Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ଫ୍ରାନ୍ସ ଦେଶାନ୍ତର ଓ ସ୍ଥାନାନ୍ତର ସହଭାଗୀତା ଚୁକ୍ତି ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦେଶାନ୍ତର ଏବଂ ସ୍ଥାନାନ୍ତର ସହଭାଗୀତା ଚୁକ୍ତିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଗାମୀ ସରକାରୀ ଭାରତ ଗସ୍ତ ସମୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭବନା ରହିଛି ।

ଏହି ଚୁକ୍ତି ନାଗରିକ-ନାଗରିକ ସମ୍ପର୍କ, ଛାତ୍ରଛାତ୍ରୀ, ଶିକ୍ଷାବିତ, ଗବେଷକ ଏବଂ ଦକ୍ଷ ପେସାଦାରଙ୍କ ସ୍ଥାନାନ୍ତରକୁ ପ୍ରୋତ୍ସାହନ ଦେବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏଥିସହିତ ବେଆଇନ ଦେଶାନ୍ତର ଏବଂ ମାନବ ଚାଲାଣ ସମସ୍ୟା ସମାଧାନ କ୍ଷେତ୍ରରେ ଦୁଇ ଦେଶର ସହଯୋଗକୁ ସୁଦୃଢ଼ କରିବ । ଏହି ଚୁକ୍ତି ଫ୍ରାନ୍ସ ସହିତ ଭାରତର ସମ୍ପ୍ରସାରିତ ବହୁପକ୍ଷୀୟ ସମ୍ପର୍କକୁ ପ୍ରମାଣିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ।

ପ୍ରାରମ୍ଭିକ ଭାବେ ଏହି ଚୁକ୍ତିର ଅବଧି ସାତ ବର୍ଷ ରହିବ । ତେବେ ଏକ ମିଳିତ କାର୍ଯ୍ୟଗୋଷ୍ଠୀ ମାଧ୍ୟମରେ ସ୍ୱୟଂକ୍ରୀୟ ନବୀକରଣ ଏବଂ ଅନୁଧ୍ୟାନ ବ୍ୟବସ୍ଥା କରାଯିବାର ସୁବିଧା ମଧ୍ୟ ରହିଛି ।

 

**********