ପିଏମଇଣ୍ଡିଆ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (10.08.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣା ପତ୍ର 08.07.2016 ତାରିଖ ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ରରେ ଥିବା ପ୍ରମୁଖ ବୈଶିଷ୍ଟ୍ୟମାନ ହେଲା : –
କ) ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସଂପ୍ରସାରଣ
ଖ) ପର୍ଯ୍ୟଟନ ସଂକ୍ରାନ୍ତ ସୂଚନା ଓ ଡାଟା ଉଭୟ ଦେଶ ମଧ୍ୟରେ ଆଦାନପ୍ରଦାନ
ଗ) ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ ଏବଂ ଟୁରିଷ୍ଟ ଅପରେଟରଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ପ୍ରୋତ୍ସାହନ ପ୍ରଦାନ
ଘ) ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ କାର୍ଯ୍ୟକ୍ରମ ଆଦାନ ପ୍ରଦାନ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ପ୍ରତିଷ୍ଠା
ଙ) ପର୍ଯ୍ୟଟନ ଓ ଆତିଥ୍ୟ ସେକ୍ଟରରେ ନିବେଶ
ଚ) ଉଭୟ ରାଷ୍ଟ୍ରର ଟୁର ଅପରେଟର/ଗଣମାଧ୍ୟମ/ଜନମତ ସୃଷ୍ଟିକାରୀ ଓ ପର୍ଯ୍ୟଟକଙ୍କ ଭ୍ରମଣକୁ ପ୍ରୋତ୍ସାହନ ପ୍ରଦାନ
ଛ) ଉନ୍ନତି, ଶିକ୍ଷା, ମାର୍କେଟିଂ, ଲକ୍ଷ୍ୟସ୍ଥଳ ବିକାଶ ଓ ପରିଚାଳନା କ୍ଷେତ୍ରରେ ଅନୁଭୂତି ଆଦିରେ ଅଂଶଗ୍ରହଣ ଏବଂ
ଝ) ନିରାପଦ, ମର୍ଯ୍ୟାଦାଜନକ ଏବଂ ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ