Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ବ୍ରୁନେଇ ଯୁବ ଓ କ୍ରୀଡ଼ା ବୁଝାମଣାକୁ କ୍ୟାବିନେଟ୍ ମଞ୍ଜୁରି


ଭାରତ ଏବଂ ବ୍ରୁନେଇ ଦାରୁସାଲେମ ମଧ୍ୟରେ ଯୁବ ଏବଂ କ୍ରୀଡ଼ା ବ୍ୟାପାର କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଭଳି ସ୍ୱୀକୃତି ପ୍ରଦାନ କରାଯାଇଛି । ବ୍ରୁନେଇର ବନ୍ଦରସେରି ବେଗାୱନଠାରେ ୨.୨.୨୦୧୬ ଦିନ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହାର ସର୍ତ୍ତ ଅନୁସାରେ ଉଭୟ ଦେଶ ଯୁବ ଓ କ୍ରୀଡ଼ା କ୍ଷେତ୍ରରେ ଅଫିସରମାନଙ୍କ ତାଲିମ, ଟ୍ରେନରମାନଙ୍କ ପ୍ରଶିକ୍ଷଣ, ଦୁଇଦେଶର କ୍ରୀଡ଼ାବିତଙ୍କ ମଧ୍ୟରେ ସହଯୋଗ ତଥା କ୍ରୀଡ଼ା ବ୍ୟବସ୍ଥା, କ୍ରୀଡ଼ା ଉପକରଣ, କ୍ରୀଡ଼ା ତାଲିମ, ଶାରିରୀକ ପ୍ରସ୍ତୁତି, କ୍ରିଡା ଫିଟନେସ ଏବଂ ଶାରିରୀକ ଶିକ୍ଷା ଆଦି କ୍ଷେତ୍ରରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି କୋଚିଂ, କ୍ରୀଡ଼ା ପ୍ରତିଭା ଅନ୍ୱେଷଣ, କ୍ରୀଡ଼ା ପରିଚାଳନା ଓ ପ୍ରଶାସନ, ଯୁବକ୍ରୀଡ଼ା ସଂପର୍କିତ ସୂଚନା ବ୍ୟବସ୍ଥା, କ୍ରୀଡ଼ା ସଂପର୍କିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ବିକାଶର ସଂପ୍ରସାରଣ ଦିଗରେ ଉଭୟ ଦେଶ ସୂଚନା ବିନିମୟ ସହ ପରସ୍ପରକୁ ସହଯୋଗ କରିବେ ।