ପିଏମଇଣ୍ଡିଆ
ଭାରତ-ସର୍ବିଆ ମଧ୍ୟରେ ସୂଚନା ପ୍ରଯୁକ୍ତି ସେବା ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସଂକ୍ରାନ୍ତ ବୁଝାମଣାକୁ କାର୍ଜ୍ୟୋତ୍ତର ଭାବେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି (18.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ନେଇ ବିଚାର ଆଲୋଚନା କରିବା ପରେ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦୁଇ ଦେଶର ସରକାରୀ ଓ ଘରୋଇ ସଂସ୍ଥାମାନଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଏବଂ ଏହି କ୍ଷେତ୍ରର ଅନୁଷ୍ଠାନମାନଙ୍କ ସାମର୍ଥ୍ୟ ବୃଦ୍ଧି ଲାଗି ବୁଝାମଣା ଭିତିରେ ପଦକ୍ଷେପ ନିଆଯିବ ।