ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ହେଲୋନିକ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ହୋଇଥିବା ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ନଭେମ୍ବର 2017ରେ ହେଲୋନିକର ବୈଦେଶିକ ମନ୍ତ୍ରୀ ମହାମହିମ ନିକୋସ କୋତ୍ଜିୟାସଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଏବଂ ହେଲୋନିକ ବୈଦେଶିକ ମନ୍ତ୍ରୀ ନିକୋସ କୋତ୍ଜିୟାସ ସ୍ୱାକ୍ଷର କରିଥିଲେ ।
ଉଭୟ ପକ୍ଷଙ୍କ ଉଦ୍ଦେଶ୍ୟ ନବୀନ ଏବଂ ନବୀକରଣଯୋଗ୍ୟ ବିଷୟରେ ବୈଷୟିକ ଦ୍ୱିପାକ୍ଷିକ ସହଯୋଗକୁ ପାରସ୍ପରିକ ଲାଭ ଆଧାରରେ ପ୍ରୋତ୍ସାହନ ଦେବା ଲାଗି ସହକାରୀ ସଂସ୍ଥାଗତ ସମ୍ପର୍କ ପ୍ରତିଷ୍ଠା କରିବା ।
ବୁଝାମଣାପତ୍ରରେ ସହଯୋଗ କ୍ଷେତ୍ରର ସମୀକ୍ଷା, ଅନୁଧ୍ୟାନ ଏବଂ ତତସମ୍ପର୍କୀୟ ବିଷୟରେ ବିଚାର-ବିମର୍ଶ ଲାଗି ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରିବାର ବ୍ୟବସ୍ଥା ରହିଛି । ବୁଝାମଣାପତ୍ରର ଉଦ୍ଦେଶ୍ୟ ବିଶେଷଜ୍ଞ ଏବଂ ସୂଚନା ନେଟୱାର୍କର ଆଦାନପ୍ରଦାନ କରିବା ।
********