ପିଏମଇଣ୍ଡିଆ
ଭାରତ ଓ ଭିଏତନାମ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ଲାଗି ସ୍ଵାକ୍ଷରିତ ବୁଝାମଣା ପତ୍ର (ଏମଓୟୁ) କୁ କେନ୍ଦ୍ର କ୍ୟାବିନେଟ ସ୍ଵୀକୃତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୁଝାମଣା ପତ୍ରର ସର୍ତ୍ତାନୁସାରେ ଉଭୟ ରଷ୍ଟ୍ରର ସ୍ଵାର୍ଥ ଜଡିତ, ଦକ୍ଷତା ଏବଂ ପ୍ରଚଳିତ ଆଇନ ଓ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦୀର୍ଘକାଳୀନ ଏବଂ ପୋଷଣୀୟ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ସ୍ଥାପନ କରାଯିବ। ଏହା ଦ୍ୱାରା ଉଭୟ ରାଷ୍ଟ୍ର ଯଥେଷ୍ଟ ମାତ୍ରାରେ ଉପକୃତ ହୋଇପାରିବେ। ଆଇଟି ଏବଂ ମାନବସମ୍ବଳ କ୍ଷେତ୍ରରେ ଆନୁଷ୍ଠାନିକ ସହଯୋଗ ଉଭୟ ରାଷ୍ଟ୍ର ନିମନ୍ତେ ଏକାନ୍ତ ଜରୁରୀ ।
ଏହି ଏମଓୟୁ ପାଂଚବର୍ଷ ଲାଗି ବଳବତ୍ତର ରହିବ ଏବଂ ଭାରତ ଓ ଭିଏତନାମଙ୍କ ଲିଖିତ ସହମତି କ୍ରମେ ଏହାର ଅବଧିକୁ ବଢ଼ାଯାଇପାରିବ । ଉଭୟ ରାଷ୍ଟ୍ର ଏକ ଆଇଟି ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (JWG) ଗଠନ କରି ଏହାକୁ ପ୍ରବର୍ତ୍ତନ କରିବେ ।