Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ମରିସସ୍ ମିଳିତ ଘୋଷଣାନାମା: ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍

ଭାରତ-ମରିସସ୍ ମିଳିତ ଘୋଷଣାନାମା: ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମ୍ ଭାରତ ଗସ୍ତରେ ଆସିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅତ୍ୟନ୍ତ ଉପଯୋଗୀ ଆଲୋଚନା କରିଥିଲେ। ମରିସସ୍ ସରକାରଙ୍କ ଅନୁରୋଧରେ, ଭାରତ ଏବଂ ମରିସସ୍ ଦ୍ୱାରା ମିଳିତ ଭାବରେ କାର୍ଯ୍ୟାନ୍ୱୟନ ପାଇଁ ନିମ୍ନଲିଖିତ ପ୍ରକଳ୍ପଗୁଡ଼ିକ ନୀତିଗତ ଭାବରେ ଚୂଡ଼ାନ୍ତ ହୋଇଛି।

 

ପ୍ରକଳ୍ପ/ ଅନୁଦାନ ଭିତ୍ତିରେ ସହାୟତା କରାଯିବ

କ. ନୂତନ ସାର୍ ସିୱୁସାଗୁର ରାମଗୁଲାମ୍ ଜାତୀୟ ହସ୍ପିଟାଲ

 

ଖ. ଆୟୁଷ ଉତ୍କର୍ଷ କେନ୍ଦ୍ର

 

ଗ. ପଶୁଚିକିତ୍ସା ବିଦ୍ୟାଳୟ ଏବଂ ପଶୁଚିକିତ୍ସାଳୟ

 

ଘ. ହେଲିକପ୍ଟର ଯୋଗାଣ

 

ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ଏବଂ ଅନୁରୋଧ କରାଯାଇଥିବା ସହାୟତା ପ୍ରାୟ ୨୧୫ ନିୟୁତ ଆମେରିକୀୟ ଡଲାର ବା ୯.୮୦ ବିଲିୟନ ମରିସସ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

 

୧. ଅନୁଦାନ-ସହ-ଋଣ ସହାୟତା ଆଧାରରେ କରାଯିବାକୁ ଥିବା ପ୍ରକଳ୍ପ

 

କ. ଏସଏସଆର ଆନ୍ତର୍ଜାତୀୟ ବିମାନବନ୍ଦରରେ ନୂତନ ଏଟିସି ଟାୱାର ନିର୍ମାଣ କାର୍ଯ୍ୟର ସମାପ୍ତି।

 

ଖ. ମୋଟରୱେ ଏମ୪ର ବିକାଶ।

 

ଗ. ରିଙ୍ଗ ରୋଡ୍ ପର୍ଯ୍ୟାୟ -୨ର ବିକାଶ।

 

ଘ. ସିଏଚସିଏଲ୍ ଦ୍ୱାରା ବନ୍ଦର ସମ୍ବନ୍ଧୀୟ ଉପକରଣ କ୍ରୟ।

 

ଏହି ପ୍ରକଳ୍ପ/ସହାୟତାର ଆନୁମାନିକ ମୂଲ୍ୟ ପ୍ରାୟ ୪୪୦ ନିୟୁତ ଆମେରିକୀୟ ଡଲାର/ ୨୦.୧୦ ବିଲିୟନ ମରିସସ ଟଙ୍କା ହେବ।

 

୨. ରଣନୈତିକ କ୍ଷେତ୍ରରେ, ଉଭୟ ପକ୍ଷ ନିମ୍ନଲିଖିତ ବିଷୟରେ ନୀତିଗତ ଭାବରେ ସହମତ ହୋଇଛନ୍ତି:

 

କ. ମରିସସରେ ବନ୍ଦରର ପୁନଃବିକାଶ ଏବଂ ପୁନଃନିର୍ମାଣ;

 

ଖ. ଚାଗୋସ୍ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ରର ବିକାଶ ଏବଂ ତଦାରଖରେ ସହାୟତା।

 

୩. ଏହା ମଧ୍ୟ ନୀତିଗତ ଭାବରେ ସହମତ ହୋଇଥିଲା ଯେ ଭାରତ ସରକାର ଚଳିତ ଆର୍ଥିକ ବର୍ଷରେ ୨୫ ନିୟୁତ ଆମେରିକୀୟ ଡଲାରର ବଜେଟୀୟ ସହାୟତା ପ୍ରଦାନ କରିବେ।

 

TKM