
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ପୋଲାଣ୍ଡ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କ ୨୧ରୁ ୨୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଶ୍ରୀ ଟସ୍କଙ୍କ ସହ ପ୍ରାୟ ୧୦୦ ଜଣ ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଓ ଶିଳ୍ପ ପ୍ରତିନିଧିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଟସ୍କ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ।
ଉଭୟ ଦେଶର ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୦୨୪ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୋଲାଣ୍ଡକୁ ଐତିହାସିକ ଗସ୍ତକୁ ମନେ ପକାଇଥିଲେ। ସେହି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ରଣନୈତିକ ସହଭାଗୀତାକୁ ଉନ୍ନୀତ ହୋଇଥିଲା ଏବଂ ୨୦୨୪ – ୨୦୨୮ ପାଇଁ ଭାରତ-ପୋଲାଣ୍ଡ କାର୍ଯ୍ୟ ଯୋଜନା ଗୃହୀତ ହୋଇଥିଲା ବୋଲି ଉଭୟ ଉଲ୍ଳେଖ କରିଥିଲେ। ସେମାନେ ସେପ୍ଟେମ୍ବର ୨୦୨୬ ରେ ୱାର୍ସାରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋରସ୍କିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଜନାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷାକୁ ସମର୍ଥନ କରିଥିଲେ।
ବର୍ତ୍ତମାନର ଗସ୍ତ ରଣନୈତିକ ସହଭାଗୀତାକୁ ନୂତନ ଗତି ଦେଇଛି ବୋଲି ଦୁଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସହଭାଗୀତାକୁ ଠୋସ୍, ସମୟୋଚିତ ଏବଂ ପାରସ୍ପରିକ ଲାଭଦାୟକ ଫଳାଫଳରେ ପରିଣତ କରିବା ପାଇଁ ସେମାନଙ୍କର ଦୃଢ଼ ସଂକଳ୍ପକୁ ଦୋହରାଇଥିଲେ।
ନେତାମାନେ ଉଚ୍ଚସ୍ତରୀୟ ରାଜନୈତିକ ଆଦାନପ୍ରଦାନ ଏବଂ ସାଂଗଠନିକ ଆଲୋଚନାକୁ ତୀବ୍ର କରିବାକୁ ସହମତ ହୋଇଥିଲେ। ସେମାନଙ୍କର ସଂସଦ, ରାଜ୍ୟ ଏବଂ ଆଞ୍ଚଳିକ କର୍ତ୍ତୃପକ୍ଷ, ଥିଙ୍କ ଟ୍ୟାଙ୍କ ଏବଂ ନୀତି ପ୍ରତିଷ୍ଠାନ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଉତ୍ସାହିତ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ୨୭ ଜାନୁଆରୀ ୨୦୨୬ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଐତିହାସିକ ଭାରତ – ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଆଲୋକପାତ କରିଥିଲେ। ଏଥିରେ ‘୨୦୩୦ ଅଭିମୁଖେ : ଏକ ମିଳିତ ଭାରତ – ୟୁରୋପୀୟ ସଂଘ ବ୍ୟାପକ ରଣନୈତିକ କାର୍ଯ୍ୟସୂଚୀ’ ରେ ଉଲ୍ଲେଖ କରାଯାଇଥିବା ୟୁରୋପୀୟ ସଂଘ – ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଏବଂ ଗତିଶୀଳତା ଉପରେ ସହଯୋଗ ପାଇଁ ବ୍ୟାପକ ଢାଞ୍ଚାର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ। ଏଫଟିଏ ଉପରେ, ସେମାନେ ନୂତନ ବାଣିଜ୍ୟ ଏବଂ ନିବେଶ ସୁଯୋଗକୁ ଉନ୍ମୋଚନ କରିବା, ଅତ୍ୟାବଶ୍ୟକ ମୂଲ୍ୟ ଶୃଙ୍ଖଳକୁ ବିବିଧ ଏବଂ ସୁଦୃଢ଼ କରିବା ଏବଂ ନୂତନ ବଜାର ଖୋଲିବା ପାଇଁ ଏହାର ଶୀଘ୍ର ସ୍ୱାକ୍ଷର ଏବଂ ଅନୁମୋଦନ, ଏବଂ ଏହାର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ କରିଥିଲେ।
ବାଣିଜ୍ୟ, ଆର୍ଥିକ ସହଯୋଗ ଏବଂ ନିବେଶ
ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡକୁ ୧ ଟ୍ରିଲିୟନ ଆମେରିକୀୟ ଡଲାର ଜିଡିପି ସୀମା ଅତିକ୍ରମ କରିବା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ପୋଲାଣ୍ଡ ଅର୍ଥନୀତିର ଶକ୍ତି ଏବଂ ଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ପୋଲାଣ୍ଡ ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ରେକର୍ଡ ଏବଂ ଆଗାମୀ ବର୍ଷଗୁଡ଼ିକରେ ୧୦ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ପାଇଁ ଏହାର ପ୍ରଭାବଶାଳୀ ପଥକୁ ପ୍ରଶଂସା କରିଛି। ନେତାମାନେ ଦୁଇ ଅର୍ଥନୀତିର ପରିପୂରକ ଶକ୍ତି ଏବଂ ଭାରତ ଏବଂ ପୋଲାଣ୍ଡର ଅଭିବୃଦ୍ଧି ପଥରୁ ସୃଷ୍ଟି ହେଉଥିବା ସୁଯୋଗକୁ ସ୍ୱୀକାର କରିଥିଲେ।
ନେତାମାନେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ସ୍ଥିର କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ପୋଲାଣ୍ଡ କମ୍ପାନୀଗୁଡ଼ିକୁ ଭାରତରେ ସେମାନଙ୍କର ନିବେଶ ଏବଂ କାର୍ଯ୍ୟକୁ ବିସ୍ତାର କରିବାକୁ ଏବଂ ଭାରତର ବୃହତ ବଜାର, ଦକ୍ଷ କାର୍ଯ୍ୟବଳ ଏବଂ ବୃଦ୍ଧି ପାଉଥିବା ଉତ୍ପାଦନ ଏବଂ ନବସୃଜନ ଇକୋସିଷ୍ଟମରୁ ଲାଭ ଉଠାଇବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଟସ୍କ ପୋଲାଣ୍ଡରେ ଭାରତୀୟ ନିବେଶକୁ ପ୍ରଶଂସା କରିଥିଲେ। କେନ୍ଦ୍ରୀୟ ଏବଂ ପୂର୍ବ ୟୁରୋପ ଏବଂ ବୃହତ ୟୁରୋପୀୟ ବଜାରରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଚାହୁଁଥିବା ଭାରତୀୟ ବ୍ୟବସାୟ ପାଇଁ ଏକ ପ୍ରବେଶପଥ ଭାବରେ ପୋଲାଣ୍ଡର ଶକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଦ୍ୱିପାକ୍ଷିକ କାର୍ଯ୍ୟଗୋଷ୍ଠୀର କାର୍ଯ୍ୟକଳାପ ପୁନଃଆରମ୍ଭ କରି କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ନେତାମାନେ ସହମତ ହୋଇଥିଲେ।
ଗସ୍ତ ସମୟରେ ଅନୁଷ୍ଠିତ ଭାରତ – ପୋଲାଣ୍ଡ ବ୍ୟବସାୟ ଫୋରମ୍, ଯେଉଁଥିରେ ଉଭୟ ଦେଶର ପ୍ରମୁଖ ସିଇଓ ଏବଂ ଶିଳ୍ପ ପ୍ରତିନିଧିମାନେ ସାମିଲ ହୋଇଥିଲେ ତାହାକୁ ନେତାମାନେ ସ୍ୱାଗତ କରିଥିଲେ। ସେମାନେ ଶିଳ୍ପ ଯନ୍ତ୍ରପାତି, ପ୍ରତିରକ୍ଷା, ଭିତ୍ତିଭୂମି, ଔଷଧ, ଖଣି ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ, ଶକ୍ତି, ଆଇସିଟି ଏବଂ ଅନ୍ୟାନ୍ୟ ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ସହଭାଗୀତା ଅନୁସନ୍ଧାନ କରିବାକୁ ବ୍ୟବସାୟଗୁଡ଼ିକୁ ଉତ୍ସାହିତ କରିଥିଲେ।
ଦୁଇ ନେତା ଦୃଢ଼ ଏବଂ ବିବିଧ ଯୋଗାଣ ଶୃଙ୍ଖଳ, ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗ, ନବସୃଜନ–ଚାଳିତ ଅଭିବୃଦ୍ଧି ଏବଂ ଡିଜିଟାଲ ରୂପାନ୍ତରଣକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଅର୍ଥନୈତିକ ଅଭିବୃଦ୍ଧି, ଉତ୍ପାଦକତା ଏବଂ ସାର୍ବଜନୀନ ସେବା ପ୍ରଦାନରେ ଡିଜିଟାଲ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତାର ପରିବର୍ତ୍ତନକାରୀ ଭୂମିକାକୁ ସ୍ୱୀକାର କରିଥିଲେ। ଭାରତ – ୟୁରୋପୀୟ ସଂଘ ବ୍ୟାପକ ରଣନୈତିକ ଏଜେଣ୍ଡା ଅନୁଯାୟୀ, ଦୁଇ ନେତା ଏଆଇ, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ ପ୍ରଯୁକ୍ତିବିଦ୍ୟା ଉପରେ ଗବେଷଣାରେ ସହଯୋଗ କରିବା ସହିତ ଷ୍ଟାର୍ଟଅପ୍ ସହଭାଗୀତା ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଥିଲେ। ସେମାନେ ଉଭୟ ଦେଶର ଉଦ୍ୟୋଗ, ଗବେଷଣା ପ୍ରତିଷ୍ଠାନ ଏବଂ ନବସୃଜନ ଇକୋସିଷ୍ଟମ ମଧ୍ୟରେ ଅଧିକ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ରାଜି ହୋଇଥିଲେ।
ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ
ଉଭୟ ନେତା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ ସେପ୍ଟେମ୍ବର ୨୦୨୬ ରେ ୱାର୍ସାରେ ଅନୁଷ୍ଠିତ ପ୍ରତିରକ୍ଷା ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ୮ମ ବୈଠକର ଫଳାଫଳକୁ ସ୍ୱାଗତ କରିଥିଲେ। ଦୁଇ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରେ ନିୟମିତ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ।
ନେତାମାନେ ଭାରତ ଏବଂ ପୋଲାଣ୍ଡ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ କାର୍ଯ୍ୟକଳାପକୁ ସ୍ୱାଗତ କରିଥିଲେ ଏବଂ ସହଯୋଗର ବାଣିଜ୍ୟିକ ଭାବରେ ସମ୍ଭବ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ। ନେତାମାନେ ପ୍ରତିରକ୍ଷା ଶିଳ୍ପ ସହଯୋଗ ପାଇଁ ଏକ ଭବିଷ୍ୟତ ଢାଞ୍ଚା ପ୍ରତିଷ୍ଠା କରିବା ଲାଗି ଏକ ପ୍ରତିରକ୍ଷା ଶିଳ୍ପ ଆଲୋଚନା ପ୍ରସ୍ତାବ ଦେଇଥିଲେ। ଏଥିରେ ବ୍ୟବସାୟ – ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଏବଂ ପାରସ୍ପରିକ ସମ୍ମତି ଅନୁଯାୟୀ, ପ୍ରଯୁକ୍ତି ବିଦ୍ୟା, ସହ – ବିକାଶ, ସହ – ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ରକାରର ଶିଳ୍ପ ସହଯୋଗ ଅନ୍ତର୍ଭୁକ୍ତ।
ଉଭୟ ନେତା ଜାନୁଆରୀ ୨୦୨୬ ରେ ଭାରତ – ୟୁରୋପୀୟ ସଂଘ ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ । ଭାରତ – ୟୁରୋପୀୟ ସଂଘ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ଗଭୀର କରିବା ଏବଂ ପ୍ରଯୁକ୍ତି ବିଦ୍ୟାକୁ ସୁଦୃଢ଼ କରିବା ପାଇଁ ବ୍ୟବସାୟ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ଏବଂ ପ୍ରତିରକ୍ଷା ନବସୃଜନ କ୍ଷେତ୍ରରେ ଭାରତ – ପୋଲାଣ୍ଡ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲେ।
ଉଭୟ ପକ୍ଷ ପାରସ୍ପରିକ ସୁରକ୍ଷା ଏବଂ ଗୋପନୀୟ ସୂଚନା ଆଦାନପ୍ରଦାନ ଉପରେ ଏକ ଚୁକ୍ତିନାମା ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହା ଶୀଘ୍ର ସ୍ୱାକ୍ଷରିତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ମହାକାଶ କ୍ଷେତ୍ରରେ ସହଯୋଗ / ନୂତନ ପ୍ରଯୁକ୍ତି
ଉଭୟ ନେତା ମହାକାଶ କ୍ଷେତ୍ରରେ ସହଯୋଗକୁ ରଣନୈତିକ ସହଭାଗୀତାର ଏକ ଉଲ୍ଲେଖନୀୟ ଅଂଶ ଭାବରେ ସ୍ୱୀକାର କରିଥିଲେ ଏବଂ ଦୃଢ଼ ସାଂଗଠନିକ ଏବଂ ଶିଳ୍ପ-ସ୍ତରୀୟ ସମ୍ପର୍କକୁ ଉତ୍ସାହିତ କରିଥିଲେ। ପାରସ୍ପରିକ ଲାଭଦାୟକ ସହଯୋଗର ଦୃଢ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ କରାଯାଉଥିବା ପ୍ରୟାସକୁ ସ୍ୱାଗତ କରିଥିଲେ।
ଉଭୟ ନେତା ସେମିକଣ୍ଡକ୍ଟର କ୍ଷେତ୍ରରେ ଘନିଷ୍ଠ ସହଯୋଗ ପାଇଁ ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନମନ୍ତ୍ରୀମାନେ ବୃତ୍ତାକାର ଅର୍ଥନୀତି ଏବଂ ପୁନରୁଦ୍ଧାର ଶିଳ୍ପରେ ସହଯୋଗର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ବ୍ୟାଟେରୀ ପୁନଃଚକ୍ରଣ ଏବଂ ବିରଳ ପୃଥିବୀ ଖଣିଜ ପଦାର୍ଥର ବିଶୋଧନ ଉପରେ ଧ୍ୟାନ ଦେଇଥିଲେ।
ସେମାନେ ଭୂ-ତତ୍ତ୍ୱ, ଖଣି ଏବଂ ଅତ୍ୟାବଶ୍ୟକୀୟ ଖଣିଜ କ୍ଷେତ୍ରରେ ଘନିଷ୍ଠ ସହଯୋଗ ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଯାହା ଉପରେ ଏକ ବୁଝାମଣାପତ୍ର ନେଇ ଆଲୋଚନା ଚାଲିଛି।
ସଂଯୋଗ, ସାମୁଦ୍ରିକ ଏବଂ ଜାହାଜ ଚଳାଚଳ
ପୋଲାଣ୍ଡ ଏବଂ ଭାରତ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବୃଦ୍ଧି କରିବା ପାଇଁ ସୁଯୋଗ ଅନୁସନ୍ଧାନ କରିବାର ସମ୍ଭାବନାକୁ ଉଭୟ ନେତା ସ୍ୱାଗତ କରିଥିଲେ। ସେମାନେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସିଧାସଳଖ ଆଲୋଚନାରେ ସାମିଲ ହେବାକୁ ବେସାମରିକ ବିମାନ ଚଳାଚଳ/ବିମାନ କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିଥିଲେ।
ଉଭୟ ପକ୍ଷ ଜାହାଜ ଚଳାଚଳ ଶିଳ୍ପ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଆଲୋକପାତ କରିଥିଲେ।
ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିବିଧ କରୁଥିବା, ପରିବହନ ସମୟ ହ୍ରାସ କରୁଥିବା ଏବଂ ଭୂରାଜନୈତିକ ବାଧାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷା ଦେଉଥିବା ଏକ ସୁରକ୍ଷିତ, ଦୃଢ଼ ଏବଂ ସମନ୍ୱିତ ନେଟୱାର୍କକୁ ଆଗକୁ ବଢ଼ାଇବା ପାଇଁ ବନ୍ଦରଗୁଡ଼ିକ ମଧ୍ୟରେ ସହଯୋଗର ଗୁରୁତ୍ୱକୁ ନେତାମାନେ ସ୍ୱୀକାର କରିଥିଲେ। ଉଭୟ ନେତା ଭାରତ- ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି) ପଦକ୍ଷେପ ମାଧ୍ୟମରେ ସଂଯୋଗୀକରଣକୁ ଉନ୍ନତ କରିବାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ଧୃବୀୟ ପ୍ରସଙ୍ଗରେ ବିଜ୍ଞାନସମ୍ମତ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ।
ବିଜ୍ଞାନ, ଶିକ୍ଷା ଏବଂ ଶୈକ୍ଷିକ ସହଯୋଗ
ନେତାମାନେ ପୋଲାଣ୍ଡର ଇଣ୍ଡୋଲୋଜି ଏବଂ ସଂସ୍କୃତରେ ଛାତ୍ରବୃତ୍ତିର ଦୀର୍ଘ ପରମ୍ପରାକୁ ଉଲ୍ଲେଖ କରିଥିଲେ ଏବଂ କ୍ରାକୋର ଜାଗିଲୋନିଆନ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅଧ୍ୟୟନ (ଇଣ୍ଡିଆନ ଷ୍ଟଡିଜ୍) ର ଆଇସିସିଆର ଚେୟାର ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ। ସେମାନେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୋଲାଣ୍ଡ ଭାଷା ଶିକ୍ଷକଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ। ସେମାନେ ଭାରତୀୟ ଏବଂ ପୋଲାଣ୍ଡ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗର ବ୍ୟାପକ ନେଟୱାର୍କକୁ ମଧ୍ୟ ଉଲ୍ଲେଖ କରିଥିଲେ । ଗଭୀର ସଂସ୍ଥାଗତ ସହଭାଗୀତା, ଛାତ୍ର ଏବଂ ଅଧ୍ୟାପକ ଆଦାନପ୍ରଦାନ ଏବଂ ଅଧିକ ସହଯୋଗୀ ଗବେଷଣା ପାଇଁ ଆହ୍ୱାନ କରିଥିଲେ।
ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ
ନେତାମାନେ ପୁନର୍ବାର କହିଥିଲେ ଯେ ଦୃଢ଼ ଲୋକ- ଲୋକ ସମ୍ପର୍କ ରଣନୈତିକ ସହଭାଗୀତାର ଏକ ଅତ୍ୟାବଶ୍ୟକୀୟ ଅଂଶ। ସେମାନେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆଦାନପ୍ରଦାନକୁ ସ୍ୱାଗତ କରିଥିଲେ, ଯେଉଁଥିରେ ପେଶାଦାରଏବଂ ପର୍ଯ୍ୟଟକ ମଧ୍ୟ ସାମିଲ ଅଛନ୍ତି। ଏବଂ କ୍ରୀଡ଼ା, ଯୁବ ଆଦାନପ୍ରଦାନ ଏବଂ ପର୍ଯ୍ୟଟନ ସମେତ ସାଂସ୍କୃତିକ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ। ସଂସ୍କୃତି, ବିଜ୍ଞାନ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତିନାମା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ। ଭାରତର ଜାତୀୟ ଅଭିଲେଖାଗାର ଏବଂ ପୋଲାଣ୍ଡ ଗଣରାଜ୍ୟର ରାଜ୍ୟ ଅଭିଲେଖାଗାରର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ସହଯୋଗ ଚୁକ୍ତି ସ୍ଥିର ହୋଇଛି ଏବଂ ଖୁବ୍ ଶୀଘ୍ର ଏହା ସ୍ୱାକ୍ଷରିତ ହେବ।
ଉଭୟ ପକ୍ଷ ସ୍ୱୀକାର କରିଛନ୍ତି ଯେ ୱାର୍ସାଠାରେ ଥିବା ସ୍ମାରକୀ, ଯାହା ମହାରାଜା ଜାମସାହେବ (ଯିଏ ପୋଲାଣ୍ଡରେ ‘ଭଲ ମହାରାଜା’ ଭାବରେ ପରିଚିତ) ଏବଂ କୋହ୍ଲାପୁର ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ, ତାହା ଏହି ଦୁଇ ମିତ୍ର ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରୁଛି। ଏହା ଇତିହାସର ଏକ ହୃଦୟସ୍ପର୍ଶୀ ଅଧ୍ୟାୟ , ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସେହି ସମୟଖଣ୍ଡ, ଯେତେବେଳେ ଭାରତ ପୋଲଣ୍ଡର ହଜାର ହଜାର ମହିଳା ଏବଂ ଶିଶୁଙ୍କୁ ଆଶ୍ରୟ ପ୍ରଦାନ କରିଥିଲା ତାହାକୁ ପ୍ରତିପାଦିତ କରେ। ଉଭୟ ପକ୍ଷ ‘ଜାମସାହେବ ସ୍ମାରକୀ ଯୁବ ବିନିମୟ କାର୍ଯ୍ୟକ୍ରମ‘ର ଦୁଇଟି ସଂସ୍କରଣ ଆୟୋଜିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥି ମଧ୍ୟରେ ସର୍ବଶେଷ ସଂସ୍କରଣଟି ୨୦୨୬ ମସିହା ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଯାଇଛି।
ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ୨,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ପୋଲାଣ୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତାକୁ ଉଭୟ ପକ୍ଷ ପ୍ରଶଂସା କରିଥିଲେ।
ବହୁପାକ୍ଷିକ ସହଯୋଗ ଏବଂ ବୈଶ୍ୱିକ ପ୍ରସଙ୍ଗ
ନେତାମାନେ ମିଳିତ ଜାତିସଂଘ ଚାର୍ଟରକୁ ମୂଳ ଆଧାର ଭାବରେ ରଖି ବହୁପକ୍ଷବାଦର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ। ଉଭୟ ପକ୍ଷ ସହମତ ହୋଇଥିଲେ ଯେ ଜାତିସଂଘ ପାଇଁ ପ୍ରାସଙ୍ଗିକ, ବିଶ୍ୱସନୀୟ ଏବଂ ପ୍ରଭାବଶାଳୀ ରହିବା ପାଇଁ ସାଂରଚନିକ ସଂସ୍କାର ଆବଶ୍ୟକ, ଯେଉଁଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ବର୍ଗରେ ଜାତିସଂଘ ସୁରକ୍ଷା ପରିଷଦକୁ ବିସ୍ତାର କରିବା ଅନ୍ତର୍ଭୁକ୍ତ। ପୋଲାଣ୍ଡ ପକ୍ଷ ଏକ ଅଧିକ ଅନ୍ତର୍ଭୁକ୍ତ, ସଂସ୍କାରିତ ଏବଂ ବିସ୍ତାରିତ ୟୁଏନଏସସିରେ ଭାରତର ସଦସ୍ୟତା ପାଇଁ ସମର୍ଥନ ପ୍ରକାଶ କରିଥିଲେ ଏବଂ ୨୦୨୮ – ୨୯ ଅବଧି ପାଇଁ ୟୁଏନଏସସିରେ ଏକ ଅସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ପୁନର୍ବାର ସମର୍ଥନ କରିଥିଲେ।
ଅନ୍ତର୍ଜାତୀୟ ସହଯୋଗ ପାଇଁ ଏକ ପ୍ରମୁଖ ମଞ୍ଚ ଭାବରେ ଜି୨୦ ର ଭୂମିକା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ। ପୋଲାଣ୍ଡ ଗଣରାଜ୍ୟ ଅଂଶଗ୍ରହଣ କରୁଥିବା କିମ୍ବା ଯେଉଁଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପାଇପାରେ, ସେହି ଜି୨୦ କାର୍ଯ୍ୟଧାରା ଓ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ସହଯୋଗ କରିବାକୁ ସେମାନେ ନିଜର ପ୍ରସ୍ତୁତି ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଉଭୟ ନେତା ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଭୟଙ୍କର ତଥା ଦୁଃଖଦ ମାନବୀୟ ପରିଣାମକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ସେମାନେ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ସମେତ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଏବଂ ନୀତି ଅନୁଯାୟୀ ଏକ ସମ୍ପୂର୍ଣ୍ଣ, ନ୍ୟାୟପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ଶାନ୍ତିର ଆବଶ୍ୟକତାକୁ ଦୋହରାଇଥିଲେ। ସେମାନେ ବିଶ୍ୱ ଖାଦ୍ୟ ଓ ଶକ୍ତି ସୁରକ୍ଷା ଉପରେ, ବିଶେଷକରି ‘ଗ୍ଲୋବାଲ୍ ସାଉଥ୍‘ ଅର୍ଥାତ୍ ବିକାଶଶୀଳ ଦେଶଗୁଡ଼ିକ ପାଇଁ ୟୁକ୍ରେନ୍ ଯୁଦ୍ଧର ନକାରାତ୍ମକ ପ୍ରଭାବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଦୁଇ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବରେ ନିନ୍ଦା କରିଥିଲେ ଏବଂ ଜୋର ଦେଇଥିଲେ ଯେ ଆତଙ୍କବାଦକୁ କୌଣସି ଆଧାରରେ ଯଥାର୍ଥ କରାଯାଇପାରିବ ନାହିଁ। ସେମାନେ ୨୨ ଏପ୍ରିଲ, ୨୦୨୫ରେ ଜାମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଥିଲେ। ସେମାନେ ୟୁଏନଏସସି ୧୨୬୭ ପ୍ରତିବନ୍ଧକ କମିଟି ଦ୍ୱାରା ନିର୍ଣ୍ଣିତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂସ୍ଥାଗୁଡ଼ିକ ସମେତ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଏବଂ ସଂଗଠିତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଥିଲେ। ଉଭୟ ପକ୍ଷ ସମସ୍ତ ଦେଶକୁ ଆହ୍ୱାନ ଜଣାଇଥିଲେ ଯେ, ସେମାନେ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଓ ଭିତ୍ତିଭୂମିକୁ ନିର୍ମୂଳ କରିବା ଦିଗରେ କାର୍ଯ୍ୟ ଜାରି ରଖନ୍ତୁ ଏବଂ ଆତଙ୍କବାଦ ପାଇଁ ଆର୍ଥିକ ସହାୟତା ଯୋଗାଉଥିବା ନେଟୱାର୍କଗୁଡ଼ିକୁ ମଧ୍ୟ ବ୍ୟାହତ କରନ୍ତୁ। ଉଭୟ ନେତା ମିଳିତ ଜାତିସଂଘରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀ (ସିସିଆଇଟି)କୁ ଶୀଘ୍ର ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେମାନେ ଆତଙ୍କବାଦ ବିରୋଧୀ ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଥିଲେ।
ନେତାମାନେ ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନର ଗୁରୁତ୍ୱକୁ ଦୋହରାଇଥିଲେ, ଯେଉଁଥିରେ ୧୯୮୨ ମସିହାର ଜାତିସଂଘ ସମୁଦ୍ର ଆଇନ ଉପରେ ସମ୍ମିଳନୀ (ୟୁଏନସିଏଲଓଏସ୍) ଅନ୍ତର୍ଭୁକ୍ତ। ସେମାନେ ନୌଚାଳନା ସ୍ୱାଧୀନତା ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ। ଭାରତ ପୋଲାଣ୍ଡକୁ ଭାରତ – ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ)ରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।
ଦୁଇ ନେତା ଭାରତ ଏବଂ ପୋଲାଣ୍ଡ, ହଙ୍ଗେରୀ, ଚେକ୍ ଗଣରାଜ୍ୟ ଏବଂ ସ୍ଲୋଭାକ ଗଣରାଜ୍ୟକୁ ନେଇ ଗଠିତ ଭିସେଗ୍ରାଡ୍ ଗୋଷ୍ଠୀ (ଭି୪)ର ପ୍ରଥମ ବୈଠକକୁ ସ୍ୱାଗତ କରିଥିଲେ। ସେମାନେ ଭି୪ + ଭାରତ ଫର୍ମାଟ ମାଧ୍ୟମରେ ସହଯୋଗକୁ ସୁଦୃଢ଼ କରିବା ଏବଂ ସମାନ ସ୍ୱାର୍ଥ ଏବଂ ପାରସ୍ପରିକ ପରିପୂରକତା ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗୀତା ଗଠନ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଜଳବାୟୁ ପରିବର୍ତ୍ତନ ଉପରେ ତ୍ୱରିତ ବିଶ୍ୱସ୍ତରୀୟ କାର୍ଯ୍ୟର ଆବଶ୍ୟକତା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ୟୁଏନଏଫସିସିସି ପ୍ରକ୍ରିୟା ଏବଂ ପ୍ୟାରିସ ଚୁକ୍ତିନାମା ପ୍ରତି ସେମାନଙ୍କର ସମର୍ଥନ ପୁନଃନିର୍ଦ୍ଦିଷ୍ଟ କରିଥିଲେ। ସେମାନେ ଅତିମାତ୍ରାରେ ପାଣିପାଗ ପରିବର୍ତ୍ତନ, ପରିବେଶଗତ ଅବକ୍ଷୟ ଏବଂ ଜୈବ ବିବିଧତା କ୍ଷତି ଦ୍ୱାରା ଉପୁଜୁଥିବା ବର୍ଦ୍ଧିତ ବିପଦକୁ ସ୍ୱୀକାର କରିଥିଲେ। ସ୍ୱଚ୍ଛ ଶକ୍ତି, ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ – ପ୍ରତିରୋଧୀ ବିକାଶରେ ଘନିଷ୍ଠ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିଥିଲେ। ଶକ୍ତି ସୁରକ୍ଷା ବୃଦ୍ଧି, ଜଳବାୟୁ ସୁରକ୍ଷା ଏବଂ ଶିଳ୍ପ ପ୍ରତିଯୋଗିତାକୁ ଉନ୍ନତ କରିବା ପାଇଁ ଜାତୀୟ ଶକ୍ତି ମିଶ୍ରଣରେ ଘରୋଇ ଉତ୍ପାଦିତ ସ୍ୱଚ୍ଛ ଶକ୍ତିର ଅଂଶ ବୃଦ୍ଧି କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆରଆଇ) ପାଇଁ ପୋଲାଣ୍ଡର ଘୋଷଣାକୁ ଭାରତ ସ୍ୱାଗତ କରିଥିଲା। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗଦେବା ପାଇଁ ପୋଲାଣ୍ଡକୁ ଆମନ୍ତ୍ରଣ କରିଥିଲା।
ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ପ୍ରଦାନ କରାଯାଇଥିବା ଚମତ୍କାର ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଟସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ନେତାମାନେ ଭାରତ – ପୋଲାଣ୍ଡ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର ଏବଂ ବିବିଧ କରିବା ଏବଂ ନିୟମିତ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ କାର୍ଯ୍ୟ ଯୋଜନା (୨୦୨୪ – ୨୦୨୮)କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏବଂ ସାଂଗଠନିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଟସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୋଲାଣ୍ଡ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।
****
SSP
Addressing the joint press meet with PM Donald Tusk of Poland. @donaldtusk https://t.co/qTjZznPvZ3
— Narendra Modi (@narendramodi) October 22, 2026
We also discussed ways to deepen India-Poland ties in technology, innovation and people-to-people exchanges. We have agreed to establish an India-Poland StartUp Bridge and organise technology hackathons for our youth. We will also expand cooperation in AI, cybersecurity, education, culture, sports and tourism.
— Narendra Modi (@narendramodi) October 22, 2026
Held excellent talks with Prime Minister Donald Tusk of Poland. We reviewed the progress in our Strategic Partnership and discussed ways to further strengthen cooperation in: Trade and investment. Defence and space. Nuclear energy. Critical minerals. We also exchanged views on regional and global issues. @donaldtusk
— Narendra Modi (@narendramodi) October 22, 2026
पोलैंड के प्रधानमंत्री जी का भारत में हार्दिक स्वागत करते हुए मुझे बहुत खुशी हो रही है। 2024 में मेरी पोलैंड यात्रा के दौरान उन्होंने मेरा और मेरे डेलिगेशन का आत्मीय स्वागत किया था। उस यात्रा में हमने अपने संबंधों को Strategic Partnership का दर्जा दिया। इसी मजबूत आधार पर, पिछले दो वर्षों में हमारी साझेदारी ने नई गति पकड़ी है: PM @narendramodi
— PMO India (@PMOIndia) October 22, 2026
भारत और पोलैंड की मित्रता केवल कूटनीतिक संबंधों पर नहीं, बल्कि मानवता और संवेदना की साझी विरासत पर आधारित है। द्वितीय विश्व युद्ध के दौरान जामनगर और कोल्हापुर के राजपरिवारों ने, पोलैंड के हजारों बच्चों और परिवारों को भारत में आश्रय दिया था: PM @narendramodi
— PMO India (@PMOIndia) October 22, 2026
हमारी बढ़ती आर्थिक ताकत ने भारत-पोलैंड साझेदारी के लिए नए अवसर पैदा किए हैं। और भारत-यूरोपियन यूनियन Free Trade Agreement ने इन अवसरों को और व्यापक बनाया है: PM @narendramodi
— PMO India (@PMOIndia) October 22, 2026
हमारी बढ़ती आर्थिक ताकत ने भारत-पोलैंड साझेदारी के लिए नए अवसर पैदा किए हैं। और भारत-यूरोपियन यूनियन Free Trade Agreement ने इन अवसरों को और व्यापक बनाया है: PM @narendramodi
— PMO India (@PMOIndia) October 22, 2026
आज हमने defence, space और nuclear energy में संबंधों को प्रगाढ़ करने पर सहमति बनाई है। इन सभी strategic क्षेत्रों में हम पोलैंड की companies को भारत के साथ co-development और co-production करने के लिए आमंत्रित करते हैं: PM @narendramodi
— PMO India (@PMOIndia) October 22, 2026
Cultural और People-to-people ties हमारे संबंधों की सबसे बड़ी ताकत हैं। हमें बहुत खुशी है कि पोलैंड में संस्कृत अध्ययन और Indology की समृद्ध परंपरा है। क्राकोव शहर में हमने Indian Studies Chair की स्थापना की है: PM @narendramodi
— PMO India (@PMOIndia) October 22, 2026
भारत और पोलैंड, दोनों democratic values और rule of law में विश्वास रखते हैं। हमारा मानना है कि global governance institutions को अधिक सशक्त और प्रभावी बनाने के लिए reform आवश्यक है। यूक्रेन हो या पश्चिमी एशिया, भारत शांति की दिशा में किये गए हर सार्थक प्रयास का समर्थन करता रहेगा: PM @narendramodi
— PMO India (@PMOIndia) October 22, 2026