Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ବାଂଲାଦେଶ ମଧ୍ୟରେ ଉପକୂଳ ଏବଂ ପୂର୍ବ ନିର୍ଦ୍ଧାରିତ ଜଳପଥ କ୍ଷେତ୍ରରେ ସାମୁଦ୍ରିକ ପର୍ଯ୍ୟଟନ ସେବା ନିମନ୍ତେ ବୁଝାମଣାକୁ କ୍ୟାବିନେଟ୍ ଅନୁମୋଦନ


ଭାରତ ଏବଂ ବାଂଲାଦେଶ ମଧ୍ୟରେ ରହିଥିବା ଜଳପଥରେ ନିୟମିତ ଯାତ୍ରୀ ଗମନାଗମନ ଲାଗି ଉଭୟ ଦେଶର ଉପକୂଳ ଏବଂ ପୂର୍ବ ନିର୍ଦ୍ଧାରିତ ଜଳପଥ କ୍ଷେତ୍ରରେ ସାମୁଦ୍ରିକ ପର୍ଯ୍ୟଟନ ସେବା ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ର(ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।

ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ଦ୍ୱାରା ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆଗେଇ ନେବା ଲାଗି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଏବଂ ସହଯୋଗକୁ ପ୍ରୋତ୍ସାହନ ମିଳିପାରିବ । ଏହାଦ୍ୱାରା ମଧ୍ୟ ଭାରତ ଏବଂ ବାଂଲାଦେଶର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

**********