Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଟ୍ୟୁନିସିଆ ICT ଓ ଡିଜିଟାଲ ଅର୍ଥବ୍ୟବସ୍ଥା ସହଯୋଗ ବୁଝାମଣାକୁ କେବିନେଟ ମଞ୍ଜୁରି


ଭାରତ ଓ ଟ୍ୟୁନିସିଆ ମଧ୍ୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିକୁ ସୁଦୃଢ଼ କରିବା ସକାଶେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବ ଆଜି (20.07.2016) ଅନୁମୋଦନ ଲାଭ କରିଛି । 2016 ଜୁନ 02 ତାରିଖ ଦିନ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଦୁଇ ଦେଶ ମଧ୍ୟରେ ICT ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଉଭୟ ସରକାରୀ ଓ ଘରୋଇ ସ୍ତରରେ ସକ୍ରିୟ ସହଯୋଗ ଏବଂ ପ୍ରଯୁକ୍ତି ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ଏହି ବୁଝାମଣାପତ୍ର ସ୍ଵାକ୍ଷରର ମୁଖ୍ୟ ଉଦ୍ଦେଶ୍ୟ ।