Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଡିଓ କନଫରେନ୍ସିଂ ଜରିଆରେ ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣୀ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହାଶୟ, ଶ୍ରୀ ପୁରୁଷୋତ୍ତରୁପାଲା ମହାଶୟ, ଗୁଜରାଟର କୃଷିମନ୍ତ୍ରୀ ଶ୍ରୀ ଆରସୀ ଫାଲଦୁ ମହାଶୟ, ମଞ୍ଚ ଉପରେ ବିରାଜମାନ ଅନ୍ୟ ମହାନୁଭବ, ସାରା ଦେଶ ଏବଂ ବିଶ୍ୱରୁ ଆସିଥିବା ବୈଜ୍ଞାନିକଗଣ ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ ।

ମହାତ୍ମାଙ୍କ ମାଟିରେ, ମହାତ୍ମା ମନ୍ଦିରରେ ଆପଣମାନଙ୍କୁ ବହୁତ-ବହୁତ ଅଭିନନ୍ଦନ ଓ ସ୍ୱାଗତ ।

ମୋତେ ଅବଗତ କରାଯାଇଛି କି ଆଜି ଏହି ବିଶ୍ୱ ଆଳୁ ସମ୍ମିଳନୀକୁ ବିଶ୍ୱର ଅନେକଗୁଡ଼ିଏ ଦେଶରୁ ବହୁ ବୈଜ୍ଞାନିକ ଏହି ସମ୍ମିଳନୀକୁ ଆସିଛନ୍ତି, ହଜାର ହଜାର କୃଷକ ସାଥୀ ଏବଂ ଅନ୍ୟାନ୍ୟ ଅଂଶୀଦାର ମଧ୍ୟ ଏହି ସମାରୋହରେ ସାମିଲ ହୋଇଛନ୍ତି । ଆଗାମୀ ତିନି ଦିନରେ ଆପଣ ସମସ୍ତେ ସମଗ୍ର ବିଶ୍ୱର ଖାଦ୍ୟ ଏବଂ ପୋଷଣର ଚାହିଦା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଚର୍ଚ୍ଚା କରିବେ, କିଛି ନୂତନ ସମାଧାନ ବାହାରିବାକୁ ଯାଉଛି ।

ଏହି ସମ୍ମିଳନୀର  ବିଶେଷତ୍ଵ ଏହା ମଧ୍ୟ ଯେ ଏଠାରେ ଆଳୁ ସମ୍ମିଳନୀ, କୃଷି ପ୍ରଦର୍ଶନୀ ଏବଂ ଆଳୁ କ୍ଷେତ୍ର ଦିବସ, ତିନୋଟି ଯାକ ଏକା ସହିତ ଅନୁଷ୍ଠିତ ହେଉଛି । ମୋତେ ଅବଗତ କରାଯାଇଛି କି ପ୍ରାୟ 6 ହଜାର କୃଷକ କ୍ଷେତ୍ର ଦିବସ ଅବସରରେ ସମସ୍ତେ ଗୁଜରାଟର କୃଷିକ୍ଷେତ୍ରକୁ ଯିବେ । ମୁଁ ବୁଝୁଛି ଯେ ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ପ୍ରଶଂସନୀୟ ପ୍ରୟାସ ।

ସାଥୀଗଣ, ଏହା ମଧ୍ୟ ହେଉଛି ଏକ ଖୁବ ଭଲକଥା କି ଏଥର ଆଳୁ ସମ୍ମିଳନୀ ଦିଲ୍ଲୀରୁ ବାହାରେ ହେଉଛି, ହଜାର ହଜାର ଆଳୁ ଚାଷୀଙ୍କ ମଧ୍ୟରେ ହେଉଛି । ଗୁଜରାଟରେ ଏହି ସମ୍ମିଳନୀ ଆୟୋଜିତ ହେବା ମଧ୍ୟ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ଆଳୁ ଉତ୍ପାଦନ ଦୃଷ୍ଟିରୁ ଏହି ରାଜ୍ୟ ଦେଶରେ ଏକ ନମ୍ବର

ସାଥୀଗଣ,

ଗୁଜରାଟ ବିଗତ 2 ଦଶକ ଧରି ଆଳୁ ଉତ୍ପାଦନ ଏବଂ ଆଳୁ ରପ୍ତାନୀର କେନ୍ଦ୍ର ହୋଇ ବାହାରିଛି । ଗତ 10-11 ବର୍ଷରେ ଯେଉଁଠି ଭାରତର ମୋଟ ଆଳୁ ଉତ୍ପାଦନ ପ୍ରାୟ 20 ପ୍ରତିଶତ ହାରରେ ବଢ଼ିଛି, ସେଠି ଗୁଜରାଟରେ ଏହି ହାର 170 ପ୍ରତିଶତ ବୃଦ୍ଧି ହୋଇଛି ।

ଆଳୁର ପରିମାଣ ଏବଂ ଗୁଣବତ୍ତାରେ ହୋଇଥିବା ଏହି ବୃଦ୍ଧିର କାରଣ ହେଉଛି, ବିଗତ 2 ଦଶକରେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଏବଂ ସିଞ୍ଚନର ଆଧୁନିକ ଏବଂ ପର୍ଯ୍ୟାପ୍ତ ସୁବିଧା ଉନ୍ନତ ନୀତିଗତ ନିଷ୍ପତ୍ତି କାରଣରୁ ଆଜି ଦେଶର ବଡ଼ ବଡ଼ ଆଳୁ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକ ଗୁଜରାଟରେ ରହିଛି ଏବଂ ଅଧିକାଂଶ ଆଳୁ ରପ୍ତାନୀକାରୀ ମଧ୍ୟ ମୂଳତଃ ଗୁଜରାଟର ଅଟନ୍ତି । ଗୁଜରାଟରେ ଶୀତଳଭଣ୍ଡାରର ଏକ ବଡ଼ ଏବଂ ଆଧୁନିକ ନେଟୱାର୍କ ରହିଛି । ସେଥିମଧ୍ୟରୁ ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ସୁବିଧା ଦ୍ୱାରା ସମୃଦ୍ଧ ।

ଏହାବ୍ୟତୀତ ଆଜି ସୁଜଳାମ୍ – ସୁଫଳାମ୍ ଏବଂ ସୌନୀ ଯୋଜନା ମାଧ୍ୟମରେ ଗୁଜରାଟର ସେହି ଅଞ୍ଚଳରେ ମଧ୍ୟ ସିଞ୍ଚନର ସୁବିଧା ପହଞ୍ଚିଛି, ଯେଉଁଗୁଡ଼ିକ କେବେ ମରୁଡ଼ି ଦ୍ୱାରା ପ୍ରଭାବିତ ରହୁଥିଲା

ସର୍ଦ୍ଦାର ସରୋବର ସେତୁ କାରଣରୁ ଗୁଜରାଟର ଏକ ବଡ଼ ଅଂଶ ଜଳସେଚ ସୁବିଧାର ପରିସର ମଧ୍ୟକୁ ଆସିଯାଇଛି । କେନାଲଗୁଡ଼ିକର ଏତେ ବ୍ୟାପକ ନେଟୱର୍କ ବହୁତ କମ୍ ସମୟରେ ପ୍ରସ୍ତୁତ କରିବା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବଡ଼ ଉପଲବ୍ଧ

ଜଳସେଚନରେ ମଧ୍ୟ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନକୌଶଳ ଦ୍ୱାରା କ୍ରମାଗତ ଭାବେ ସଂସ୍କାର ହେବାରେ ଲାଗିଛି, ତାହାକୁ ଗ୍ରହଣ କରାଯାଉଛି । ପ୍ରତି ବୁନ୍ଦା ଅଧିକ ଶସ୍ୟ (ପର୍ ଡ୍ରପ୍ – ମୋର୍ କ୍ରପ୍) ଏହି ମନ୍ତ୍ରର ଭାବରେ କ୍ରମାଗତ ଭାବେ ସୁଧାର ହେବାକୁ ଲାଗିଛି, ତାକୁ ଆପଣା ଯାଉଛି । ତାହା ଉପରେ କାର୍ଯ୍ୟ କରି ଅଣୁ ଜଳସେଚନ ଉପରେ ଦୃଷ୍ଟି ଦିଆଗଲା, ବୁନ୍ଦା ଏବଂ ଫୁଆରା ଜଳସେଚନକୁ ପ୍ରୋତ୍ସାହନ ଦିଆଗଲା ।

ସାଥୀଗଣ,

ଗୁଜରାଟର ଏହି ପ୍ରୟୋଗ ବିଗତ 5 ବର୍ଷରେ ସମଗ୍ର ଦେଶ ପାଇଁ ମଧ୍ୟ କରାଯାଇଛି । ବର୍ଷ 2022 ପର୍ଯ୍ୟନ୍ତ କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ନେଇ ଆମେ କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିଛୁ ଏବଂ ବହୁତ କିଛି ପ୍ରାପ୍ତ କରି ଚାଲିଛୁ । ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଉଛି କୃଷକମାନଙ୍କର ପ୍ରୟାସ ଏବଂ ସରକାରଙ୍କର ନୀତିର ସମନ୍ୱୟର ହିଁ ଏହା ହେଉଛି ପରିଣାମ କି ଅନେକ ଶସ୍ୟ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଉତ୍ପାଦନରେ ଭାରତ ଦୁନିଆର ଶ୍ରେଷ୍ଠ 3ଟି ଦେଶ ମଧ୍ୟରେ ରହିଛି । ଏକଦା ଆମ ସମ୍ମୁଖରେ ଡାଲି ସଙ୍କଟ ଦେଖା ଦେଇଥିଲା, କିନ୍ତୁ ଏହି ସଙ୍କଟ ଉପରେ ମଧ୍ୟ ଦେଶର କୃଷକମାନେ ଦୃଢ଼ ନିଷ୍ପତ୍ତି ନେଲେ ଏବଂ ଦେଶ ବିଜୟ ପ୍ରାପ୍ତ ହୋଇଛି ।

ସାଥୀଗଣ,

ଚାଷକୁ ଲାଭକାରୀ କରିବା ପାଇଁ ସରକାରଙ୍କର ଦୃଷ୍ଟି କ୍ଷେତରୁ ନେଇ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବଣ୍ଟନ କେନ୍ଦ୍ର ପର୍ଯ୍ୟନ୍ତ ଏକ ଆଧୁନିକ ଏବଂ ବ୍ୟାପକ ନେଟୱାର୍କ ପ୍ରସ୍ତୁତ କରାଇବା ପାଇଁ ରହିଛି । ଆଗାମୀ 5 ବର୍ଷ ମଧ୍ୟରେ କେବଳ ସିଞ୍ଚନ ଏବଂ କୃଷିକ୍ଷେତ୍ର ସହିତ ଜଡ଼ିତ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେବଳ ଏତିକି ହିଁ ନୁହେଁ, ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି । ହୁଏତ ଏହି କ୍ଷେତ୍ରକୁ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ ପାଇଁ ଉନ୍ମୁକ୍ତ କରିବାର ନିଷ୍ପତ୍ତି ହେଉ କିମ୍ବା ପିଏମ କିଷାନ ସମ୍ପଦା ଯୋଜନା ମାଧ୍ୟମରେ ମୂଲ୍ୟଯୁକ୍ତ ଏବଂ ମୂଲ୍ୟ ଶୃଙ୍ଖଳା ବିକାଶରେ ସାହାଯ୍ୟ, ପ୍ରତ୍ୟେକ ସ୍ତରରେ ଚେଷ୍ଟା କରାଯାଉଛି । ଏହି ଯୋଜନା ମାଧ୍ୟମରେ ବହୁତ ହିଁ କମ୍ ସମୟରେ ହଜାର ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପ ଦେଶରେ ସଂପୂର୍ଣ୍ଣ କରାଯାଇ ସାରିଛି ।

ସାଥୀଗଣ,

ସରକାରଙ୍କର ପ୍ରୟାସ ହେଉଛି କି କୃଷିକ୍ଷେତ୍ରରେ ହେଉଥିବା ଖର୍ଚ୍ଚ କମ୍ ହେଉ । ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଫଳରେ, କୃଷକମାନଙ୍କୁ ତାଙ୍କର ଅନେକଗୁଡ଼ିଏ ଛୋଟ ଛୋଟ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ ମିଳି ପାରୁଛି । ଏ ପର୍ଯ୍ୟନ୍ତ 8 କୋଟି କୃଷକଙ୍କୁ ଏହାର ଲାଭ ଦିଆ ଯାଇସାରିଛି । ଏ ମାସର ଆରମ୍ଭରେ, ଏକା ସଙ୍ଗରେ 6 କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ, 12 ହଜାର କୋଟି ଟଙ୍କାର ରାଶି ହସ୍ତାନ୍ତର କରି ଏକ ନୂତନ ରେକର୍ଡ ମଧ୍ୟ ସୃଷ୍ଟି କରାଯାଇଛି ।

ସାଥୀଗଣ,

କୃଷକ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଦୂରତ୍ୱ ଏବଂ କୃଷି ଉତ୍ପାଦର ନଷ୍ଟକୁ ହ୍ରାସ କରିବା ହେଉଛି ଆମର ପ୍ରାଥମିକତା । ଏଥିପାଇଁ ପରମ୍ପରାଗତ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି ।

କୃଷକଙ୍କୁ ଋଣର, ଟେକ୍ନୋଲୋଜିର ଏବଂ ବଜାର ପର୍ଯ୍ୟନ୍ତ କାରବାର କରିବା ସହଜ ହେଉ, ଏଥିପାଇଁ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଦିଆଯାଉଛି । ସରକାରଙ୍କର ପ୍ରୟାସ ହେଉଛି କି ଆଗାମୀ 5 ବର୍ଷରେ 10 ହଜାର ନୂତନ ଏଫପିଓ ନିର୍ମାଣ କରାଯାଉ । କେବଳ ଏତିକି ନୁହେଁ ଇ-ନାମ ରୂପରେ ଏକ ଜାତୀୟ କୃଷି ବଜାର କୃଷକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି ।

ସାଥୀଗଣ,

ସରକାରଙ୍କର ଗୁରୁତ୍ୱ କୃଷି ଟେକ୍ନୋଲୋଜି ଆଧାରିତ ଷ୍ଟାର୍ଟଅପ୍ସକୁ ପ୍ରୋତ୍ସାହନ କରିବା ଉପରେ ମଧ୍ୟ ରହିଛି ଫଳରେ ସ୍ମାର୍ଟ ଏବଂ ସଅଳ କୃଷି ପାଇଁ ଆବଶ୍ୟକ କୃଷକଙ୍କର ଡାଟାବେସ୍ ଏବଂ କୃଷି ଆବଶ୍ୟକତାର ଉପଯୋଗ କରାଯାଇପାରିବ । ଏହାଦ୍ୱାରା କୃଷକଙ୍କୁ ପାଣି, ସାର ଏବଂ କୀଟନାଶକ ଗୁଡ଼ିକର ଉପଯୁକ୍ତ ଉପଯୋଗ ପାଇଁ ସାହାଯ୍ୟ ମିଳିବ । ଏହାଦ୍ୱାରା ଖର୍ଚ୍ଚ କମ୍ ହେବ ଏବଂ ବିଶ୍ୱ ବଜାରରେ ଭାରତୀୟ କୃଷକମାନଙ୍କର ଅଧିକ ଭାଗିଦାରୀ ସୁନିଶ୍ଚିତ ହେବ ।

ସାଥୀଗଣ,

ସରକାରଙ୍କର ଏହି ପ୍ରୟାସ ଆହୁରି ସଫଳ ସେତେବେଳେ ହେବ, ଯେତେବେଳେ ଆପଣଙ୍କ ଭଳି ବୈଜ୍ଞାନିକ, ଗବେଷକ ଏହି ଶୀଘ୍ର ନଷ୍ଟ ହେଉଥିବା ପନିପରିବାକୁ ଆହୁରି ଅଧିକ ଦିନ ପାଇଁ ସୁରକ୍ଷିତ ରଖିବା ପାଇଁ ସୁଲଭ ସମାଧାନ ପ୍ରସ୍ତୁତ କରିବେ । ଆଗାମୀ ଦଶକମାନଙ୍କରେ ଆସୁଥିବା ଆହ୍ୱାନଗୁଡ଼ିକୁ ଦେଖି, ଉତ୍ପାଦକତା, ସୁଲଭତା ଏବଂ କୃଷକମାନଙ୍କୁ ଉଚିତ ମୂଲ୍ୟ ମିଳୁ, ଏଭଳି ସମାଧାନ ପ୍ରସ୍ତୁତ କରିବାକୁ ହେବ ।

ଏଥିପାଇଁ ଆମକୁ ଏଭଳି ବିହନ ମଧ୍ୟ ପ୍ରସ୍ତୁତ କରିବାକୁ ହେବ ଯାହା କମ୍ ପାଣି  ଆବଶ୍ୟକ କରୁଥିବ, ଅଧିକ ପୋଷଣଯୁକ୍ତ  ମଧ୍ୟ ହେବ ଏବଂ ସ୍ଥାୟିତ୍ଵ ଏବଂ ଉତ୍ପାଦନକ୍ଷମତା ମଧ୍ୟ ଅଧିକ ହେବ । ଆମର ଏହା ପ୍ରୟାସ ହେବା ଉଚିତ ଯେ ବିହନର ମୂଲ୍ୟ ମଧ୍ୟ କମ୍ ହେଉ ଏବଂ ତାସହିତ ଜଡ଼ିତ ଉତ୍ପାଦନ ମୂଲ୍ୟ ମଧ୍ୟ ଅଧିକ ନ ହେଉ ।

ଏହା ସହିତ କୃଷି କ୍ଷେତ୍ରରେ ଆଧୁନିକ ବାୟୋଟେକ୍ନୋଲୋଜି, ଅର୍ତିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, ଡ୍ରୋନ ଟେକ୍ନୋଲୋଜି, ଏଭଳି ପ୍ରତ୍ୟେକ ନୂଆ ଟେକ୍ନୋଲୋଜିର କିଭଳି ଉନ୍ନତମାନର ଉପଯୋଗ ହୋଇ ପାରିବ, ଏହାକୁ ନେଇ ମଧ୍ୟ ଆପଣମାନଙ୍କର ପରାମର୍ଶ ଏବଂ ସମାଧାନ ଗୁରୁତ୍ୱପୂର୍ଣ୍ଣ ରହିବ ।

ସାଥୀଗଣ,

ଆଳୁର ଉପଯୋଗିତାକୁ ଦେଖି, ଆଳୁର ସହଯୋଗୀ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ନୀତି ଏବଂ ଗବେଷଣା କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାର ସମୟ ଆସିଯାଇଛି । ଏହି ନୀତି ଏବଂ ଏଜେଣ୍ଡାର ମୂଳରେ କ୍ଷୁଧା ଏବଂ ଦାରିଦ୍ର୍ୟତା ସହିତ ଲଢ଼େଇ ଏବଂ ବୈଶିକ ଖାଦ୍ୟ ସୁରକ୍ଷା ହେବା ଆବଶ୍ୟକ ।

ଆପଣମାନେ, ସମସ୍ତେ ସାଥୀ ଏହା କରିବାରେ ସକ୍ଷମ ଅଟନ୍ତି । ଏହା ଆପଣମାନଙ୍କ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇଛି କି ଊନବିଂଶ ଶତାବ୍ଦୀରେ ଆଳୁରେ ରୋଗ କାରଣରୁ ୟୁରୋପ ଏବଂ ଆମେରିକାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଆଉ ଦ୍ୱିତୀୟ ଥର ପାଇଁ ନ ଆସୁ ।

ଏକବିଂଶ ଶତାବ୍ଦୀରେ ମଧ୍ୟ କେହି କ୍ଷୁଧା ଏବଂ କୁପୋଷିତ ଅବା କୁପୋଷଣର ଶିକାର ହୋଇ ନ ରୁହନ୍ତୁ, ଏହାର ମଧ୍ୟ ଏକ ବଡ଼ ଗୁରୁ ଦାୟିତ୍ୱ ଆପଣ ସମସ୍ତଙ୍କ କାନ୍ଧରେ ରହିଛି । ସେ କୃଷକ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, ଅଗ୍ରଣୀ ବା ପ୍ରଗତିଶୀଳ ବ୍ୟବସାୟୀ ହୁଅନ୍ତୁ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କାର୍ଯ୍ୟ କରୁଥାଆନ୍ତୁ, ଏହା ହେଉଛି ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ । ମୋର ବିଶ୍ୱାସ ଅଛି ଯେ, ଆଗାମୀ 3 ଦିନରେ ଆପଣ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ

ପୁଣିଥରେ ଭାରତରେ, ଗୁଜରାଟକୁ ଆସିଥିବାରୁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ମୁଁ କୃଷି ବିଭାଗକୁ ମଧ୍ୟ ଅଭିନନ୍ଦନ ଜଣାଉଛି ସେମାନେ ଦିଲ୍ଲୀ ବାହାରକୁ ଏହି ସମ୍ମିଳନୀକୁ ନେଇ ଯାଇଛନ୍ତି, କେବଳ ଏତିକି ନୁହେଁ, ଦେଶ ଏବଂ ବିଶ୍ୱର ଲୋକଙ୍କୁ ଆପଣମାନଙ୍କ ଚାଷ ଜମି ପର୍ଯ୍ୟନ୍ତ ନେଇ ଯିବେ, କୃଷକମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇବା ଲୋକ ହୁଅନ୍ତୁ, ଏହା ନିଜ ମଧ୍ୟରେ ମାଟି ସହିତ ଜଡ଼ିତ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କେତେ ସଫଳ ହୋଇ ପାରିବ, ମୁଁ ସଂପୂର୍ଣ୍ଣ ଅନୁମାନ କରିପାରୁଛି ମୁଁ ପୁଣିଥରେ ଗୁଜରାଟକୁ ଆପଣମାନଙ୍କୁ ସ୍ୱାଗତ କରି ଆପଣଙ୍କର ରହଣି ମଙ୍ଗଳମୟ ହେଉ ବୋଲି କାମନା କରୁଛି । ଆପଣମାନେ ଗୁଜରାଟର ଅଦ୍ଭୁତ ଅଭ୍ୟର୍ଥନାକୁ ଉପଭୋଗ କରନ୍ତୁ, ଗାନ୍ଧୀଙ୍କ ସହିତ ଜଡ଼ିତ ସ୍ଥାନ ପରିଦର୍ଶନ କରନ୍ତୁ, ଷ୍ଟାଚ୍ୟୁ ଅଫ୍ ୟୁନିଟି (ଏକତାର ପ୍ରତିମୂର୍ତ୍ତି)ର ସ୍ମୃତି ସାଙ୍ଗରେ ନେଇ ଯାଆନ୍ତୁ, ଏହି କାମନା ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି । ଜୟ ବାନଜୟ କିଷାନ ।

ଧନ୍ୟବାଦ!!!

***************