ପିଏମଇଣ୍ଡିଆ
କ. ସମ୍ପୃକ୍ତ ଭାରତୀୟ ମନ୍ତ୍ରଣାଳୟ/ବିଭାଗ ଏବଂ ୟୁରୋପୀୟ କମିଶନ ସେବା ମଧ୍ୟରେ ଖାଦ୍ୟ ସୁରକ୍ଷା ଏବଂ କୃଷି ବାଣିଜ୍ୟ ପ୍ରସଙ୍ଗରେ କୃଷି ଏବଂ ସାମୁଦ୍ରିକ କାର୍ଯ୍ୟକାରୀ ଗୋଷ୍ଠୀ, ଏସ୍ପିଏସ୍-ଟିବିଟି କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟରେ ଆଲୋଚନାକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ।
ଖ. ପରୀକ୍ଷା ଏବଂ ତଦାରଖ ସହ ପରୀକ୍ଷାଗାର କାର୍ଯ୍ୟକଳାପ କ୍ଷେତ୍ରରେ ସହଯୋଗ, ଉତ୍ତମ କୃଷି କାର୍ଯ୍ୟଶୈଳୀ, ଅନୁସନ୍ଧାନ ଦକ୍ଷତାର ବିକାଶ ପାଇଁ ମିଳିତ ପ୍ରକଳ୍ପ ଆରମ୍ଭ ।
ଗ. ବାସୁମତୀ ଚାଉଳର ଭୌଗଳିକ ସୂଚନା ପାଇଁ ଭାରତର ଆବେଦନକୁ ୟୁରୋପୀ ସଂଘ ସ୍ୱାଗତ କରିବ ଏବଂ ଭବିଷ୍ୟତରେ ଏପରି ଆବେଦନ ଆସିଲେ ତ୍ୱରିତ ସେ ଦିଗରେ ପଦକ୍ଷେପ ନେବାକୁ ରାଜି ହୋଇଥିଲା ।
ଘ. ପୂର୍ବରୁ ଭାରତ ପକ୍ଷରୁ ହୋଇଥିବା ଅନୁରୋଧ ଅନୁଯାୟୀ ଶୁଳ୍କ ହ୍ରାସ ପାଇଁ ଗାଟ-1994ର ଅନୁଚ୍ଛେଦ 28 ଅନୁଯାୟୀ ବାସୁମତୀ ଚାଉଳର ଅତିରିକ୍ତ ବିହନକୁ ଅନୁମୋଦନ ଲାଗି ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବାରୁ ୟୁରୋପୀୟ ସଂଘର ପ୍ରୟାସକୁ ଭାରତ ସ୍ୱାଗତ କରିଥିଲା ।
**********