Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ – ମରୋକ୍କୋ ଆଇନ କ୍ଷେତ୍ରରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


 

ଭାରତ ଏବଂ ମରୋକ୍କୋ ମଧ୍ୟରେ ଆଇନ ଓ ଆଇନ ପ୍ରଣୟନ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ଏବଂ ବିଶେଷ ଜ୍ଞାନର ଆଦାନ ପ୍ରଦାନ ଉଦ୍ଦେଶ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।

ଏହି ଏମଓୟୁ ଦ୍ୱାରା ଆଇନଜୀବୀ, ଆଇନ ଅଧିକାରୀ ଏବଂ ଆଇନ ଛାତ୍ରଛାତ୍ରୀମାନଙ୍କୁ ଆଇନ ଏବଂ ନ୍ୟାୟ କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗ ଉପରେ ଭାରତ ଏବଂ ମରୋକ୍କୋର ଅଧିକାରୀମାନଙ୍କ ପକ୍ଷରୁ ଆୟୋଜିତ ସେମିନାର, ବିଚାର ଗୋଷ୍ଠୀ ଏବଂ କର୍ମଶାଳାରେ ବିଚାର ବିମର୍ଶ କରିବାର ସୁଯୋଗ ମିଳିବ ।