ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍(ଭିଭିପିଏଟି) ମେସିନ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ମୋଟ 19,650 କୋଟି ଟଙ୍କା ଖର୍ଚ୍ଚ କରାଯାଇ 16 ଲକ୍ଷ 15 ହଜାର ଭିଭିଭିପିଏଟି ୟୁନିଟ କ୍ରୟ କରାଯିବ । 2017-18 ଏବଂ 2018-19 ଆର୍ଥିକ ବର୍ଷରେ ବାଙ୍ଗାଲୋରସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଏବଂ ହାଇଦ୍ରାବାଦସ୍ଥିତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡଠାରୁ 3173.47 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିଭିପିଏଟି ୟୁନିଟ କିଣାଯିବ ।
ତେବେ ୟୁନିଟଗୁଡ଼ିକର ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ ଲାଗି ଭାରତ ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ସହିତ ଏକ ମୂଲ୍ୟ ବୁଝାମଣା କମିଟି ଆଲୋଚନା କରିବ ।
ଚଳିତ ଆର୍ଥିକ ବର୍ଷ 2017-18ରେ ଇଭିଏମ(କଂଟ୍ରୋଲ ୟୁନିଟ ଏବଂ ବେଲଟ ୟୁନିଟ) କ୍ରୟ ଏବଂ ଭିଭିପିଏଟି ୟୁନିଟ କିଣିବା ଲାଗି 1600 କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଆବଣ୍ଟନ କରାଯାଇଛି । ଏହାର 40 ପ୍ରତିଶତ ଅର୍ଥ ଇଭିଏମ ନିର୍ମାତାଙ୍କୁ ପ୍ରଦାନ କରାଯିବ ଏବଂ 2018-19 ବର୍ଷରେ ଆବଶ୍ୟକତା ଅନୁଯାୟୀ ବାକି ଅର୍ଥର ବ୍ୟବସ୍ଥା କରାଯିବ ।
ନିର୍ବାଚନ କମିଶନରଙ୍କ ପକ୍ଷରୁ ଦୁଇ ନିର୍ମାତାଙ୍କ ନିର୍ମାଣ କ୍ଷମତା ଆଧାରରେ ୟୁନିଟ କ୍ରୟ ଲାଗି ଅର୍ଡର ଦିଆଯିବ । ଯାହାଦ୍ୱାରା 2018 ସେପ୍ଟେମ୍ବର ସୁଦ୍ଧା ଭିଭିପିଏଟି ୟୁନିଟ କ୍ରିୟ ଲାଗି ସୁବିଧା ହୋଇପାରିବ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆସନ୍ତା 2019 ସାଧାରଣ ନିର୍ବାଚନ ସୁଦ୍ଧା ଭାରତୀୟ ନିର୍ବାଚନ କମିଶନ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ୟୁନିଟ ସ୍ଥାପନ କରିପାରିବେ । ଏହା ଭୋଟ ଗ୍ରହଣରେ ଅତିରିକ୍ତ ସ୍ୱଚ୍ଛତା ଆଣିବା ସହ ଭୋଟରଙ୍କୁ ସେମାନଙ୍କ ଭୋଟଦାନ ନେଇ ସନ୍ତୋଷ ପ୍ରଦାନ କରିବ । ଏହା ଇଭିଏମର ବିଶ୍ୱସନିୟତା ନେଇ ରହିଥିବା ଭୁଲ ଧାରଣା ମଧ୍ୟ ଦୂର କରିପାରିବେ ।