନକୁ କାର୍ଯ୍ୟକାରୀ କରାଯାଇ ଏହା କରାଯିବ । ସାମୁହିକ ବିକଳ୍ପ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଯୋଗ ସହିତ ଆୟୁର୍ବେଦର ଏକ ସମୃଦ୍ଧି ଇତିହାସ ରହିଛି, ଆୟୁର୍ବେଦ ସମେତ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ଦିଗରେ କାର୍ଯ୍ୟ କରିବା ଏବଂ ସୂଚନାର ବିନିମୟ କରିବା ଲାଗି ସେମାନେ ସହମତ ହୋଇଥିଲେ ।
11. କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବନୀକରଣ କ୍ଷେତ୍ରରେ ସରକାରୀ ଏବଂ ଘରୋଇ ଅଂଶୀଦାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆଗେଇ ନେବା ଲାଗି ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଥିଲେ, ଯାହା କୃଷି କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି କରିବା ସହିତ ଚାଷ ଏବଂ ଚାଷ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ଦିଗରେ ସକ୍ଷମ ହେବ ।
12. ଲୋକ-ଲୋକ ବିନିମୟ ଭାରତ-ଜାପାନ ଭାଗୀଦାରୀର ମୂଳଦୁଆରେ ରହିଛି ବୋଲି ଉଭୟ ନେତା ଦୋହରାଇଥିଲେ । “ଭାରତ-ପ୍ରଶାନ୍ତ ମହାସାଗରୀୟ ମଂଚ ସମେତ ସାଂସ୍କୃତିକ, ଶିକ୍ଷାଗତ, ସଂସଦୀୟ, ଶିକ୍ଷାଦାନ ଏବଂ ଟ୍ରାକ 1.5 ସମ୍ପର୍କ ବୃଦ୍ଧି ପାଇବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭବାନ ରହିଥିବା ସେମାନେ ବିବେଚନା କରିଥିଲେ ଏବଂ ଭିସା ପ୍ରକ୍ରିୟାକୁ ସହଜ କରିବା ଏବଂ ପର୍ଯ୍ୟଟନ ପ୍ରୋତ୍ସାହନ ସମେତ ଦ୍ୱି-ମାର୍ଗୀୟ ପ୍ରବାହ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବା ଲାଗି ସେମାନେ ମତବିନିମୟ କରିଥିଲେ । ଉଚ୍ଚଶିକ୍ଷା ଏବଂ ନାରୀ ସଶକ୍ତିକରଣ, ଶିକ୍ଷାଗତ ଏବଂ ଯୁବ ଓ କ୍ରୀଡ଼ା ବିନିମୟ ସୁବିଧା ଯୋଗାଇ ଦେବା ଆଦି କ୍ଷେତ୍ରରେ ଭାରତ-ଜାପାନୀ ଭାଗୀଦାରୀକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଉଭୟ ନେତା ମତବିନିମୟ କରିଥିଲେ । ଭାରତରେ ଜାପାନୀ ଭାଷା ଶିକ୍ଷକ ତାଲିମ କେନ୍ଦ୍ର ମିଳିତ ଭାବେ ଖୋଲାଯିବା ଦ୍ୱାରା ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କର ସେତୁ ପ୍ରତିଷ୍ଠା ହେବ । ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରାନ୍ତ ମଧ୍ୟରେ ଯୋଗାଯୋଗର ସ୍ଥିର ସମ୍ପ୍ରସାରଣର ଗୁରୁତ୍ୱ ପ୍ରତି ଉଭୟ ନେତା ରେଖାପାତ କରିଥିଲେ ।
ଶାନ୍ତି ପାଇଁ ସହଭାଗୀତା
13. ସୁରକ୍ଷା ସହଯୋଗ ଉପରେ ଭାରତ-ଜାପାନ ମିଳିତ ଘୋଷଣାନାମା 2008ରେ ସ୍ୱାକ୍ଷରିତ ହୋଇଥିଲା । ସେବେଠାରୁ ସହଭାଗୀ ନିରାପତ୍ତା କ୍ଷେତ୍ରରେ ମିଳିତ ପ୍ରୟାସକୁ ପ୍ରୋତ୍ସାହିତ କରିବା ଲାଗି ଗତ ଦଶନ୍ଧିରେ ହୋଇଥିବା ବ୍ୟାପକ ପ୍ରଗତିକୁ ନେଇ ଦୁଇ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ । ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ଗଭୀର କରିବା ଏବଂ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା (2+2) ଆୟୋଜନ ସମେତ ବର୍ତ୍ତମାନର ବ୍ୟବସ୍ଥାନ, ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା, ପ୍ରତିରକ୍ଷା ନୀତି ଆଲୋଚନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଆଲୋଚନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଆଲୋଚନା, ପ୍ରତ୍ୟେକ ସେବା ପାଇଁ କର୍ମଚାରୀ ସ୍ତରୀୟ ଆଲୋଚନା ଲାଗି ସେମାନେ ତାଙ୍କ ଇଚ୍ଛାକୁ ପୁନଃ ଜାହିର କରିଥିଲେ । ପ୍ରତ୍ୟେକ ପକ୍ଷର ତିନୋଟି ସେବା ମଧ୍ୟରେ ମିଳିତ ସମରାଭ୍ୟାସ ଏବଂ ଅଧିଗ୍ରହଣ ଓ କ୍ରସ-ସର୍ଭିସିଂ ଚୁକ୍ତି (ଏସିଏସଏ) ଉପରେ ଆଲୋଚନା ଆରମ୍ଭକୁ ଦୁଇ ନେତା ସ୍ୱାଗତ କରିଥିଲେ ଯାହା ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗର ରଣନୈତିକ ଗଭୀରତାକୁ ସମ୍ପ୍ରସାରିତ କରିବ ।
14. ସାମୁଦ୍ରିକ ନିରାପତ୍ତା ସହଯୋଗ କ୍ଷେତ୍ରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଉଭୟ ନେତା ଉପଲବ୍ଧୀ କରିଥିଲେ, ଯାହା ଦ୍ୱିପାକ୍ଷିକ ନୌସମରାଭ୍ୟାସର ଉଚ୍ଚ ଆବୃତ୍ତି ଏବଂ ମାଲାବାର ସମରାଭ୍ୟାସର ସ୍ତରକୁ ନିବିଡ କରିବା ସହିତ ଦୁଇ ଦେଶର ତଟରକ୍ଷୀ ବାହିନୀଙ୍କ ମଧ୍ୟରେ ଦୀର୍ଘସ୍ଥାୟୀ ଆଲୋଚନା ଏବଂ ତାଲିମକୁ ତ୍ୱରାନ୍ୱିତ କରିବା ରୂପରେ ଦେଖାଯାଉଛି । କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା କ୍ଷେତ୍ରରେ ସାମୁଦ୍ରିକ କ୍ଷେତ୍ରରେ ସଚେତନତା (ଏମଡିଏ) ସମ୍ପ୍ରସାରଣରେ ପରିବର୍ଦ୍ଧିତ ବିନିମୟର ଯୋଗଦାନକୁ ବିବେଚନା କରି ଭାରତୀୟ ନୌସେନା ଏବଂ ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ (ଜେଏମଏସଡିଏଫ) ମଧ୍ୟରେ ଗଭୀର ସହଯୋଗ ବ୍ୟବସ୍ଥାର କାର୍ଯ୍ୟକାରୀତାରେ ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ ।
15. ସରକାରୀ ଏବଂ ଘରୋଇ କ୍ଷେତ୍ରର ମିଳିତ ପ୍ରୟାସ ଜରିଆରେ ପ୍ରଯୁକ୍ତିଗତ ସାମର୍ଥ୍ୟ ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଭାରତ ଏବଂ ଜାପାନ ପ୍ରତିରକ୍ଷା ସରଞ୍ଜାମ ଏବଂ ପ୍ରଯୁକ୍ତି ସହଯୋଗ ମଧ୍ୟରେ ବ୍ୟାପକ ସୁଯୋଗ ଏବଂ ସମ୍ଭାବନା ରହିଛି । ଏହି କ୍ଷେତ୍ର ପର୍ଯ୍ୟନ୍ତ, ଉଭୟ ନେତା ଭାରତ ଏବଂ ଜାପନୀ ପ୍ରତିରକ୍ଷା ଶିଳ୍ପ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ନେତା ସହମତ ହୋଇଥିଲେ । ମାନବବିହୀନ ଭୂମି ବାହନ (ୟୁଜିଭି) ଏବଂ ରୋବୋଟିକ୍ସ କ୍ଷେତ୍ରରେ ସହଯୋଗୀ ଗବେଷଣାର ଆରମ୍ଭ କରିବାକୁ ସ୍ୱାଗତ କରିଥିଲେ । ୟୁଏସ-2 ଉଭୟସ୍ଥଳ(amphibian) ବିମାନ କ୍ଷେତ୍ରରେ ସହଯୋଗ ଲାଗି ଉଭୟ ପକ୍ଷ ପ୍ରୟାସ ଜାରି ରଖିବେ ।
16. ମହାକାଶର ଦୀର୍ଘସ୍ଥାୟୀ ନିରନ୍ତରତାକୁ ପ୍ରୋତ୍ସାହନ ଦେବା ଦିଗରେ ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ମହାକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବଢ଼ାଇବା ଲାଗି ବାର୍ଷିକ ମହାକାଶ ଆଲୋଚନା କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ନିଷ୍ପତି ନେଇଥିଲେ । ଉଭୟ ନେତା ସେମାନଙ୍କ ନିଜସ୍ୱ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଯୁକ୍ତିଭିତ୍ତିକ ସହଭାଗୀତା ଏବଂ ମିଳିତ ଚନ୍ଦ୍ର ଗ୍ରହ ଅନ୍ୱେଷଣ ଅଭିଯାନକୁ ସ୍ୱାଗତ କରିଥିଲେ ।
17. ଉତ୍ତର କୋରିଆ ସଂକ୍ରାନ୍ତରେ ପଡ଼ି ରହିଥିବା ପ୍ରସଙ୍ଗଗୁଡ଼ିକର ବିସ୍ତୃତ ସମାଧାନ ଦିଗରେ ଏକ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷ ଆୟୋଜନ କରାଯାଇଥିବା ତିନୋଟି ଆନ୍ତଃ-କୋରିଆ ଶିଖର ସମ୍ମିଳନୀ ଏବଂ ଜୁନରେ ସିଙ୍ଗାପୁରରେ ଅନୁଷ୍ଠିତ ଆମେରିକା-ଉତ୍ତର କୋରିଆ ଶିଖର ସମ୍ମିଳନୀ ସମେତ କୋରିଆ ଉପଦ୍ୱୀପରେ ହୋଇଥିବା ବର୍ତ୍ତମାନର ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଥିଲେ । ମିଳିତ ଜାତିସଂଘ ନିରାପତ୍ତା ପରିଷଦ ସଂକଳ୍ପ (ୟୁଏନଏସସିଆର) ଅନୁଯାୟୀ ଉତ୍ତର କୋରିଆର ସମସ୍ତ ଗଣବିଧ୍ୱଂସକାରୀ ଅସ୍ତ୍ର ଏବଂ ସମସ୍ତ ଦୂରଗାମୀ ପରମାଣୁ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ, ପ୍ରାମାଣିକ ଏବଂ ଅପରିବର୍ତ୍ତନୀୟ ନିରସ୍ତ୍ରୀକରଣର ଗୁରୁତ୍ୱ ଉପରେ ସେମାନେ ରେଖାପାତ କରିଥିଲେ ଏବଂ ଉତ୍ତର କୋରିଆର ପ୍ରସାର ଯୋଗଯୋଗ ସମ୍ବନ୍ଧୀୟ ଚିନ୍ତାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାସଙ୍ଗିକ ୟୁଏନଏସସିଆରଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ଉପରେ ସେମାନଙ୍କ ପ୍ରତିବଦ୍ଧତାକୁ ସେମାନେ ଦୋହରାଇଥିଲେ । ଅପହରଣ ପ୍ରସଙ୍ଗର ଯଥାଶୀଘ୍ର ସମାଧାନ ଲାଗି ସେମାନେ ଉତର କୋରିଆକୁ ଅନୁରୋଧ କରିଥିଲେ ।
18. ଦୁଇ ନେତା ପରମାଣୁ ଅସ୍ତ୍ରର ସମ୍ପୂର୍ଣ୍ଣ ଉନ୍ମୁଳନ ପ୍ରତି ସେମାନଙ୍କ ସହଭାଗୀ ପ୍ରତିବଦ୍ଧତା ଦୋହରାଇଥିଲେ । ଏଥିସହିତ ପରମାଣୁ ଅସ୍ତ୍ରର ପ୍ରସାର ଏବଂ ପରମାଣୁ ଆତଙ୍କବାଦ ଭଳି ଆହ୍ୱାନର ମୁକାବିଲା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବାର କାର୍ଯ୍ୟ ଦୃଢ଼ ରହିବା ପ୍ରତି ସହମତ ହୋଇଥିଲେ । ବିସ୍ତୃତ ପରମାଣୁ-ପରୀକ୍ଷଣ ନିଷେଧ ସନ୍ଧି(ସିଟିବିଟି)ର ଯଥାଶୀଘ୍ର କାର୍ଯ୍ୟକାରୀତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆବେ ଜୋର ଦେଇଥିଲେ । ଶାନନ ସହମତି (Shannon Mandate)ଆଧାରରେ Fissile Material Cut-off Treaty (ଏଫଏମସିଟି)ର ଭେଦଭାବମୁକ୍ତ, ବହୁପକ୍ଷୀୟ ଏବଂ ଅନ୍ତର୍ଜାତୀୟସ୍ତରର ଓ ପ୍ରଭାବୀ ଅନୁଧ୍ୟାନକ୍ଷମ କାର୍ଯ୍ୟକାରୀତା ପାଇଁ ଆଲୋଚନାକୁ ଯଥାଶୀଘ୍ର ଆରମ୍ଭ କରିବା ଓ ଚୁଡ଼ାନ୍ତ କରିବା ଲାଗି ଉଭୟ ନେତା ଆହ୍ୱାନ କରିଥିଲେ । ତିନୋଟି ଅନ୍ତର୍ଜାତୀୟ ବିଶେଷଜ୍ଞ ନିୟନ୍ତ୍ରଣ ବ୍ୟବସ୍ଥା ଭିତରେ ଭାରତର ସମ୍ପୂର୍ଣ୍ଣ ପ୍ରବେଶ ପରେ ବିଶ୍ୱ ନିରସ୍ତ୍ରୀକରଣ ପ୍ରୟାସକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ପରମାଣୁ ଯୋଗାଣ ଗୋଷ୍ଠୀରେ ଭାରତର ସଦସ୍ୟତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଦୁଇ ନେତା ସହମତ ହୋଇଥିଲେ ।
19. ଆତଙ୍କବାଦର ବୃଦ୍ଧି ପାଉଥିବା ବିପଦ ଏବଂ ସାମଗ୍ରୀକ ପ୍ରସାରକୁ ଉଭୟ ନେତା ଦୃଢ଼ ଭାବେ ନିନ୍ଦା କରିଥିଲେ । ଆତଙ୍କବାଦୀଙ୍କ ଅଭୟାରଣ୍ୟ ଏବଂ ଭିତ୍ତିଭୂମିର ମୂଳୋତ୍ପାଟନ କରିବା, ଆତଙ୍କବାଦୀ ନେଟୱାର୍କ ଏବଂ ସେମାନଙ୍କୁ ପାଣ୍ଠି ଯୋଗାଣ କରୁଥିବା ମାଧ୍ୟମକୁ ନଷ୍ଟ କରିବା ଏବଂ ଆତଙ୍କବାଦଙ୍କ ସୀମାପାର ଗମନାଗମନକୁ ରୋକିବା ଲାଗି ସେମାନେ ସବୁ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରିଥିଲେ । ଅନ୍ୟ ରାଷ୍ଟ୍ର ଉପରେ କୌଣସି ପ୍ରକାରରେ ଆତଙ୍କବାଦୀ ଆକ୍ରମଣ ଲାଗି ନିଜ ଦେଶର ଭୂଖଣ୍ଡକୁ ଆତଙ୍କବାଦୀଙ୍କ ବ୍ୟବହାର ପାଇଁ ନଦେବାକୁ ସୁନିଶ୍ଚିତ କରିବା ଲାଗି ସେମାନେ ସବୁ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରିଥିଲେ । ସୂଚନା ଏବଂ ଗୁଇନ୍ଦା ତଥ୍ୟ ପ୍ରଦାନକୁ ବଢ଼ାଇବା ସମେତ ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦର ମୁକାବିଲା ପାଇଁ ଦୃଢ଼ ଅନ୍ତର୍ଜାତୀୟ ଭାଗୀଦାରୀ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ନଭେମ୍ବର 2008ରେ ମୁମ୍ବାଇ ଏବଂ ଜାନୁଆରୀ 2016ରେ ପଠାନକୋଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମେତ ସମସ୍ତ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବା ଲାଗି ସେମାନେ ପାକିସ୍ତାନକୁ ଆହ୍ୱାନ କରିଥିଲେ । ଅଲକାଏଦା, ଆଇଏସଆଇଏସ, ଜୈଶ-ଇ-ମହମ୍ମଦ, ଲଶ୍କର-ଇ-ତଏବା ଏବଂ ସେମାନଙ୍କ ଅନୁମୋଦିତ ସଂଗଠନଠାରୁ ଆସୁଥିବା ଆତଙ୍କବାଦୀ ବିପଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସେମାନେ ଆଗ୍ରହ ପ୍ରକାଶ କରିଥିଲେ ।
20. ଏକବିଂଶ ଶତାବ୍ଦୀର ସମସାମୟିକ ବାସ୍ତବକୁ ଧ୍ୟାନରେ ରଖି ମିଳିତ ଜାତିସଂଘର ଦ୍ରୁତ ଏବଂ ଫଳପ୍ରଦ ସଂସ୍କାର ବିଶେଷ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ବିସ୍ତୃତ ସଂସ୍କାର ଆଣି ଏହାକୁ ଅଧିକ ଯୁକ୍ତିଯୁକ୍ତ, ପ୍ରଭାବୀ ଏବଂ ପ୍ରତିନିଧିତ୍ୱ ବିଶିଷ୍ଟ କରିବା ଲାଗି ଭାରତ ଏବଂ ଜାପାନ ଆହ୍ୱାନ କରିଥିଲେ । ମିଳିତ ଜାତିସଂଘ ସାଧାରଣ ପରିଷଦର 73ତମ ଅଧିବେଶନର ଆନ୍ତଃସରକାରୀ ଆଲୋଚନାରେ ବିଷୟବସ୍ତୁ ଆଧାରିତ ଆଲୋଚନାର ଶୁଭାରମ୍ଭ ସମେତ ଏହାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ସେମାନଙ୍କ ପ୍ରତିବଦ୍ଧତାକୁ ସେମାନେ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ, ସଂସ୍କାର ଆଧାରିତ ରାଷ୍ଟ୍ରଗୁଡ଼ିକ ସହ ବିଶ୍ୱସ୍ତରୀୟ ସହଯୋଗର ଗୁରୁତ୍ୱ ଉପରେ ସେମାନେ ଜୋର ଦେଇଥିଲେ । ପରିବର୍ଦ୍ଧିତ ୟୁଏନଏସସିରେ ସ୍ଥାୟୀ ସଦସ୍ୟତା ଲାଗି ଭାରତ ଏବଂ ଜାପାନ ଉପଯୁକ୍ତି ପ୍ରାର୍ଥୀ ବୋଲି ଦୃଢ଼ ସହମତି ସେମାନେ ପରସ୍ପରର ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲେ ।
ବିଶ୍ୱସ୍ତରୀୟ କାର୍ଯ୍ୟ ପାଇଁ ଭାଗୀଦାରୀ
21. ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା ଲାଗି ସେମାନଙ୍କ ବୃଦ୍ଧି ପାଉଥିବା ସହଭାଗୀତାର ଗୁରୁତ୍ୱ ଉପରେ ଦୁଇ ପ୍ରଧାନମନ୍ତ୍ରୀ ରେଖାପାତ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ, ନିରନ୍ତର ଜୈବବିବିଧତା ପରିଚାଳନା, ରାସାୟନିକ ଏବଂ ବର୍ଜ୍ୟ ଜଳ ପରିଚାଳନା ଆଦି କ୍ଷେତ୍ରରେ ସେମାନଙ୍କ ପରିବେଶଗତ ଭାଗୀଦାରୀକୁ ସୁଦୃଢ଼ କରିବା ଏବଂ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ରହିଥିବା ସହଯୋଗ ବ୍ୟବସ୍ଥାକୁ ଉପଯୋଗ କରିବା ପ୍ରତି ଦୁଇ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଢାଂଚା ସମ୍ମେଳନର ଆଧୀନରେ ପ୍ରଣୟନ ହୋଇଥିବା ପ୍ୟାରିସ ଚୁକ୍ତି ଆଧାରରେ ଜଳବାୟୁ ମୁକାବିଲା ଲାଗି ନିର୍ଦ୍ଧାରିତ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେମାନେ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବାକୁ ମତବ୍ୟକ୍ତ କରିଥିଲେ ଏବଂ ପ୍ୟାରିସ ଚୁକ୍ତିର କାର୍ଯ୍ୟକାରୀତା ପାଇଁ କାର୍ଯ୍ୟ ଯୋଜନା ଚୁଡ଼ାନ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ତଥା ମିଳିତ ଋଣଯୋଗାଣ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଆହୁରି ଆଲୋଚନାକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହୋଇଥିଲେ ।
22. ପରମାଣୁ ଏବଂ ଅକ୍ଷୟ ଶକ୍ତି ସମେତ ଶକ୍ତିର ନିରନ୍ତର ଏବଂ ସ୍ୱଚ୍ଛ ସ୍ୱରୂପ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ହାଇଡ୍ରୋଜେନ ଆଧାରିତ ଶକ୍ତି କ୍ଷେତ୍ରରେ ସମ୍ଭାବାନକୁ ଉଜାଗର କରିବା ଲାଗି ସହଭାଗୀତା ସହିତ ସ୍ୱଚ୍ଛ କୋଇଲା ପ୍ରଯୁକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପ୍ରକଳ୍ପ ଏବଂ ଏଲଏନଜି ଯୋଗାଣ ଶୃଙ୍ଖଳାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ପ୍ରୟାସ ଜାରି ରଖିବା ଲାଗି ଉଭ ନେତା ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ତଥା “ଜାପାନ-ଭାରତ ଶକ୍ତି ସ୍ଥାନାନ୍ତରଣ ସହଯୋଗ ଯୋଜନା”କୁ ସ୍ୱାଗତ କରିଥିଲେ । ଭାରତ ଏବଂ ଜାପାନ ଶକ୍ତି ଦକ୍ଷତା ଏବଂ ସଂରକ୍ଷଣ, ଶକ୍ତି ସଂଚୟ ସହିତ ହାଇବ୍ରିଡ ଏବଂ ବୈଦ୍ୟୁତିକ ବାହନ ସମେତ ପରିବେଶ ଅନୁକୂଳ ବାହନ ବିନିର୍ମାଣ/ଉତ୍ପାଦନ କ୍ଷେତ୍ରରେ ଆହୁରି ସହଯୋଗ ଜାରି ରଖିବେ । ବେସାମରିକ ପରମାଣୁ ସହଯୋଗ କ୍ଷେତ୍ରରେ ଭାରତ-ଜାପାନ ଆଲୋଚନାକୁ ଦୁଇ ନେତା ସ୍ୱାଗତ କରିଥିଲେ ଏବଂ ଏହି କ୍ଷେତ୍ରରେ ଆଲୋଚନା ଜାରି ରଖିବା ଲାଗି ନିଷ୍ପତ୍ତି ନେଇଥିଲେ । ଅନ୍ତର୍ଜାତୀୟ ସୌର ମେଂଟରେ ଜାପାନ ଅଂଶଗ୍ରହଣକୁ ଭାରତ ସ୍ୱାଗତ କରିଥିଲା ଏହା ସୌର ଶକ୍ତିକୁ ଏକ ସ୍ୱଚ୍ଛ, ସୁଲଭ ଏବଂ ନିରନ୍ତର ଶକ୍ତି ବିକଳ୍ପ ଭାବେ ସୌରଶକ୍ତିର ଉପଯୋଗକୁ ପ୍ରୋତ୍ସାହିତ କରିବା ଲାଗି ବୈଶ୍ୱିକ ପ୍ରୟାସକୁ ପ୍ରୋତ୍ସାହିତ କରିବ ।
23. ଦ୍ୱିପାକ୍ଷିକ ଭାବେ ସାଂଗଠିକ କର୍ମଶାଳା ଜରିଆରେ ତଥା ବହୁପକ୍ଷୀୟ ବିଭିନ୍ନ ମଂଚ ମାଧ୍ୟମରେ, ବିପର୍ଯ୍ୟୟ ଆପଦ ପ୍ରଶମନ କ୍ଷେତ୍ରରେ ସହଯୋଗ ପାଇଁ ହୋଇଥିବା ଅଗ୍ରଗତି ନେଇ ଉଭୟ ନେତା ସନ୍ତୋଷର ସମୀକ୍ଷା କରିଥିଲେ । ଆଗୁଆ ସତର୍କ ବ୍ୟବସ୍ଥା, ଜଳ ସମ୍ବଳ ପରିଚାଳନା, ମହାକାଶ ଆଧାରିତ ପ୍ରଯୁକ୍ତିର ଉପଯୋଗ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି କ୍ଷେତ୍ରରେ ବିପର୍ଯ୍ୟୟ ଆପଦ ହ୍ରାସ ପାଇଁ ସେଣ୍ଡାଇ ବ୍ୟବସ୍ଥା 2015-2030ର ପ୍ରଭାବ କାର୍ଯ୍ୟକାରୀତାର ଗୁରୁତ୍ୱକୁ ସେମାନେ ଉପଲବ୍ଧୀ କରିଥିଲେ ।
24. ଦୁଇ ନେତା ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଉପରେ ରେଖାପାତ କରିଥିଲେ ଏବଂ ନିରନ୍ତର ଅଭିବୃଦ୍ଧି ଓ ବିକାଶ ହାସଲ ଲାଗି ବିଶ୍ଵ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବାଧ୍ୟ ପ୍ରଚଳନ ଏବଂ ମୁକ୍ତ, ସ୍ୱଚ୍ଛ ଏବଂ ଖୋଲା ବାଣିଜ୍ୟ ପାଇଁ ଡବ୍ଲ୍ୟୁଟିଓରେ ସଂସ୍କାରର ଜରୁରୀ ଆବଶ୍ୟକତାକୁ ପରସ୍ପର ସହ ବାଂଟିଥିଲେ । ସମସ୍ତ ଅସ୍ୱଚ୍ଛ ବାଣିଜ୍ୟ ଅଭ୍ୟାସ ସମେତ ସଂରକ୍ଷଣବାଦର ନିରାକରଣ ଲାଗି ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ବ୍ୟବସାୟ ବିକୃତି ଉପାୟକୁ ଦୂର କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମ୍ପୂର୍ଣ୍ଣ ଲାଭକୁ ବାସ୍ତବ ରୂପ ଦେବା ଲାଗି ଏକ ଉଚ୍ଚମାନର, ବିସ୍ତୃତ ଏବଂ ସନ୍ତୁଳିତ କ୍ଷେତ୍ରୀୟ ବିସ୍ତୃତ ଅର୍ଥନୈତିକ ଭାଗୀଦାରୀ (ଆରସିଇପି) ଚୁକ୍ତି ପାଇଁ ଆଲୋଚନା ଚୂଡ଼ାନ୍ତ କରିବାର ରଣନୈତିକ ଗୁରୁତ୍ୱକୁ ସେମାନେ ଦୋହରାଇଥିଲେ ।
25. କ୍ଷେତ୍ରୀୟ ଏବଂ ବହୁପକ୍ଷୀୟ ମଂଚ ଏବଂ ସଂସ୍ଥାନରେ ପରାମର୍ଶ ଏବଂ ସହଯୋଗକୁ ବୃଦ୍ଧି କରିବାର ଗୁରୁତ୍ୱ ଉପରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋପାତ କରିଥିଲେ । ନିରନ୍ତର ଅଭିବୃଦ୍ଧି ଏବଂ ବିକାଶ, ଅର୍ଥନୈତିକ ସ୍ଥିରତା, ଖାଦ୍ୟ ଏବଂ ଜଳ ସୁରକ୍ଷା, ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ସ୍ୱଚ୍ଛ ଶକ୍ତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହନ ଦେଇ ଆମର ସମୟର ଆବଶ୍ୟକତା ଏବଂ ଆହ୍ୱାନର ପ୍ରଭାବୀ ମୁକାବିଲା ଲାଗି ସେମାନେ ନିଜକୁ ସମର୍ପିତ କରିଥିଲେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ କିଛି ବର୍ଷ ମଧ୍ୟରେ ମହାନ ଉଦ୍ଦେଶ୍ୟ ଏବଂ ଉପାଦାନକୁ ଗ୍ରହଣ କରିଛି ବୋଲି ଦୁଇ ନେତା ଦୋହରାଇଥିଲେ । ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ପରିପକ୍ୱତା ଏବଂ ଆଜି ବିଶ୍ୱ ଭାଗୀଦାରୀରେ ଥିବା ପାରସ୍ପରିକ ଭରସା ଏବଂ ଗଭୀର ବିଶ୍ୱାସକୁ ସେମାନେ ରେଖାପାତ କରିଥିଲେ । ସେମାନେ ଅଧିକ ନିରାପଦ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ କ୍ଷେତ୍ର ଏବଂ ବିଶ୍ୱ ନିର୍ମାଣ କରିବା ଲାଗି ମିଳିତ ଭାବେ ପ୍ରୟାସ କରୁଥିବାରୁ ଦୁଇ ଦେଶର ଭବିଷ୍ୟତ ପାଇଁ ଏଥିରେ ଥିବା ବ୍ୟାପକ ସମ୍ଭବନା ଉପରେ ମଧ୍ୟ ଉଭୟ ଗୁରୁତ୍ୱାରୋପ କରିଥିଲେ ।
Boosting business ties.
— PMO India (@PMOIndia) October 29, 2018
Top industry leaders from India and Japan interact with PM @narendramodi in Tokyo.
The Prime Minister spoke at length about India's reform trajectory and urged the business leaders of Japan to explore various investment opportunities in India. pic.twitter.com/kMwGO3KpTG
Earlier today, PM @narendramodi met leading Japanese venture capitalists.
— PMO India (@PMOIndia) October 29, 2018
The agenda included ways to boost the dynamic start-up ecosystem in India and further a spirit of innovation as well as entrepreneurship. pic.twitter.com/JNhaKueFI3
The Prime Minister and Mr. Hiroshige Seko, Minister of @METI_JPN had fruitful discussions on ways to deepen trade and economic relations between India and Japan. pic.twitter.com/vFPlAl1ZrA
— PMO India (@PMOIndia) October 29, 2018
Close economic relations are the cornerstone of the India-Japan partnership.
— Narendra Modi (@narendramodi) October 29, 2018
Had the opportunity to meet leading venture capitalists and top CEOs from India as well as Japan.
The discussions in these sessions were extremely fruitful and will add strength to our ties. pic.twitter.com/EUhvPnrc5v
Strengthening all avenues of India-Japan cooperation and boosting cultural, people-to-people ties.
— Narendra Modi (@narendramodi) October 29, 2018
Met Mr. Heita Kawakatsu, the Governor of Shizuoka province and Mr. Yuji Kuroiwa, the Governor of Kanagawa Prefecture. The discussions were extremely productive. pic.twitter.com/VZZRI66vDW
Held fruitful and extensive talks with PM @AbeShinzo.
— Narendra Modi (@narendramodi) October 29, 2018
Today’s discussions focused on aspects relating to better economic ties, stronger cooperation in areas of defence and security. pic.twitter.com/jCXrx4QX7I
My two day Japan visit consisted of a wide range of programmes, where I got to interact with various stakeholders of the India-Japan partnership. The visit will further strengthen the India-Japan relationship, be it in trade, technology or people-to-people ties. pic.twitter.com/81VUSkV0iB
— Narendra Modi (@narendramodi) October 29, 2018