ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣାପତ୍ର(ଏମ୍ଓୟୁ)କୁ ମଞ୍ଜୁରି ମିଳିଛି ।
ଏହି ଏମ୍ଓୟୁ କାର୍ଯ୍ୟକାରୀ ହେବା ଦ୍ୱାରା ଉଭୟ ଦେଶର ଗଣମାଧ୍ୟମ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ, ଗଣମାଧ୍ୟମ ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ତାଲିମ/ଷ୍ଟଡି ଟୁର୍ ସୁଯୋଗ ପାଇପାରିବେ । ଏହା ଗଣମାଧ୍ୟମ କ୍ଷେତ୍ରରେ ବିଶେଷଜ୍ଞଙ୍କ ଜ୍ଞାନର ଆଦାନପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିବ ।
ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ଶିକ୍ଷାଗତ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଭାବର ଆଦାନପ୍ରଦାନ ଲାଗି ଏହା ସହାୟକ ହୋଇପାରିବ । ଏଥିସହିତ ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରକାଶନୀଗୁଡ଼ିକର ଆଦାନପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ ।