Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ରୁଷିଆ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗ ବୃଦ୍ଧି ସଂକ୍ରାନ୍ତ ବୁଝାମଣା ପତ୍ରକୁ କେବିନେଟ ଅନୁମୋଦନ


ଭାରତ ଓ ରୁଷିଆ ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗ ବୃଦ୍ଧି ଘେନି ସ୍ଵାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କେବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଆଜି (13.10.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ କାରବାର ଏବଂ ଆର୍ଥିକ ସହଯୋଗ ବୃଦ୍ଧି ନିମନ୍ତେ ଏହି ବୁଝାମଣା ପତ୍ର ଉଦ୍ଦିଷ୍ଟ । ଉଭୟ ରାଷ୍ଟ୍ରର ବାଣିଜ୍ୟ କାରବାର ଏବଂ ଦ୍ଵିପାକ୍ଷିକ ଆର୍ଥିକ ସହଯୋଗ ଏବେ ବେଶ ଅନୁକୂଳ ସ୍ଥିତିରେ ରହିଛି ।