Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ମୋଜାମ୍ବିକ ମଧ୍ୟରେ କ୍ରୀଡା ଓ ଯୁବ ବ୍ୟାପାର କ୍ଷେତ୍ରର ବିକାଶ ପାଇଁ ବୁଝାମଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁଲାଇ 7 ତାରିଖରେ ମୋଜାମ୍ବିକ ଗସ୍ତ ସମୟରେ ଭାରତ ଏବଂ ମୋଜାମ୍ବିକ ମଧ୍ୟରେ ଯୁବ ବ୍ୟାପାର ଏବଂ କ୍ରୀଡା କ୍ଷେତ୍ରରେ ହୋଇଥିବା ବୁଝାମଣାର ସୂଚନା କେନ୍ଦ୍ର କ୍ୟାବିନେଟକୁ ପ୍ରଦାନ କରାଯାଇଥିଲା ।

ସଂପୃକ୍ତ ବୁଝାମଣା ଏହି ଦୁଇ ଦେଶ ମଧ୍ୟରେ କ୍ରୀଡା କ୍ଷେତ୍ରର ବିକାଶ ସହିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାରବରଣ ସୃଷ୍ଟି କରି ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ।

ଏହା ମଧ୍ୟ ଯୁବଗୋଷ୍ଠୀ ପାଇଁ ଅନ୍ତରାଷ୍ଟ୍ରୀୟ ସୁଯୋଗ ବୃଦ୍ଧି କରିବାରେ ସହାୟକ ହେବ ଏବଂ ଯୁବ ବ୍ୟାପାର ତଥା କ୍ରୀଡା କ୍ଷେତ୍ରରେ ବିଶେଷ ଜ୍ଞାନ ବୃଦ୍ଧି କରିବ ।