Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ମାଟିରେ ନେତାଜୀଙ୍କ ତ୍ରିରଙ୍ଗ ପତାକା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭାରତ ମାଟିରେ ନେତାଜୀଙ୍କ ତ୍ରିରଙ୍ଗ ପତାକା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭାରତ ମାଟିରେ ନେତାଜୀଙ୍କ ତ୍ରିରଙ୍ଗ ପତାକା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭାରତ ମାଟିରେ ନେତାଜୀଙ୍କ ତ୍ରିରଙ୍ଗ ପତାକା ଉତ୍ତୋଳନର 75 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଭାରତ ମାତା କୀ ଜୟ

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ଆପଣ ସମସ୍ତଙ୍କୁ  ସର୍ବ ପ୍ରଥମେ ମୋର ଅନୁରୋଧ କି ଆଜିର ଦିନରେ ନେତାଜୀ ଏଠାକୁ ଆସିଥିଲେ, ତାଙ୍କୁ ସ୍ମରଣ କରି ନିଜର ମୋବାଇଲ ଫୋନ ବାହାରକୁ ବାହାର କରନ୍ତୁ, ସମସ୍ତେ ନିଜ ନିଜର ମୋବାଇଲର ଫ୍ଲାସ୍-ଲାଇଟ୍ ଚାଲୁ କରନ୍ତୁ, ଆଉ ଏକାସଙ୍ଗେ ସମସ୍ତଙ୍କର ମୋବାଇଲର ଫ୍ଲାସ୍-ଲାଇଟ୍ ଚାଲୁ କରନ୍ତୁ ଆଉ ନେତାଜୀଙ୍କୁ ସମ୍ମାନ ଦିଅନ୍ତୁ, ପ୍ରତ୍ୟେକଙ୍କର ମୋବାଇଲର । ମୋ ସହିତ କୁହନ୍ତୁ-

ନେତାଜୀ ଜିନ୍ଦାବାଦ

ନେତାଜୀ ଜିନ୍ଦାବାଦ

ନେତାଜୀ ଜିନ୍ଦାବାଦ 

 

ସୁଭାଷ ବାବୁ ଜିନ୍ଦାବାଦ

ସୁଭାଷ ବାବୁ ଜିନ୍ଦାବାଦ   

ସୁଭାଷ ବାବୁ ଜିନ୍ଦାବାଦ

         

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ବହୁତ-ବହୁତ ଧନ୍ୟବାଦ ।

ମଞ୍ଚ ଉପରେ ଉପସ୍ଥିତ ମହାନୁଭବ, ଆଜି ବିଶେଷ ଭାବେ ଆସିଥିବା ସୁଭାଷ ବାବୁଙ୍କର ପରିବାରର ସଦସ୍ୟମାନେ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସ୍ୱାଧୀନତା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଅସଂଖ୍ୟ ଦେଶଭକ୍ତଙ୍କର ତ୍ୟାଗ ଏବଂ ପରାକ୍ରମଦ୍ୱାରା ପବିତ୍ର ହୋଇଥିବା ଏହି ଭୂମିକୁ ମୁଁ ଶତ-ଶତ ପ୍ରଣାମ କରୁଛି । ଆଣ୍ଡାମାନ ନିକୋବର ଦ୍ୱୀପସମୂହ ତ, ହେଉଛି ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ, ଏହା ବ୍ୟତୀତ ଏହା ହେଉଛି ଭାରତବାସୀଙ୍କ ପାଇଁ ଏକ ତୀର୍ଥ ଭଳି । ଏହି ଭୂମିର ମହାନତା ଭୂଗୋଳ ସହିତ ଏହାର ଅତୀତକୁ ଉଜାଗର କରିବାଭଳି ସ୍ୱର୍ଣ୍ଣିମ ଇତିହାସରେ ରହିଛି । ଏହି ଦ୍ୱୀପସମୂହ ଆମର ସ୍ୱାଧୀନତାର ଆନ୍ଦୋଳନର ସ୍ୱାଧୀନତା ପାଇଁ ଜଣେ- ଜଣେ ଭାରତୀୟଙ୍କର ଶୌର୍ଯ୍ୟର, ସଂକଳ୍ପର ହେଉଛି ପ୍ରତୀକ ।

ସାଥୀଗଣ, ଦେଶର ଇତିହାସ, ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ମହତ୍ୱପୂର୍ଣ୍ଣ ଏହି ଦ୍ୱୀପ ସମୁହ ସଶକ୍ତ ହେଉ, ଦେଶର ବିକାଶ ଗାଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟୁ; ଏଥି ପାଇଁ ଆମ ସରକାର ପ୍ରତିବଦ୍ଧ ଅଟନ୍ତି । ଏହି ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯାଇ ଆଜି ଆଣ୍ଡାମାନର କୋଣ- ଅନୁକୋଣକୁ ସୁବିଧାଗୁଡିକ ସହିତ ଯୋଡିବା ପାଇଁ ଶହ ଶହ କୋଟି ଟଙ୍କାର ପ୍ରକଳ୍ପଗୁଡିକର ଲୋକର୍ପଣ ଏବଂ ଶିଳାନ୍ୟାସ ମଧ୍ୟ କରାଯାଇଛି । ଏହି ପ୍ରକଳ୍ପ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପର୍ଯ୍ୟଟନ ଏବଂ ଉଦ୍ୟୋଗ ରୋଜଗାର ସହିତ ଜଡିତ ହୋଇ ରହିଛି । ଏହି ସମସ୍ତ ବିକାଶ ମୂଳକ ପ୍ରକଳ୍ପ ପାଇଁ ଆପଣ ସମସ୍ତେ ମୋର ପ୍ରିୟ ଭାଇ- ଭଉଣୀମାନଙ୍କୁ, ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଦେଶର ସ୍ୱାଧୀନତାର ସଂକଳ୍ପ ସହିତ ଜଡିତ ଦୁଇଟି ମହତ୍ୱପୂର୍ଣ୍ଣ ସ୍ମାରକଗୁଡିକ ଦର୍ଶନ କରିବାର ମୋତେ ସୌଭାଗ୍ୟ ମିଳିଛି । ପ୍ରଥମେ ମୁଁ ସେଲ୍ୟୁଲାର ଜେଲ ଯାଇଥିଲି ଆଉ ତାପରେ ସେହି ସ୍ଥାନକୁ ଯାଇଥିଲି ଯେଉଁଠାରେ 75 ବର୍ଷ ପୂର୍ବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶ ସ୍ୱାଧୀନତାର ଉଦ୍ଘୋଷଣା କରି ପତାକା ଉତ୍ତୋଳନ କରିଥିଲେ ।

ସାଥୀଗଣ, ସେଲ୍ୟୁଲାର ଜେଲ ପରିସରରେ ପ୍ରବେଶ କରିବା ପରେ ହିଁ ଏକ ଭିନ୍ନ ଅନୁଭବ ମନ- ମସ୍ତିଷ୍କରେ ଭରିଯାଇଥାଏ । ସେହି ଲୋକମାନେ କେଜାଣି କେଉଁ ମାଟିରେ ଜନ୍ମ ନେଇଥିଲେ ଯେଉଁମାନେ ସେତେବେଳେ ହସି- ହସି ଅନେକ କଷ୍ଟ ସହିଥିଲେ । ସେଲ୍ୟୁଲାର ଜେଲ ପରିସରରେ ଚାଲୁଥିବା ସମୟରେ ଏଭଳି ଅନୁଭବ ହୋଇଥାଏ କି ଭାରତମାତାର ବୀର ସନ୍ତାନ ସମୁଦ୍ରର ଲହଡ଼ିରେ ନିଜ ରକ୍ତ-ଶ୍ୱେଦ ଦ୍ୱାରା ଭାରତମାତା ଜୀ ଜୟ ଲେଖୁଛନ୍ତି । ସେମାନେ ପ୍ରତିକ୍ଷଣ, ତିଳ-ତିଳ କରି ନିଜକୁ ନିଜେ ଜଳାଉଛନ୍ତି, ନିଜ ଜୀବନକୁ ଜଳାଉଛନ୍ତି, ଫଳରେ ସ୍ୱାଧୀନତାର ଆଲୋକ ପ୍ରକଟ ହେବ ।

ବୀର ସାବରକରଙ୍କଠାରୁ ନେଇ ଯେତେ କଥା ମଧ୍ୟ ଶୁଣିଛନ୍ତି ଆଉ ପଢ଼ିଛନ୍ତି, ତାହାର ଗୋଟିଏ ଗୋଟିଏ ଘଟଣା, ଜୀବନ୍ତ ହୋଇ ଦୃଶ୍ୟ ପାଲଟି ଯାଉଛି । ସେହି କୋଠରୀଗୁଡ଼ିକ ଯେଉଁଥିରେ ସାରକର, ବାବା ଭାନ ସିଂହ, ମହାବୀର ସିଂହ, ଇନ୍ଦ୍ରଭୂଷଣ ରାୟଙ୍କ ଭଳି ଶହ ଶହ ହଜାର ହଜାର ମହାନ ବିପ୍ଳବୀ ବୀରମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ଯେଉଁଠାରେ ସେମାନେ ଏତେ ବର୍ଷ ବିତାଇଲେ, ସେଗୁଡ଼ିକ ବ୍ୟକ୍ତିଗତ ଭାବେ ଆମ ସମସ୍ତଙ୍କ ପାଇଁ କୌଣସି ମନ୍ଦିରଠାରୁ କମ୍ ନୁହେଁ । ବରେନ୍ଦ୍ର କୁମାର ଘୋଷ, ଉଲ୍ଲାସକର ଦତ୍ତ, ପୃଥ୍ୱୀ ସିଂହ ଆଜାଦ, ତ୍ରୈଲୋକ୍ୟ ନାଥ ଚକ୍ରବର୍ତ୍ତୀ, ଭାଇ ପରମାନନ୍ଦ, ଏଭଳି ଅନେକ ସ୍ୱାଧୀନତାର ନାୟକମାନେ ସେହି ସେଲ୍ୟୁଲାର ଜେଲର କୋଣ ଅନୁକୋଣକୁ ଗୌରବାନ୍ୱିତ କରିଛନ୍ତି । ସ୍ୱାଧୀନତାର ଏହି ଅଜ୍ଞାତ ନାୟକମାନଙ୍କୁ ଏହି କୃତଜ୍ଞ ରାଷ୍ଟ୍ର କେବେ ଭୁଲି ପାରିବ ନାହିଁ ।

ମୋ ସହିତ କୁହନ୍ତୁ-

ଶହୀଦମାନେ – ଅମର ରୁହନ୍ତୁ

ଶହୀଦମାନେ – ଅମର ରୁହନ୍ତୁ

ସାଥୀଗଣ, ଯେତେବେଳେ ସ୍ୱାଧୀନତାର ନାୟକମାନଙ୍କର କଥା ଆସିଥାଏ ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ନାମ ଆମକୁ ଗୌରବରେ ଭରି ଦେଇଥାଏ, ନୂତନ ଉର୍ଜ୍ଜାରେ ଭରିଦେଇଥାଏ । ଆଜାଦ ହିନ୍ଦ୍ ସରକାରଙ୍କର ପ୍ରଥମ ପ୍ରଧାନମନ୍ତ୍ରୀ ସୁଭାଷ ବାବୁ ଆଣ୍ଡାମାନର ଏହି ମାଟିକୁ ଭାରତର ସ୍ୱାଧୀନତାର ସଂକଳ୍ପ ଭୂମି କରିଦେଇଥିଲେ । ନେତାଜୀଙ୍କ ଆହ୍ୱାନରେ ଆଣ୍ଡାମାନର ଅନେକ ବୀର ଦେଶର ସ୍ୱାଧୀନତା ପାଇଁ ନିଜକୁ ସମର୍ପିତ କରିଦେଇଥିଲେ, ଯାହାପରେ ଆଜାଦ ହିନ୍ଦ୍ ଫୌଜ ଏଠାରେ ସ୍ୱାଧୀନତାର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।

30 ଡିସେମ୍ବର,1943ର ସେହି ଐତିହାସିକ ଘଟଣାକୁ ଆଜି 75 ବର୍ଷ ପୂରଣ ହୋଇଯାଇଛି । ଆଜି ସେହି ଐତିହାସିକ ଘଟଣାକୁ ସ୍ମରଣ କରି ଏଠାରେ 150 ଉଚ୍ଚ ଧ୍ୱଜା ଉତ୍ତୋଳନ କରି ଆମେ ଏହି ଦିନକୁ ଦେଶବାସୀଙ୍କ ପାଇଁ ଚିର ସ୍ମୃତି ଭାବେ ଅଙ୍କନ କରିବା ପାଇଁ ଏକ ନମ୍ର ପ୍ରୟାସ କରିଛୁ । ସୌଭାଗ୍ୟ କ୍ରମେ କିଛି ମାସ ପୂର୍ବେ ହିଁ ଲାଲକିଲ୍ଲାରେ ମଧ୍ୟ ମୋତେ ଏହିଭଳି ସୁଯୋଗ ହିଁ ମିଳିଥିଲା । ସେତେବେଳେ ଆଜାଦ ହିନ୍ଦ୍ ଫୌଜ ସରକାରର 75 ବର୍ଷ ପୂରଣ ହୋଇଥିଲା ।

ଭାଇ ଓ ଭଉଣୀମାନେ, ଇତିହାସର ଏହି ଗୌରବମୟ କ୍ଷଣର ସ୍ମୃତିରେ ମୁଦ୍ରା ଏବଂ ଡାକଟିକଟ ମଧ୍ୟ ଜାରି କରାଯାଇଛି । ଏତିକି ହିଁ ନୁହେଁ, ନେତାଜୀଙ୍କ ସମେତ ସ୍ୱାଧୀନତାର ନାୟକମାନଙ୍କର ସ୍ମୃତି ଆଣ୍ଡାମାନର କୋଣ ଅନୁକୋଣରେ ଅକ୍ଷୁର୍ଣ୍ଣ ରହୁ, ସଂପୂର୍ଣ୍ଣ ଦେଶ ଏଠାରୁ ପ୍ରେରଣା ନେଉଥାଉ, ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସରକାର ନେଇଛନ୍ତି । ବର୍ତ୍ତମାନ ଏହି ସମୟରେ ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି ତ ଏକ ବିଜ୍ଞପ୍ତି ଜାରି କରାଯାଉଛି । ଆଉ ମୁଁ ଏବେ ଆଣ ସମସ୍ତଙ୍କ ସମ୍ମୁଖରେ ବଡ଼ ଗର୍ବର ସହିତ ସେହି ଘୋଷଣା କରିବାକୁ ଯାଉଛି । ଓବସେରାସ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ଜଣାଯିବ । ନୀଳ ଦ୍ୱୀପକୁ ଶହୀଦ ଦ୍ୱୀପ ଭାବେ ଗଣାଯିବ ଏବଂ ହୈବଲାକ ଦ୍ୱୀପକୁ ସ୍ୱରାଜ ଦ୍ୱୀପ ନାମରେ ଜଣାଯିବ ।

ଭାଇ ଓ ଭଉଣୀମାନେ, ନେତାଜୀ ସ୍ୱୟଂ ଭାରତ ଭୂମିର ଏହି ଦ୍ୱୀପ ସମୂହରେ ପତାକା ଉତ୍ତୋଳନ କରି ଏହାକୁ ବ୍ରିଟିଶ ଶାସନରୁ ମୁକ୍ତ ଘୋଷଣା କରିଥିଲେ । ଏହି ଦିନ ସେ ଭାରତୀୟଙ୍କର ଏକ ବଡ଼ ଜନସଭାକୁ ଏହି ମୈଦାନରେ ସମ୍ବୋଧିତ କରିଥିଲେ, ଯାହା ଏବେ ନେତାଜୀ ଷ୍ଟାଡିୟମ ପାଲଟି ଯାଇଛି । ସେତେବେଳେ ସେ କହିଥିଲେ କି ଏହି ଅଂଚଳ ଉପରେ ଅଧିକାର ସହିତ ହିଁ ମଧ୍ୟବର୍ତ୍ତୀକାଳୀନ ସରକାରର ରାଷ୍ଟ୍ରୀୟ ଅସ୍ମିତା ଏବେ ସତ୍ୟତା ଏବଂ ବାସ୍ତବିକତାର ଓଢ଼ଣୀ ଘୋଡ଼େଇ ହୋଇ ସାରିଛି । ଏହି କଥାର ଚାରି ବର୍ଷ ପରେ ହିଁ ମାଆ ଭାରତୀ ଦାସତ୍ୱର ଶୃଙ୍ଖଳରୁ ମୁକ୍ତ ହୋଇଗଲା ।

ସାଥୀଗଣ, ପରାଧୀନତାର ଦୀର୍ଘ କାଳଖଣ୍ଡରେ ଯଦି ଭାରତର ଏକତାକୁ ନେଇ କୌଣସି ଆଶଙ୍କା ଏବଂ ସନ୍ଦେହ ସୃଷ୍ଟି ହୁଏ ତ ତାହା କେବଳ ହେଉଛି ମାନସିକତାର ପ୍ରଶ୍ନ, ସରକାରଙ୍କର ନୁହେଁ । ସୁଭାଷ ବାବୁ ମଧ୍ୟ ଏହା ସ୍ୱୀକାର କରୁଥିଲେ କି ଆମେ ସମସ୍ତେ ପ୍ରାଚୀନ ସମୟରୁ ହିଁ ଏକ ହୋଇ ରହିଛନ୍ତି; ହଁ, ପରାଧୀନ ସମୟରେ ଏହି ଏକତାକୁ ଭାଗ ଭାଗ କରିବାର ଛିନ୍ନ ଭିନ୍ନ କରିପାର ପ୍ରୟାସ ନିଶ୍ଚିତ ଭାବେ କରାଯାଇଥିଲା । ନେତାଜୀଙ୍କର ଏହି ଦୃଢ଼ ବିଶ୍ୱାସ ରହିଥିଲା କି ଗୋଟିଏ ରାଷ୍ଟ୍ର ରୂପରେ ନିଜର ପରିଚୟ ଉପରେ ଗୁରୁତ୍ୱ ଦେଇ ସେହି ମାନସିକତାକୁ ମଧ୍ୟ ବଦଳାଯାଇ ପାରିବ । ଆଜି ମୁଁ ଆନନ୍ଦିତ ଯେ ଏକ ଭାରତ-ଶ୍ରେଷ୍ଠ ଭାରତର ମାର୍ଗରେ ଚାଲି ଆମେ ସମସ୍ତେ ନେତାଜୀଙ୍କର ଭାବନାଗୁଡ଼ିକର ଅନୁରୂପ ଆଗକୁ ବଢ଼ିବାର ପ୍ରୟାସ କରୁଛୁ ।

ସାଥୀଗଣ, ଅନେକଥର କିଛି ଲୋକ ଜ୍ଞାତସାରରେ ଅଜ୍ଞାତସାରରେ ଚର୍ଚ୍ଚା ସମୟରେ ମୁଖ୍ୟ ଭୂମି ଏବଂ ଦ୍ୱୀପର କଥା କହିଥାଆନ୍ତି, ଆମ ମୁହଁକୁ ଆସିଗଲା ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋ ପାଇଁ ସମଗ୍ର ଭାରତ, ଏଠାକାର କୋଣ ଅନୁକୋଣ, ଗୋଡ଼ି-ମାଟି ହେଉଛି ମୁଖ୍ୟ ଭୂମି । ପୋର୍ଟବ୍ଲେୟର ହେଉଛି ସେତିକି ମୁଖ୍ୟ ଭୂମି, ଯେତିକି ହେଉଛି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନଇ । ଏହା ହେଉଛି କାରଣ କି ଆମ ସରକାର ଏହି କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହା କୌଣସି କାରଣରୁ ମଧ୍ୟ ପଛରେ ରହିଯାଇଥିଲା । ଦେଶର ଶାରୀରିକ ଏବଂ ଆବେଗିକ ଏକତାକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଆମର ଅଟଳ ନିଶ୍ଚୟ ରହିଛି ।

ଭାଇ ଓ ଭଉଣୀମାନେ, ଏକତାର ଏହି ଭାବନା ସେତେବେଳେ ଆହୁରି ଅଧିକ ସୁଦୃଢ଼ ହୋଇଯାଏ, ଯେତେବେଳେ ଆମେ ଇତିହାସର ଆମର ସେହି ନାୟକମାନଙ୍କୁ ସ୍ମରଣ ରଖିଥାଉ । ମୁଁ ବାରମ୍ବାର ଏହା କହିଆସୁଛି କି ଯେଉଁ ଦେଶ ନିଜର ବାସ୍ତବିକ ନାୟକମାନଙ୍କୁ, ନିଜର ଇତିହାସକୁ, ନିଜ ସମ୍ମାନକୁ ସଜାଡ଼ି ରଖିପାରେ ନାହିଁ; ତାହା କେବେ ହେଲେ ମଧ୍ୟ ଉନ୍ନତି କରିପାରିବ ନାହିଁ । ଯେଉଁ ଦେଶ ନିଜ ଇତିହାସ, ପରମ୍ପରାକୁ ଯେତେ ସମ୍ଭାଳି ନେଇଥାଏ, ତାହାର ବିଶ୍ୱାସ ସେତିକି ହିଁ ସଶକ୍ତ ହୋଇଥାଏ ।

କେନ୍ଦ୍ର ସରକାର ବିଗତ ସାଢ଼େ ଚାରି ବର୍ଷ ଧରି ନିଜର ବୈଭବଶାଳୀ ଇତିହାସକୁ, ପ୍ରତ୍ୟେକ ଛୋଟ ଛୋଟ ଅଂଶକୁ ବିକଶିତ କରିବା ପାଇଁ ପ୍ରୟାସ କରୁଛନ୍ତି । ତାହାକୁ ଦେଶବାସୀଙ୍କ ସାମ୍ନାରେ ପ୍ରେରଣାର ସ୍ରୋତ ଭାବେ ରଖିବାରେ ଲାଗି ପଡ଼ିଛନ୍ତି, କାରଣ ଇତିହାସ ହେଉଛି ଘଟଣା, ତ ଇତିହାସ ତ ମଧ୍ୟ ହେଉଛି ଆଭୂଷଣ ବା ଗହଣା । ଇତିହାସ ହେଉଛି ଅତିବାହିତ ହୋଇଯାଇଥିବା ସମୟ, ତ ଇତିହାସ ମଧ୍ୟ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଅନୁଭବ । ଇତିହାସ ହେଉଛି ପୁରୁଷାର୍ଥ, ପରାକ୍ରମ, କଷ୍ଟକୁ ଗୁନ୍ଥି ରଖିବା, ତ ଇତିହାସ ହେଉଛି ପୁରୁଷାର୍ଥ, ପରାକ୍ରମ ଏବଂ ପ୍ରେରଣା ମଧ୍ୟ । ଇତିହାସ ଆମ ପ୍ରଚେଷ୍ଟାକୁ ପରଖିଥାଏ ତ ଇତିହାସ ହେଉଛି  ଆମ ପରିଶ୍ରମର ପ୍ରତିବିମ୍ବ ମଧ୍ୟ । ଇତିହାସ ଆମକୁ ସତର୍କ କରିଥାଏ, ତ ଇତିହାସ ଆମକୁ ସଜାଗ ରହିବା ମଧ୍ୟ ଶିଖାଇଥାଏ ଇତିହାସ ସମୟ ସହିତ ବନ୍ଧା ହୋଇଛି, ତ ଇତିହାସ ମଧ୍ୟ ହେଉଛି ନୂତନ ସଂକଳ୍ପର ଉର୍ଜ୍ଜା । ଇତିହାସ ଆମକୁ ନୂତନ ଆଶା, ନୂତନ ସ୍ୱପ୍ନ ଦେଖିବା ପାଇଁ ସାହସ ଦେଇଥାଏ ତ ଇତିହାସ ଆମକୁ ଭବିଷ୍ୟତ ପାଇଁ ନିଜକୁ ସମର୍ପିତ କରିବାର ସାହସ ମଧ୍ୟ ଦେଇଥାଏ ।

ସାଥୀଗଣ, ଏହି ଚିନ୍ତାଧାରା ସହିତ ସରକାର ବହୁ ବର୍ଷ ଧରି ଅଟକି ପଡ଼ି ରହିଥିବା ପୁଲିସ ସ୍ମାରକର ସ୍ୱପ୍ନକୁ ସାକାର କଲେ । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ପଂଚତୀର୍ଥର ନିର୍ମାଣ କଲେ । ରାଷ୍ଟ୍ରୀୟ ଏକତା ଏବଂ କୃଷକ ଆନ୍ଦୋଳନର ପ୍ରଣେତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମ୍ମାନ ଦେବା ପାଇଁ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତାର ପ୍ରତିମୂର୍ତ୍ତି ଆଜି ଦେଶକୁ ଗୌରବାନ୍ୱିତ କରୁଛି । ଏହି ସମସ୍ତ ସ୍ମାରକ କେବଳ ଇତିହାସକୁ ଗୁନ୍ଥି ରଖିବାର କ୍ରିୟା ନୁହେଁ ବରଂ ଏହା ହେଉଛି ଦେଶକୁ ଏକ କରି ରଖିବା ଭଳି ନିଜର ସଚ୍ଚୋଟ ଏବଂ ବୀର ସୁପୁତ୍ରମାନଙ୍କୁ ଆମର ପ୍ରଣାମ ମଧ୍ୟ ।

ଏତିକି ହିଁ ନୁହେଁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସର୍ଦ୍ଦାର ପଟେଲଙ୍କ ନାମରେ ଆମେ ରାଷ୍ଟ୍ରୀୟ ପୁରସ୍କାରମାନ ମଧ୍ୟ ଘୋଷଣା କରିଛୁ । ଆଜି ମୁଁ ଏଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିମ୍ଡ଼ ବିଶ୍ୱବିଦ୍ୟାଳୟର ମଧ୍ୟ ଘୋଷଣା କରୁଛି ।

ଭାଇ ଓ ଭଉଣୀମାନେ, ଏହି ସମସ୍ତ ରାଷ୍ଟ୍ର ପୁରୁଷଙ୍କ ପ୍ରେରଣା ଦ୍ୱାରା ଯେଉଁ ନୂତନ ଭାରତ ନିର୍ମାଣ କରିବାର ଗୁରୁଦାୟିତ୍ୱ ଆମେ ବହନ କରିଛୁ, ତାହାର ସ୍ୱଭାବରେ ରହିଥିବା ମୂଳତତ୍ତ୍ଵ ହେଉଛି ବିକାଶ । ବିକାଶ ଆମ ସଂସାଧନଗୁଡ଼ିକର ମଧ୍ୟ ଏବଂ ଆମର ସଂସ୍କୃତିର ମଧ୍ୟ ହେଉ, ଏହା ସୁନିଶ୍ଚିତ କରାଯାଉଛି । ଦେଶର କୋଣ ଅନୁକୋଣର, ଦେଶର ପ୍ରତ୍ୟେକଟି ଜନସାଧାରଣଙ୍କର ବିକାଶ ଅର୍ଥାତ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ । ଯେତେବେଳେ ଆମେ ସଂସାଧନଗୁଡ଼ିକର ବିକାଶର କଥା କହୁ ତ ଔଦ୍ୟୋଗିକ ବିକାଶ ମଧ୍ୟ ହେଉଛି ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ସରକାର ଏଠାକାର ପରିସ୍ଥିତି, ପରିବେଶ ଅନୁକୂଳ ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ହେଉଛନ୍ତି ପ୍ରତିଶୃତିବଦ୍ଧ । ସୌରଶକ୍ତି ହେଉ, ଏଲଏନଜିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ହେଉ, ବିଦ୍ୟୁତଚାଳିତ କାର୍ ହେଉ, ଏଠାକାର ଟ୍ରାଫିକ ବ୍ୟବସ୍ଥାର ଅଂଶ କିଛି କରିବା ହେଉ; ଏ ସମସ୍ତ ପ୍ରଚେଷ୍ଟା ବିକାଶ ଏବଂ ପର୍ଯ୍ୟାବରଣରେ ସନ୍ତୁଳନ ରଖିବା ପାଇଁ କରାଯାଉଛି ।

ସାଥୀଗଣ, ଏହି କ୍ଷେତ୍ରର ଔଦ୍ୟୋଗିକ ବିକାଶ ପାଇଁ ମଧ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାର ଘୋଷଣା ମଧ୍ୟ ଆପଣମାନଙ୍କ ପାଖରେ ଆଜି ମୁଁ କରିବାକୁ ଯାଉଛି । ଏହି ଐତିହାସିକ ମୁହୂର୍ତ୍ତରେ କରିବାକୁ ଯାଉଛି । ଏହି ଯୋଜନାର ନାମ ହେଉଛି ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ନିକୋବର ଦ୍ଵୀପାଞ୍ଚଳ ଉଦ୍ୟୋଗ ବିକାଶ ଯୋଜନା । ଏହି ଯୋଜନା ଅଧୀନରେ ଏଠାରେ ଯେଉଁ ମଧ୍ୟ ଉଦ୍ୟମୀ ପରିବେଶ ଅନୁକୂଳ ଉଦ୍ୟୋଗ ପ୍ରତିଷ୍ଠା କରିବେ, ସେମାନଙ୍କୁ ସରକାର ସାହାଯ୍ୟ କରିବେ, ରିହାତି ଦେବେ । ଏହି ଯୋଜନା ଦ୍ୱାରା ଏଠାରେ ଅନେକ ଉଦ୍ୟୋଗ ଆଗାମୀ ସମୟରେ ପ୍ରତିଷ୍ଠା ହେବ ଯାହା ଫଳରେ ଯୁବକମାନଙ୍କୁ ରୋଜଗାର ମିଳିବ ।

ଏହି ଯୋଜନା ଦ୍ୱାରା ପର୍ଯ୍ୟଟନ, ଖାଦ୍ୟପ୍ରକ୍ରିୟାକରଣ ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଜଡ଼ିତ ହଜାର ହଜାର ଉଦ୍ୟମୀଙ୍କୁ ଲାଭ ମିଳିବ । ଆଜି ଏଠାରେ ଷ୍ଟାର୍ଟ ଅପ୍ ପାଇଁ ମଧ୍ୟ ଏକ ଯୋଜନା ପୁସ୍ତିକା ଉନ୍ମୋଚନ କରାଯାଇଛି । ଏହି ସମସ୍ତ ପ୍ରୟାସ ଦ୍ୱାରା ଏଠାକାର ଯୁବ ସାଥୀମାନଙ୍କୁ ଲାଭ ହେବା ମଧ୍ୟ ଏକ ପ୍ରକାର ସୁନିଶ୍ଚିତ । ଏଠାକାର ପରିଚୟକୁ, ଏଠାକାର ସଂସ୍କୃତିକୁ ସୁରକ୍ଷିତ ରଖି ପର୍ଯ୍ୟଟନକୁ ମଧ୍ୟ ବିକଶିତ କରିବା ପାଇଁ ଚେଷ୍ଟା ହେଉଛି । ଆଜି ପର୍ଯ୍ୟଟନ ସହିତ ଜଡ଼ିତ ଭିତ୍ତିଭୂମିକୁ ନେଇ ଅନେକ ବଡ଼ ଯୋଜନାଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ହେବଲକ ବନ୍ଦରରେ ନିର୍ମିତ ହେବାକୁ ଥିବା ଯାତ୍ରୀ ଟର୍ମିନାଲ ହେଉ କିମ୍ବା ୟାଟ ମରିନାର ସମ୍ପ୍ରସାରଣ, ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ସମ୍ଭାବନା ସୃଷ୍ଟି ହେବ । ଏଠାରେ 20 ୟାର୍ଡ ବଦଳରେ କିପରି 100 ୟାର୍ଡ ପରିସର ମଧ୍ୟରେ ବ୍ୟବସ୍ଥା କରାଯାଇ ଜାହାଜ ରହିପାରିବ, ଏହି ଯୋଜନା କରିବାଉପରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ଔଦ୍ୟୋଗିକ ଏବଂ ପର୍ଯ୍ୟଟନର ବିକାଶ ସେତେବେଳେ ହୋଇଥାଏ, ଯେତେବେଳେ ଯୋଗାଯୋଗ ଭଲ ହୋଇଥାଏ । ଏଠାକାର ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏ ବର୍ଷ ଚାରୋଟି ଜାହାଜ ଏଠାକାର ପରିବହନ ସ୍ଥଳକୁ ଆସି ସାରିଛି । ଏହା ବ୍ୟତୀତ ଚାରୋଟି ଜାହାଜକୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ କୋଚ୍ଚି ସିପ ୟାର୍ଡ ଦ୍ରୁତ ଗତିରେ ନିର୍ମାଣ କରାଯାଉଛି । ଆମର ଚେଷ୍ଟା ହେଉଛି କି ଏହି ଦ୍ୱୀପ ସମୂହ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେଉ । ଏଠାକାର ବଡ଼ ବଡ଼ ଜାହାଜଗୁଡ଼ିକର ରକ୍ଷଣାବେକ୍ଷଣ ଏବେ ଦେଶର ଅନ୍ୟ ଭାଗରେ ହେଉଛି । ଏବେ ପୋର୍ଟ ବ୍ଲେୟାରର ଡକ୍ ୟାର୍ଡକୁ ବିସ୍ତାରିତ କରାଯାଉଛି ।

ସାଥୀଗଣ, ମୋତେ ଅବଗତ କରାଯାଇଛି କି ଚାଥମରୁ ବୋମ୍ବୁଫ୍ଲେଟ ଯିବାକୁ ବହୁତ ସମୟ ଲାଗୁଥିଲା । ଏବେ ସେଠାରେ ଏକ ସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରି ଦିଆଯାଇ ସାରିଛି । ଆଜି ଯେଉଁ ସ୍ଥାନୀୟ ପ୍ରତିନିଧିମାନଙ୍କ ସହିତ ମୋର ବୈଠକ ହୋଇଛି, ସେଥିରେ ସଡ଼କ ସହିତ ଜଡ଼ିତ ଗୋଟିଏ ବିଷୟ ଉଠାଯାଇଛି । ମୋତେ ଅବଗତ କରାଯାଇଛି କି ଏଠାକାର ଗ୍ରାମୀଣ ଅଂଚଳରେ ସଡ଼କର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ସମସ୍ୟା ରହିଛି । ମୋର ଲେଫ୍ଟନାଂଟ ଗଭର୍ଣ୍ଣର ମହାଶୟଙ୍କୁ ଏହା ଅନୁରୋଧ ରହିବ କି ସଡ଼କଗୁଡ଼ିକର ଅବସ୍ଥାର ସମୀକ୍ଷା କରାଯାଉ ଏବଂ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପଠାଯାଉ । ଆଉ ରିପୋର୍ଟ ଅଧ୍ୟୟନ ପରେ କେନ୍ଦ୍ର ସରକାର ଯଥା ସମ୍ଭବ ସାହାଯ୍ୟ କରିବେ ।

ଏହା ବ୍ୟତୀତ ବାୟୁ ସଂଯୋଗକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ବୀର ସାରକର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏକ ନୂତନ ସମନ୍ୱିତ ଟର୍ମିନାଲ ଭବନ ବା Integrated Terminal Building ନିର୍ମାଣ କରାଯାଉଛି । ଏହି ଭବନ ବହୁତ ଶୀଘ୍ର ସଂପୂର୍ଣ୍ଣ ହୋଇଯିବ । ଚେନ୍ନାଇ ଏବଂ କୋଲକାତାରୁ ପୋର୍ଟ ବ୍ଲେୟାରର ଚାଟାର୍ଡ ଫ୍ଲାଇଟ୍ ରିହାତି ଭଡ଼ାରେ ଆପଣମାନଙ୍କୁ ସମସ୍ତଙ୍କୁ ଉପଲବ୍ଧ କରାଇ ଦିଆଯିବ ।

ସାଥୀଗଣ, ଜଳପଥ, ବାୟୁପଥ ଏବଂ ସଡ଼କ ପଥ ସହିତ ଆଇ-ୱେ ମଧ୍ୟ ହେଉଛି ଆଜିର ବହୁତ ବଡ଼ ଆବଶ୍ୟକତା । ଫୋନ ଏବଂ ଇଂଟରନେଟ୍ ସଂଯୋଗକୁ ମଧ୍ୟ ଉତ୍କୃଷ୍ଟ ଧରଣର କରାଯାଉଛି । ଚେନ୍ନାଇରୁ ଆସୁଥିବା ସମୁଦ୍ର ମଧ୍ୟ ଦେଇ ଅପଟିକାଲ ଫାଇବର ବିଛାଇବା ଦ୍ୱାରା ଏବେ ପୋର୍ଟ ବ୍ଲେୟାରରେ ସେତିକି ଭଲ ଇଂଟରନେଟ ଚାଲିବ, ଯେତିକି କି ଦିଲ୍ଲୀ ଚେନ୍ନାଇରେ ଚାଲୁଛି ।

ଏତିକି ହିଁ ନୁହେଁ, ଏସଡବ୍ଲ୍ୟୁଏଏନ ଅର୍ଥାତ ସ୍ୱାନ State Wide Area Network, ତାହା ମଧ୍ୟ ଆଜି ଆରମ୍ଭ କରାଯାଇଛି । ଏହା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଏଠାକାର ଯେଉଁ ବଡ଼ ବଡ଼ ଦ୍ୱୀପ ରହିଛି, ଯେଉଁଠି ଆବାସସ୍ଥଳ ରହିଛି, ସେଠାକାର 12 ଟି ସ୍ଥାନକୁ ଯୋଡ଼ା ଯାଇଛି । ଏହାଦ୍ୱାରା ଜିଲ୍ଲା ଏବଂ ବ୍ଲକ ସ୍ତରର ସମସ୍ତ ସରକାରୀ ଅଫିସକୁ ହାଇ ସ୍ପିଡ଼ ଇଂଟରନେଟର ସୁବିଧା ମିଳିବ ଯାହାଦ୍ୱାରା ସରକାରଙ୍କର ସେବାଗୁଡ଼ିକୁ ଅନଲାଇନ ଡେଲିଭରିରେ ସୁବିଧା ମିଳିବ । ଗୋଟିଏ ପ୍ରକାରରେ ଆଣ୍ଡାମାନ ନିକୋବର ସହିତ ସମସ୍ତ ଦ୍ୱୀପଗୁଡ଼ିକରେ ଡିଜିଟାଲ ଇଣ୍ଡିଆକୁ ସୁଦୃଢ଼ କରିବା ସୁନିଶ୍ଚିତ କରିବ ।

ସାଥୀଗଣ, ଉଦ୍ୟୋଗ ଏବଂ ପର୍ଯ୍ୟଟନ ବ୍ୟତୀତ ନିଜର ପୁରାତନ ବ୍ୟବସାୟ ଦ୍ୱାରା ମଧ୍ୟ ଯୁବକମାନଙ୍କୁ ରୋଜଗାର ମିଳିବ, ଏଥିପାଇଁ 19 ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ କରାଯାଉଛି, 9ଟି ସଂପୂର୍ଣ୍ଣ ହୋଇ ସାରିଛି ବଳକା 10ଟିର କାର୍ଯ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଏହା ସହିତ କୃଷି, ମତ୍ସ୍ୟପାଳନ ଏବଂ ପଶୁପାଳନକୁ ପ୍ରଗତି ଦେବା ପାଇଁ 200 କୋଟିର ସାହାଯ୍ୟ କରାଯାଉଛି ।       

ଭାଇ ଓ ଭଉଣୀମାନେ, ଏଠାରେ ବିଜୁଳି, ପାନୀୟ ପାଣିର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଆଗାମୀ 20 ବର୍ଷ ପାଇଁ ପୋର୍ଟ ବ୍ଲେୟାର ଏବଂ ଆଖପାଖର ଅଂଚଳଗୁଡ଼ିକରେ ପାଣିର ସମସ୍ୟା ନ ହେଉ, ଏଥିପାଇଁ ଧନୀକାରୀ ବନ୍ଧର ଉଚ୍ଚତା ବୃଦ୍ଧି କରାଯାଉଛି ।

ଯେଉଁଠି ବିଜୁଳିର କଥା ହେଉ, ତ ବିଗତ ଛଅ ମାସ ମଧ୍ୟରେ ହିଁ ଏଠାରେ 7 ମେଗାୱାଟର ସୌର ଶକ୍ତି ପ୍ଲାଂଟର ଶିଳାନ୍ୟାସ କରାଯାଇଛି । ଏହା ବ୍ୟତୀତ ଆଜି ଯେଉଁ ଏଲଏନଜି ସୌର ଶକ୍ତି ପ୍ଲାଂଟର ଶିଳାନ୍ୟାସ କରାଯାଇଛି, ତାହାଦ୍ୱାରା ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ଏଠାରେ ବିଜୁଳିର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାହାଯ୍ୟ ମିଳିବ ।

ସାଥୀଗଣ, ଆବର୍ଜନାରୁ ଶକ୍ତି ଦିଗରେ ମଧ୍ୟ ପୋର୍ଟ ବ୍ଲେୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଯେଉଁ ନୂତନ ପ୍ଲାଜମା ଗ୍ୟାସ ପ୍ଲାଂଟ ଏଠାରେ କରାଯିବ ତାହାଦ୍ୱାରା ପାନୀୟ ଜଳ ପରିଷ୍କାର ମିଳିବା ସହିତ ପରିଷ୍କାର ଶକ୍ତି ଏବଂ ଗ୍ରୀନ ଇନ୍ଧନ ମଧ୍ୟ ଆପଣମାନଙ୍କୁ ଉପଲବ୍ଧ ହେବ ।

ଭାଇ ଓ ଭଉଣୀମାନେ, ସ୍ୱଚ୍ଛତାକୁ ନେଇକରି ମଧ୍ୟ ଆପଣମାନଙ୍କର ଯେଉଁ ସଂପଳ୍ପ ରହିଛି ତାହା ହେଉଛି ପ୍ରଶଂସନୀୟ ଆଉ ଏଥିପାଇଁ ମୁଁ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ବହୁତ ଖୁସି ଯେ ଏଠାକାର ଲୋକମାନେ ସଂପୂର୍ଣ୍ଣ ଦ୍ୱୀପସମୂହକୁ ଖୋଲା ମଳମୁକ୍ତ ଭାବେ ଘୋଷଣା କରିଛନ୍ତି । ସ୍ୱଚ୍ଛତା ଦ୍ୱାରା ଏଠାକାର ସୌନ୍ଦର୍ଯ୍ୟ ତ ପ୍ରସ୍ପୁଟିତ ହେଉଛି, ସେଠି ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ଧରଣର ହେଉଛି ।

ଭାଇ ଓ ଭଉଣୀମାନେ, ଦେଶବାସୀଙ୍କର ସ୍ୱାସ୍ଥ୍ୟକୁ ଆମ ସରକାର ବହୁତ ଅଧିକ ପ୍ରାଧାନ୍ୟ ଦେଉଛି । ଏହାର ଲାଭ ଆପଣମାନଙ୍କୁ ସମସ୍ତଙ୍କୁ ମିଳୁଛି । ଦୁଇ ବର୍ଷ ପୂର୍ବେ ପୋର୍ଟ ବ୍ଲେୟାରରେ ଆଣ୍ଡାମାନ ଣ୍ଡ ନିକୋବର ଆଇଲେଣ୍ଡ ଇନ୍ସଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆରମ୍ଭ କରାଯାଇଥିଲା । ସରକାରଙ୍କର ଯୋଜନା ଆଣ୍ଡାମାନ ନିକୋବର ଆଇଲେଣ୍ଡ ସ୍କିମ ଉପରେ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଅଢ଼େଇ ହଜାରରୁ ଅଧିକ ଗରିବ ଏବଂ ସେବାନିବୃତ ଲୋକମାନେ ନିଜର ଚିକିତ୍ସା କରିଛନ୍ତି, ସେଠି ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ମଧ୍ୟ ଏଠାକାର ଅନେକ ଗରିବ ପରିବାରଙ୍କୁ ଲାଭ ମିଳୁଛି । ସମଗ୍ର ଦେଶର ବଡ଼ ବଡ଼ ହାସ୍ପାତାଳରେ ଗୁରୁତର ରୋଗ ହୋଇଥିବା ସ୍ଥିତିରେ- ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମଧ୍ୟ ସୁନିଶ୍ଚିତ ହେଉଛି ।

ସାଥୀଗଣ, ଏଠାକାର ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ବିସ୍ତର ରୂପ ପ୍ରଦାନ କରି 2 ଟି ପିଏସ୍ସି ଏବଂ ସିଏସସିକୁ ଉନ୍ନୀତ କରି ଜିଲ୍ଲା ହାସ୍ପାତାଳ କରାଯାଉଛି । ଏହା ବ୍ୟତୀତ ଏକ ଆୟୁଷ ହାସ୍ପାତାଳର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ଏହି ସୁବିଧାଗୁଡ଼ିକ ହୋଇଯିବା ପରେ ଆପଣମାନଙ୍କୁ ଚିକିତ୍ସା କରାଇବା ପାଇଁ ଦୂର-ଦୂରାନ୍ତରକୁ ଆଉ ଯିବାକୁ ପଡ଼ିବ ନାହିଁ ।

ଭାଇ ଓ ଭଉଣୀମାନେ, ଔଷଧ ସହିତ ପାଠପଢ଼ା ଉପରେ ମଧ୍ୟ ସରକାରଙ୍କର ଦୃଷ୍ଟି ରହିଛି । ଚାରି ବର୍ଷ ପୂର୍ବେ ଏଠାରେ ନୂତନ ଡିଗ୍ରୀ କଲେଜ ଖୋଲାଯାଇଥିଲା ଆଉ ବର୍ଷ 2016ରେ ଆଇନ ମହାବିଦ୍ୟାଳୟ ମଧ୍ୟ ଆରମ୍ଭ ହୋଇଗଲା । ଏବେ ଆପଣମାନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନେତାଜୀ ସୁଭାଷ ଚନ୍ଦ୍ର ଡିମ୍ଡ ବିଶ୍ୱବିଦ୍ୟାଳୟର ସୁବିଧା ମଧ୍ୟ ମିଳି ସାରିଛି । ଡିଗଲିପୁରରେ ଧନ୍ଦାମୂଳକ ମହାବିଦ୍ୟାଳୟର ଶୁଭାରମ୍ଭ ହୋଇସାରିଛି ଆଉ କିଛି ସମୟ ପୂର୍ବରୁ ନିକୋବରରେ ଆଇଟିଆଇକୁ ମଧ୍ୟ ଆପଣ ସମସ୍ତଙ୍କ ପାଇଁ ସମର୍ପିତ କରି ଆସିଛି ।

ଭାଇ ଓ ଭଉଣୀମାନେ, ସମଗ୍ର ଦେଶରେ ବିକାଶର ପଂଚଧାରା, ପିଲାଙ୍କର ପାଠପଢ଼ା, ଯୁବକମାନଙ୍କର ରୋଜଗାର, ବୟସ୍କମାନଙ୍କ ପାଇଁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ଜନସାଧାରଣଙ୍କର ଶୁଣାଣୀ- ଏହା ସୁନିଶ୍ଚିତ କରିବା ପାଇଁ ସରକାର ନିରନ୍ତର ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆଜି ଯେତିକି ମଧ୍ୟ ଯୋଜନାଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ଏ ସମସ୍ତ ଏହି ଚିନ୍ତାଧାରା ସହିତ ଯୋଡ଼ି ହୋଇଛି ।

ଏହା ସହିତ ଆମର ଶୌର୍ଯ୍ୟ ଏବଂ ବଳିଦାନରେ ଭରି ରହିଥିବା ଗୌରବପୂର୍ଣ୍ଣ ଇତିହାସ, ଆମର ସଂସ୍କୃତି, ଆମର ନାୟକମାନଙ୍କର ସମ୍ମାନ ହେଉ- ଏଥିପାଇଁ ମଧ୍ୟ ଆମେ ସଂକଳ୍ପବଦ୍ଧ ଅଟୁ ।

ଆଉ ଥରେ ପୁଣି ଏହି ଐତିହାସିକ ଅବସର ପାଇଁ, ଜୀବନକୁ ସହଜ କରୁଥିବା ଭଳି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ହୃଦୟପୂର୍ବକ ବହୁତ-ବହୁତ ଧନ୍ୟବାଦ ଦେଉଛି ।

2018ର କାଲି ହେଉଛି ଶେଷ ଦିନ । ପଅରଦିନ 2019ର ନୂଆ ବର୍ଷ ଆରମ୍ଭ ହେଉଛି- ଆପଣମାନେ ସମସ୍ତେ ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପବାସୀଙ୍କୁ ତଥା ସଂପୂର୍ଣ୍ଣ ଦେଶ ପାଇଁ ନୂତନ ଉତ୍ସାହ, ନୂତନ ଉନ୍ମାଦ, ନୂତନ ଉର୍ଜ୍ଜା ଏବଂ ନୂତନ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବାକୁ ନେଇ ଆସୁ- ଏହି ମଙ୍ଗଳକାମନା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ପୁଣିଥରେ ଅନୁରୋଧ କରୁଛି- ଥରେ ମୋବାଇଲ ଫୋନକୁ ବାହାରକୁ ବାହାର କରନ୍ତୁ, ନିଜର ଫ୍ଲାସ୍ ଲାଇଟ୍ ଚାଲୁ କରନ୍ତୁ, ସମସ୍ତଙ୍କର ମୋବାଇଲ ଫୋନ ବାହାରେ ରହୁ, ଆପଣମାନଙ୍କର ଫ୍ଲାସ୍ ଲାଇଟ୍ ବାହାରେ ରହୁ- ଆଉ ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କହିବାକୁ ହେବ-

ସୁଭାଷ ବାବୁ ସ୍ୱରାଜର ମୂଳଦୁଆ ଯେଉଁଠାରେ ରଖିଥିଲେ, 75 ବର୍ଷର ଏହି ପର୍ବରେ ସୁରାଜ୍ୟର ସୁଦୃଢ଼ ଯାତ୍ରା ଆମେ ପ୍ରାରମ୍ଭ କରିବାର ସଂକଳ୍ପ ନେଇ କରି ଚାଲୁଛେ, ସେତେବେଳେ ଆପଣଙ୍କୁ, ଆପଣମାନଙ୍କର ମୋବାଇଲ ଫୋନର ଫ୍ଲାସ୍ ଲାଇଟ୍ ଚାଲୁ କରି ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ବନ୍ଦେ – ମାତରମ୍

ବହୁତ-ବହୁତ ଧନ୍ୟବାଦ ।

 

 

**********