Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ମରୋକ୍କୋ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର ଏବଂ ଅନୁମୋଦନକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମରୋକ୍କୋ ମଧ୍ୟରେ ପ୍ରତ୍ୟର୍ପଣ ରାଜିନାମାରେ ସ୍ୱାକ୍ଷର ଏବଂ ଅନୁମୋଦନକୁ ମଞ୍ଜୁରି ଦେଇଛନ୍ତି । 11-18 ନଭେମ୍ବର, 2018 ସମୟରେ ମରୋକ୍କୋର ଅତି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରସ୍ତାବିତ ଗସ୍ତ ସମୟରେ ଏହି ଚୁକ୍ତି ସ୍ୱାକ୍ଷର ହେବ ।

ଲାଭ :

ଏହି ବୁଝାମଣା ଦ୍ୱାରା ଆର୍ଥିକ ଅପରାଧ, ଆତଙ୍କବାଦ ଏବଂ ଅନ୍ୟ ଗୁରୁତର ଅପରାଧର ଅଭିଯୁକ୍ତ/ପଳାତକମାନଙ୍କୁ ଉଭୟ ଦେଶ ମଧ୍ୟରେ ପ୍ରତ୍ୟର୍ପଣ କରିବାର ଏକ ଦୃଢ଼ ଆଇନଗତ ବ୍ୟବସ୍ଥା/ଆଧାର ମିଳିବ । ଏହି ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ ଯ’ଦ୍ଦ୍ୱାରା ଭାରତ ଏବଂ ଉଭୟ ଦେଶର ରାଷ୍ଟ୍ରୀୟ ସ୍ୱାର୍ଥ ବିରୋଧରେ କାମ କରୁଥିବା ଅପରାଧିକ ତତ୍ତ୍ଵ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

**********