Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ, ସଂଯୁକ୍ତ ଆରବ ଅମିରତନ୍ତ୍ର ମଧ୍ୟରେ ସାମୁଦ୍ରିକ ପରିବହନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସଂଯୁକ୍ତ ଆରବ ଅମିରତନ୍ତ୍ର(UAE) ମଧ୍ୟରେ ସାମୁଦ୍ରିକ ପରିବହନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁମୋଦନ ଲାଭ କରିଛି । ପ୍ରସ୍ତାବିତ ବୁଝାମଣା ପତ୍ର ଦ୍ୱାରା ସାମୁଦ୍ରିକ ପରିବହନ, ବହିଃଶୁଳ୍କ ଓ ଅନ୍ୟାନ୍ୟ ଦସ୍ତାବିଜସଂକ୍ରାନ୍ତ କାର୍ଯ୍ୟର ସରଳୀକରଣ ଏବଂ ଯେଉଁଠାରେ ପ୍ରଯୁଜ୍ୟ ବିଭିନ୍ନ ବନ୍ଦରମାନଙ୍କର ବର୍ତ୍ତମାନର ବ୍ୟବସ୍ଥାରୁ ବର୍ଜ୍ୟ ନିଷ୍କାସନ ଆଦି କ୍ଷେତ୍ରରେ ସହାୟକ ହେବ । ଏହାଦ୍ୱାରା ଉଭୟ ଦେଶର ଜାହାଜ ଚଳାଚଳ କମ୍ପାନୀମାନେ ଦ୍ୱପାକ୍ଷିକ ଓ ବହୁପାକ୍ଷିକ ଦୀର୍ଘମିଆଦୀ ବାଣିଜ୍ୟ କାରବାର ପାଇଁ ରାଜିନାମାରେ ପହଞ୍ଚିପାରିବେ ।

*****