ପିଏମଇଣ୍ଡିଆ
ମହାମହିମ, ପ୍ରଧାନମନ୍ତ୍ରୀ ଡ଼କ୍ଟର ଲୋତେ ଶେରିଙ୍ଗ,
ଭୁଟାନରୁ ଏଠାକୁ ଆସିଥିବା ସମସ୍ତ ବିଶିଷ୍ଟ ଅତିଥିଗଣ,
ବନ୍ଧୁଗଣ,
ଏହି ବର୍ଷ ହେଉଛି ଭାରତ ଏବଂ ଭୁଟାନର ରାଜନୈତିକ ସମ୍ବନ୍ଧର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ । ଏହି ଐତିହାସିକ ଏବଂ ଶୁଭ ବର୍ଷରେ, ପ୍ରଧାନମନ୍ତ୍ରୀ ଡ଼କ୍ଟର ଲୋତେଙ୍କର ଭାରତରେ ହାର୍ଦ୍ଦିକ ସ୍ୱାଗତ କରିବା ହେଉଛି ମୋ ପାଇଁ ଆନନ୍ଦର ବିଷୟ । ଭୁଟାନରେ ଚଳିତ ବର୍ଷ ତୃତୀୟ ସାଧାରଣ ନିର୍ବାଚନ ସଫଳତାର ସହିତ ପରିଚାଳନା ପାଇଁ ଭୁଟାନ ସରକାର ଏବଂ ଭୁଟାନର ଜନତା, ଉଭୟଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଏହି ନିର୍ବାଚନରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଡ଼କ୍ଟର ଲୋତେଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭ କାମନା । ମୋର ବିଶ୍ୱାସ ଯେ ତାଙ୍କ ନେତୃତ୍ୱରେ ଭୁଟାନ ସଫଳତା ଏବଂ ସୁଖ ଶାନ୍ତିର ପଥରେ ପ୍ରଗତି କରି ଚାଲିବ ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ଡ଼କ୍ଟର ଲୋତେ ଭୁଟାନ ପାଇଁ ତାଙ୍କର “Narrowing the Gap” ଦୃଷ୍ଟିଭଙ୍ଗୀ ବିଷୟରେ ମୋତେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି । ମୁଁ ତାଙ୍କର ଦୂରଦୃଷ୍ଟିକୁ ତ ପ୍ରଶଂସା କରୁଛି, ମୁଁ ଏଥିପାଇଁ ବହୁତ ଆନନ୍ଦିତ ଯେ ତାଙ୍କ ଦୃଷ୍ଟିଭଙ୍ଗୀ ମୋର ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ’(ସବକା ସାଥ-ସବକା ବିକାଶ) ଦୃଷ୍ଟିଭଙ୍ଗୀ ସହିତ ମେଳ ଖାଉଛି । ମୁଁ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଆଶ୍ଵସ୍ତ କରିଛି କି ଭୁଟାନର ବିକାଶରେ ଭାରତ ସଦା ସର୍ବଦା ଏକ ଭରସାଯୋଗ୍ୟ ବନ୍ଧୁ ଏବଂ ଭାଗିଦାରୀର ଭୂମିକା ତୁଲାଇବ । ଭୁଟାନର ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ଭାରତ ଚାରି ହଜାର, ପାଞ୍ଚ ଶହ କୋଟି ଟଙ୍କାର ଯୋଗଦାନ ଦେବ । ଏହି ଯୋଗଦାନ ଭୁଟାନର ଆବଶ୍ୟକତା ଏବଂ ପ୍ରାଥମିକତାର ଅନୁରୂପ ହେବ ।
ବନ୍ଧୁଗଣ,
ଭାରତ ଏବଂ ଭୁଟାନର ଦୀର୍ଘ ସହଯୋଗର ଇତିହାସରେ ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହିଛି । ଆଜି ଆମେ ଏହି ମହତ୍ୱପୂର୍ଣ୍ଣ କ୍ଷେତ୍ରର ସମସ୍ତ ସମ୍ବନ୍ଧିତ ପ୍ରକଳ୍ପଗୁଡିକରେ ନିଜର ସହଯୋଗର ସମୀକ୍ଷା କରିଛୁ । ତେବେ ଏହା ଆନନ୍ଦର ବିଷୟ ଯେ, ମାନ୍ଗ – ନେଦଛୁ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି । ଏହି ପ୍ରକଳ୍ପର ଶୁଳ୍କ ନେଇ ସହମତି ପ୍ରକାଶ ପାଇଛି । ଅନ୍ୟ ପ୍ରକଳ୍ପଗୁଡିକର କାର୍ଯ୍ୟ ସନ୍ତୋଷଜନକ ଭାବେ ପ୍ରଗତି କରୁଛି । ଆଉ ଆମେ ଦୁହେଁ ସମସ୍ତ ପ୍ରକଳ୍ପକୁ ଆହୁରି ଅଧିକ ଗତି ଦେବାକୁ ଚାହୁଁଛୁ । ଆମ ସହଯୋଗର ଆଉ ଏକ ନୂତନ ଦିଗ ହେଉଛି ମହାକାଶ ବିଜ୍ଞାନ । ମୁଁ ଆନନ୍ଦିତ ଯେ, ଦକ୍ଷିଣ ଏସୀୟ ଉପଗ୍ରହର ସୁଫଳ ପାଇବା ପାଇଁ ଇସ୍ରୋ ଦ୍ୱାରା ଭୁଟାନରେ ନିର୍ମାଣ କରାଯାଉଥିବା ଗ୍ରାଉଣ୍ଡ ଷ୍ଟେସନ ମଧ୍ୟ ଶୀଘ୍ର ପ୍ରସ୍ତତ ହେବାକୁ ଯାଉଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ଭୁଟାନର ଦୂର ଦୂରାନ୍ତ ଅଞ୍ଚଳରେ ମଧ୍ୟ ପାଣିପାଗର ସୂଚନା,ଟେଲି ମେଡିସିନ ଏବଂ ବିପର୍ଯ୍ୟୟରେ ସହଯୋଗ ଭଳି କାର୍ଯ୍ୟରେ ସହାୟତା ମିଳିବ ।
ବନ୍ଧୁଗଣ,
ଆଜି ପ୍ରଧାନମନ୍ତ୍ରୀ ଡ଼କ୍ଟର ଲୋତେ ମୋତେ ଗୋଟିଏ ଶୁଭଖବର ମଧ୍ୟ ଦେଇଛନ୍ତି । ଭୁଟାନ ସରକାର ହିଁ ଖୁବ ଶୀଘ୍ର ‘ରୂପେ କାର୍ଡ଼’ର ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମହାମହିମ, ଏହି ନିଷ୍ପତ୍ତି ପାଇଁ ଆପଣଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ମୋର ବିଶ୍ୱାସ ଯେ ବର୍ତ୍ତମାନର ସମୟରେ ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସମ୍ବନ୍ଧକୁ ଆହୁରି ଅଧିକ ଶକ୍ତି ମିଳିବ ।
ମହାମହିମ,
ଆପଣ ନିଜର ପ୍ରଥମ ବିଦେଶ ଯାତ୍ରା ପାଇଁ ଭାରତକୁ ବାଛିଲେ । ଆଉ, ଚାରି ବର୍ଷ ପୂର୍ବେ, ପ୍ରଧାନମନ୍ତ୍ରୀ ଭାବେ ମୋର ପ୍ରଥମ ବିଦେଶ ଯାତ୍ରା ଭୁଟାନକୁ ହିଁ ଥିଲା । ଜଣେ ଅନ୍ୟଜଣଙ୍କ ସହିତ ସହଯୋଗକୁ ସୁଦୃଢ କରିବା ପାଇଁ, ବିକାଶ ପଥରେ ପାଦରେ ପାଦ ମିଳାଇ ଆଗକୁ ବଢିବା ପାଇଁ, ଆମର ସହଯୋଗର ପ୍ରତିବଦ୍ଧତାର ଏହା ହେଉଛି ପ୍ରତୀକ । ମୋର ବିଶ୍ୱାସ ଯେ ଆପଣଙ୍କର ଏହି ଭାରତ ଯାତ୍ରା ଆମ ସମ୍ବନ୍ଧକୁ ଏକ ନୂତନ ଗତି ଦେବାରେ ସଫଳ ହେବ । ଏହି ଶବ୍ଦ ସହିତ ମୁଁ ପୁଣି ଥରେ ଭାରତରେ ଆପଣଙ୍କୁ ଆପଣଙ୍କର ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ।
ଧନ୍ୟବାଦ ।
ତାଶି ଦେଲେଗ!
यह वर्ष भारत और भूटान के राजनयिक संबंधों की स्वर्ण जयंती का वर्ष है।
— PMO India (@PMOIndia) December 28, 2018
इस ऐतिहासिक और शुभ वर्ष में, प्रधानमंत्री डॉक्टर लोटे का भारत में हार्दिक स्वागत करना मेरे लिए हर्ष का विषय है: PM @narendramodi
भारत और भूटान के सहयोग के लंबे इतिहास में hydro projects में सहयोग एक अहम हिस्सा रहा है।
— PMO India (@PMOIndia) December 28, 2018
आज हमने इस महत्वपूर्ण sector में सभी संबंधित projects में अपने सहयोग की समीक्षा की: PM @narendramodi
आज प्रधानमंत्री डॉक्टर लोटे ने मुझे एक खुशखबरी भी दी है। भूटान सरकार ने शीघ्र ही RuPay Cards को launch करने का निर्णय लिया है: PM @narendramodi
— PMO India (@PMOIndia) December 28, 2018
हमारे सहयोग में एक नया आयाम अंतरिक्ष विज्ञान का है। मुझे प्रसन्नता है कि South Asian Satellite से लाभ उठाने के लिए ISRO द्वारा भूटान में बनाया जा रहा Ground Station भी शीघ्र तैयार होने वाला है: PM @narendramodi
— PMO India (@PMOIndia) December 28, 2018