Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଲାଓ ବିମାନସେବା ରାଜିନାମା ପ୍ରସ୍ତାବକୁ କେବିନେଟ ସ୍ୱୀକୃତି


ଭାରତ ଏବଂ ଲାଓ ଗଣତନ୍ତ୍ର ମଧ୍ୟରେ ଏକ ନୂଆ ବିମାନସେବା ରାଜିନାମା ସ୍ୱାକ୍ଷର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ରାଜିନାମା ଫଳରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିକାଶ ଘଟିବା ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟ ମଧ୍ୟ ସଂପ୍ରାସାରିତ ହୋଇପାରିବ । ଦୁଇ ରାଷ୍ଟ୍ର ମଧ୍ୟରେ ପ୍ରତ୍ୟକ୍ଷ ବିମାନସେବା ଦ୍ୱାରା ଉଭୟ ରାଷ୍ଟ୍ର ନିରବଚ୍ଛିନ୍ନ ଭାବେ ପରସ୍ପର ସହ ଯୋଡି ହୋଇ ରହିବେ ଏବଂ ବାଣିଜ୍ୟ କାରବାର ବୃଦ୍ଧି ପାଇବ । ଏହି ରାଜିନାମା ସ୍ୱାକ୍ଷରିତ ହେଲେ ଉଭୟ ଦେଶର ଅଧିସ୍ୱୀକୃତ ବିମାନସେବା ଯୋଗାଣକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ବିମାନ ପଥରେ ସମାନ ଏବଂ ସମୁଚିତ ସୁଯୋଗ ଲାଭ କରିବେ । ପରବର୍ତ୍ତୀ ସମୟରେ ଏହି ପଥ ଏବଂ ସେବା ବ୍ୟବଧାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ବିମାନ ସେବା ରାଜିନାମା (ASA) ଦୁଇ ଦେଶ ମଧ୍ୟରେ ବିମାନସେବା କାର୍ଯ୍ୟକାରୀ ହେବା କ୍ଷେତ୍ରରେ ଆଇନଗତ ବ୍ୟବସ୍ଥା ଭାବେ ବିବେଚିତ ହେବ।

****