ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟଙ୍କୁ ଭାରତୀୟ ସୌର ଶକ୍ତି ନିଗମ ଲିମିଟେଡ (SECI) ଏବଂ ଫ୍ରାନ୍ସ ରାଷ୍ଟ୍ର ମାଲିକାନା ଗବେଷଣା କମ୍ପାନୀ କମିସରୀନ ଏ ଏଲ ଏନର୍ଜୀ ଆଟମିକ ଆଟ ଅକ୍ସ ଏନର୍ଜଜ ଆଲଟନେଟିଜ (CEA) ଏବଂ ଫ୍ରାନ୍ସ କମ୍ପାନୀ ବ୍ଲୁ ଷ୍ଟୋରେଜ (SAS) ମଧ୍ୟରେ ହୋଇଥିବା ବୁଝାମଣାପତ୍ର ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ଏହି ଏମଓୟୁ 3 ଅକ୍ଟୋବର, 2018ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା । ଏହି ଏମଓୟୁରେ ତିନୋଟି – ହିନ୍ଦୀ, ଇଂରାଜୀ ଏବଂ ଫରାସୀ ଭାଷାରେ, ତିନୋଟି ମୌଳିକରେ ସ୍ୱାକ୍ଷର କରାଯାଇଥିଲା ।
ଏହି ଏମଓୟୁର ଉଦ୍ଦେଶ୍ୟ ସୌର ପାନେଲରୁ ଚାର୍ଜ ହେଉଥିବା ବ୍ୟାଟେରୀ ସହ ଯୁକ୍ତ ଇ-ବାହନଗୁଡ଼ିକର ଚାର୍ଜିଂ ଷ୍ଟେସନ (SECI) ଉପଲବ୍ଧ କରାଇବାର ପାଇଲଟ ପ୍ରକଳ୍ପ ବିଷୟରେ ଭବିଷ୍ୟତରେ ହେବାକୁ ଥିବା ସହଯୋଗ ସମ୍ପର୍କରେ ବିଚାର-ବିମର୍ଷର ପଦ୍ଧତିକୁ ପରିଭାଷିତ କରିବ । ଏହାବ୍ୟତୀତ ସୌର ଗତିଶୀଳତାକୁ ଅଧିକରୁ ଅଧିକ ଉପଯୋଗ ଏବଂ ଗ୍ରୀଡର ପ୍ରଭାବକୁ ସର୍ବନିମ୍ନ କରି ବିଦ୍ୟୁତ ବାହନର ଉପଯୋଗ ଲାଗି ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାରେ ସହାୟତା ନିମନ୍ତେ ଗ୍ରୀଡରୁ ଅଧିକ ସଂଯୋଗକୁ ଯୋଡ଼ିବା । ଏହି ଏମଓୟୁ ଦ୍ୱାରା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ ।
**************