ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ: ଭୂପେନ ଦା’ଙ୍କ ସଙ୍ଗୀତ ଏକତା ଓ ପ୍ରେରଣାର ପ୍ରତୀକ
ଭୂପେନ ଦା’ଙ୍କ ଜୀବନ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ପ୍ରତିରୂପ’- ପ୍ରଧାନମନ୍ତ୍ରୀ
ଭୂପେନ ଦା ସର୍ବଦା ଭାରତର ଏକତାକୁ ସ୍ୱର ଦେଇଥିଲେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ: ଭୂପେନ ଦାଙ୍କୁ ଭାରତ ରତ୍ନ, ଉତ୍ତର-ପୂର୍ବ ପ୍ରତି ସମ୍ମାନର ପ୍ରତୀକ
ଜାତୀୟ ଏକତା ପାଇଁ ସାଂସ୍କୃତିକ ସଂଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ନୂତନ ଭାରତ କେବେବି ଏହାର ସୁରକ୍ଷା କିମ୍ବା ମର୍ଯ୍ୟାଦା ସହିତ ସାଲିସ କରିବ ନାହିଁ: ପ୍ରଧାନମନ୍ତ୍ରୀ
ଆସନ୍ତୁ ଆମେ ‘ଭୋକାଲ ଫର ଲୋକାଲ’ ବ୍ରାଣ୍ଡ ଆମ୍ବାସଡର ହେବା, ଆସନ୍ତୁ ଆମେ ଆମର ସ୍ୱଦେଶୀ ଉତ୍ପାଦ ଉପରେ ଗର୍ବ କରିବା: ପ୍ରଧାନମନ୍ତ୍ରୀ
୧୩ ସେପ୍ଟେମ୍ବର ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, କିଛି ଦିନ ପୂର୍ବରୁ ୮ ସେପ୍ଟେମ୍ବରରେ ଭୂପେନ ହଜାରିକାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା । ସେହି ଦିନ ଭୂପେନ ଦାଙ୍କ ସମ୍ମାନରେ ଏକ ଲେଖାରେ ନିଜର ଭାବନା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଭୂପେନ ଦାଙ୍କ ୧୦୦ତମ ଜନ୍ମ ବାର୍ଷିକୀ ସମାରୋହରେ ସାମିଲ ହେବା ତାଙ୍କର ସୌଭାଗ୍ୟ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭୂପେନ ଦା ଙ୍କୁ ସମସ୍ତେ ପ୍ରେମରେ “ଶୁଦ୍ଧ କଣ୍ଠୋ” ବୋଲି ସମ୍ବୋଧିତ କରନ୍ତି । ଏହା ସେହି ଶୁଦ୍ଧ କଣ୍ଠୋଙ୍କ ଶତବାର୍ଷିକୀ ବର୍ଷ ଜିଏ ଭାରତର ଭାବନାକୁ ସ୍ୱର ଦେଇଥିଲେ, ସଙ୍ଗୀତକୁ ସମ୍ବେଦନଶୀଳତା ସହିତ ଯୋଡିଥିଲେ । ତାଙ୍କର ସଙ୍ଗୀତ ମାଧ୍ୟମରେ ଭାରତ ସ୍ୱପ୍ନକୁ ସଂରକ୍ଷଣ କରିଥିଲେ ଏବଂ ମାତା ଗଙ୍ଗାଙ୍କ ମାଧ୍ୟମରେ ଭାରତ ମାତର କରୁଣା ବର୍ଣ୍ଣନା କରିଥିଲେ ।
ଭୂପେନ ଦା ନିଜର ସ୍ୱର ମାଧ୍ୟମରେ ସମଗ୍ର ଭାରତକୁ ଏକତ୍ର କରିଥିବା ଅମର ରଚନା ସୃଷ୍ଟି କରିଥିଲେ ଏବଂ ଅନେକ ପିଢ଼ିର ଭରତୀୟଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଭୂପେନ ଦା ଆଉ ଶାରୀରିକ ଭାବରେ ଆମ ମଧ୍ୟରେ ନାହାଁନ୍ତି, କିନ୍ତୁ ତାଙ୍କର ଗୀତ ଏବଂ ସ୍ୱର ଭାରତର ବିକାଶ ଯାତ୍ରାର ସାକ୍ଷୀ ଏବଂ ଏହାକୁ ଶକ୍ତି ପ୍ରଦାନ କରିଆସୁଛି । ସେ ଦୃଢ଼ୋକ୍ତିର ସହ କହିଥିଲେ ଯେ, ସରକାର ଭୂପେନ ଦାଙ୍କ ଶତବାର୍ଷିକୀ ବର୍ଷକୁ ଗର୍ବର ସହିତ ପାଳନ କରୁଛନ୍ତି । ଭୂପେନ ହଜାରିକାଙ୍କ ଗୀତ, ବାର୍ତ୍ତା ଏବଂ ଜୀବନ ଯାତ୍ରାକୁ ଘରେ ଘରେ ପହଞ୍ଚାଯାଉଛି । ଏହି କାର୍ଯ୍ୟକ୍ରମରେ ଭୂପେନ ହଜାରିକାଙ୍କ ଜୀବନୀ ଉନ୍ମୋଚିତ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ । ଏହି ଅବସରରେ ଡକ୍ଟର ଭୂପେନ ହଜାରିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ ଆଦିବାସୀ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଭୂପେନ ଦା ଙ୍କ ଶତବାର୍ଷିକୀ ଜୟନ୍ତୀରେ ଶୁଭେଚ୍ଛା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଭୂପେନ ହଜାରିକାଙ୍କର ସମଗ୍ର ଜୀବନ ସଙ୍ଗୀତ ସେବା ପାଇଁ ଉତ୍ସର୍ଗ କରିଥିଲେ । ଯେତେବେଳେ ସଙ୍ଗୀତ ଅଭ୍ୟାସର ଏକ ରୂପ ହୋଇଯାଏ, ଏହା ଆତ୍ମାକୁ ସ୍ପର୍ଶ କରେ, ଏବଂ ଯେତେବେଳେ ସଙ୍ଗୀତ ଏକ ସଂକଳ୍ପ ହୋଇଯାଏ, ଏହା ସମାଜର ମାର୍ଗଦର୍ଶନ କରିବାର ଏକ ମାଧ୍ୟମ ହୋଇଯାଏ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହା ହିଁ ଭୂପେନ ଦା ଙ୍କ ସଙ୍ଗୀତକୁ ସ୍ୱତନ୍ତ୍ର କରିଥିଲା । ଭୂପେନ ଦା ଯେଉଁ ଆଦର୍ଶରେ ବଞ୍ଚିଥିଲେ ଏବଂ ଯେଉଁ ଅଭିଜ୍ଞତା ସାଉଁଟିଥିଲେ ତାହା, ତାଙ୍କ ଗୀତରେ ପ୍ରତିଫଳିତ ହୋଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭୂପେନ ଦା ଙ୍କ ସଙ୍ଗୀତରେ ଭାରତ ମାତା ପ୍ରତି ଗଭୀର ପ୍ରେମ “ଏକ ଭାରତ, ଶ୍ରେଷ୍ଠ ଭାରତ” ଚିନ୍ତାଧାରା ପ୍ରତି ତାଙ୍କର ଜୀବନ୍ତ ପ୍ରତିବଦ୍ଧତାରୁ ଉତ୍ପନ୍ନ ହୋଇଥିଲା । ସେ ଉଲ୍ଲେଖ କରିଥିଲେ ଯେ, ଭୂପେନ ଦା ଉତ୍ତର–ପୂର୍ବରେ ଜନ୍ମଗ୍ରହଣ କରିଥିଲେ ଏବଂ ବ୍ରହ୍ମପୁତ୍ରର ପବିତ୍ର ତରଙ୍ଗ ତାଙ୍କୁ ସଙ୍ଗୀତ ଶିଖାଇଥିଲା । ଭୂପେନ ଦା ପରେ ସ୍ନାତକ ପାଇଁ କାଶୀ ଯାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବ୍ରହ୍ମପୁତ୍ରରୁ ଆରମ୍ଭ ହୋଇଥିବା ଭୂପେନ ଦା ଙ୍କ ସଙ୍ଗୀତ ଯାତ୍ରା ଗଙ୍ଗାର ପ୍ରବାହିତ ତାଳ ମାଧ୍ୟମରେ ପ୍ରବୀଣତାରେ ପରିଣତ ହୋଇଥିଲା । ସେ କହିଥିଲେ ଯେ, କାଶୀର ଗତିଶୀଳତା ତାଙ୍କ ଜୀବନକୁ ଏକ ନିରନ୍ତର ପ୍ରବାହ ଦେଇଥିଲା । ଭୂପେନ ଦା ଙ୍କୁ ଜଣେ ଭ୍ରମଣକାରୀ ଭାବରେ ବର୍ଣ୍ଣନା କରି, ଯିଏ ସାରା ଭରତ ଭ୍ରମଣ କରିଥିଲେ ଏବଂ ପିଏଚ୍ଡି ପାଇଁ ଆମେରିକା ମଧ୍ୟ ଯାଇଥିଲେ, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଭୂପେନ ଦା ଜଣେ ସଚ୍ଚା ପୁଅ ଭାବରେ ଆସାମର ମାଟି ସହିତ ଭଗୀର ଭାବରେ ଜଡିତ ଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି କାରଣରୁ ଭୂପେନ ଦା ଭାରତକୁ ଫେରି ସିନେମା ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ୱର ପାଲଟିଥିଲେ । ଭୂପେନ ଦା ସାଧାରଣ ଜୀବନର ଯନ୍ତ୍ରଣାକୁ ସ୍ୱର ଦେଇଥିଲେ ଏବଂ ସେହି ସ୍ୱର ଏବେ ବି ଦେଶକୁ ଅନ୍ଦୋଳିତ କରେ । ଭୂପେନ ଦାଙ୍କ ଗୀତକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଏହାର ଅର୍ଥ ବ୍ୟାଖା କରିଥିଲେ ଯେ, ଯଦି ମଣିଷ ପରସ୍ପରର ସୁଖ–ଦୁଃଖ, ଯନ୍ତ୍ରଣା ଏବଂ କଷ୍ଟ ବିଷୟରେ ଚିନ୍ତା ନ କରିବ – ତେବେ ଏହି ଦୁନିଆରେ କିଏ ପରସ୍ପରର ଯତ୍ନ ନେବ ? ଏହି ଚିନ୍ତାଧାରା କେତେ ଗଭୀର ଭାବରେ ପ୍ରେରଣାଦାୟକ ତାହା ଉପରେ ଚିନ୍ତନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଏହି ଚିନ୍ତାଧାରା ଆଜି ଭାରତକୁ ଗରିବ, ଅବହେଳିତ, ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର ଜୀବନକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବାରେ ମାର୍ଗଦର୍ଶନ କରୁଛି ।
ଭୂପେନ ଦାଙ୍କୁ ଭାରତର ଏକତା ଏବଂ ଅଖଣ୍ଡତାର ଜଣେ ମହାନ ସମର୍ଥକ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ମନେ ପକାଇଥିଲେ ଯେ, ଅନେକ ଦଶନ୍ଧି ପୂର୍ବେ ଯେତେବେଳେ ଉତ୍ତର–ପୂର୍ବାଞ୍ଚଳ ଅବହେଳିତ ଥିଲା ଏବଂ ହିଂସା ଏବଂ ବିଚ୍ଛିନ୍ନତାବାଦରେ ଘେରି ରହିଥିଲା, ଭୂପେନ ଦା ଭାରତର ଏକତାକୁ ସ୍ୱର ଦେଇ ଚାଲିଥିଲେ । ଭୂପେନ ଦା ଏକ ସମୃଦ୍ଧ ଉତ୍ତର–ପୂର୍ବାଞ୍ଚଳର ସ୍ୱପ୍ନ ଦେଖିଥିଲେ ଏବଂ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଗୀତ ଗାଉଥିଲେ । ଆସାମ ପାଇଁ ଭୂପେନ ଦା ଙ୍କ ଗୀତର କିଛି ଧାଡି ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଆମେ ଏହି ଗୀତକୁ ଗାଇଥାଉ, ଆମେ ଆସାମର ବିବିଧତା, ଶକ୍ତି ଏବଂ କ୍ଷମତା ଉପରେ ଗର୍ବ ଅନୁଭବ କରୁ ।
ଭୂପେନ ଦାଙ୍କର ଅରୁଣାଚଳ ପ୍ରଦେଶ ପ୍ରତି ସମାନ ପ୍ରେମ ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ, ଅରୁଣାଚଳ ପ୍ରଦେଶ ବିଷୟରେ ତାଙ୍କର ଗୀତର କିଛି ଧାଡି ଉଦ୍ଧୃତ କରିଥିଲେ । ସେ କହିଥିଲେ ଯେ, ଜଣେ ସଚ୍ଚା ଦେଶପ୍ରେମୀଙ୍କ ହୃଦୟରୁ ଜନ୍ମିତ ସ୍ୱର କେବେ ବ୍ୟର୍ଥ ଯାଏ ନାହିଁ । ସେ ଦୃଢ଼ୋକ୍ତି କରିଥିଲେ ଯେ, ସରକାର ଉତ୍ତର–ପୂର୍ବ ପାଇଁ ଭୂପେନ ଦା ଙ୍କୁ ଭାରତ ରତ୍ନ ପ୍ରଦାନ କରି ସରକାର ଉତ୍ତର–ପୂର୍ବର ଆକାଂକ୍ଷା ଏବଂ ଗର୍ବକୁ ସମ୍ମାନ ଦେଇଛନ୍ତି ଏବଂ ଏହି ଅଞ୍ଚଳକୁ ଏକ ଜାତୀୟ ପ୍ରାଥମିକତା ଦେଦଇଛନ୍ତି । ସେ ସୂଚନା ଦେଇଥିଲେ ଯେ, ଆସାମ ଏବଂ ଅରୁଣାଚଳ ପ୍ରଦେଶକୁ ସଂଯୋଗ କରୁଥିବା ଦେଶର ସବୁଠାରୁ ଲମ୍ବା ସେତୁ ମଧ୍ୟରୁ ଗୋଟିଏ ଭୂପେନ ହଜାରିକା ସେତୁ ନାମରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆସାମ ଏବଂ ସମଗ୍ର ଉତ୍ତର–ପୂର୍ବ ଦୃତ ଗତିରେ ପ୍ରଗତି କରୁଛି, ବିକାଶର ପ୍ରତ୍ୟେକ ଦିଗରେ ନୂତନ ରେକର୍ଡ ସ୍ଥାପନ ହେଉଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସଫଳତାଗୁଡିକ ଭୂପେନ ଦା ଙ୍କ ପ୍ରତି ରାଷ୍ଟ୍ରର ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ସମୃଦ୍ଧ ଇତିହାସ, ଏହାର ପର୍ବ ଏବଂ ଉତ୍ସବ, କଳା ଏବଂ ସଂସ୍କୃତି, ପ୍ରାକୃତି ସୌନ୍ଦର୍ଯ୍ୟ ଏବଂ ଦିବ୍ୟ ଆଭା ବିଷୟରେ ଉଲ୍ଲେଖ କରି କହିଥିଲେ, “ଆସାମ ଏବଂ ଉତ୍ତର–ପୂର୍ବାଞ୍ଚଳ ସର୍ବଦା ଭାରତର ସାଂସ୍କୃତିକ ବିବିଧତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି ।” ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏସବୁ ସହିତ, ଭାରତ ମାତର ସମ୍ମାନ ଏବଂ ସୁରକ୍ଷା ପାଇଁ ଏହି କ୍ଷେତ୍ରର ଲୋକଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ମଧ୍ୟ ଅମୂଲ୍ୟ । ଶ୍ରୀ ମୋଦୀ କହିଥିଲେ ଯେ, ଏହି ଅବଦାନ ବିନା, ଆମେ ଆମର ମହାନ ଭାରତର କଳ୍ପନା କରିପାରିବୁ ନାହିଁ । ସେ ଉତ୍ତର–ପୂର୍ବାଞ୍ଚଳକୁ ଦେଶର ନୂତନ ଆଲୋକ ଏବଂ ସୂର୍ଯ୍ୟୋଦୟର ଭୂମି ଭାବରେ ବର୍ଣ୍ଣନା କରିଥିଲେ । ଏହି ଅଞ୍ଚଳରେ ଦେଶର ପ୍ରଥମ ସୂର୍ଯ୍ୟୋଦୟ ହୁଏ । ପ୍ରଧାନମନ୍ତ୍ରୀ ଭୂପେନ ଦା ଙ୍କ କିଛି ଧାଡି ଉଲ୍ଲେଖ କରି କହିଥିଲେ, ସେ ତାଙ୍କ ଗୀତରେ ଏହି ଭାବନାକୁ ସ୍ୱର ଦେଇଥିଲା । ସେ କହିଥିଲେ ଯେ, ଯେତେବେଳେ ଆମେ ଆସାମର ଇତିହାସର ଉତ୍ତବ ପାଳନ କରୁ, ସେତେବେଳେ ହିଁ ଭାରତର ଇତିହାସ ସମ୍ପୂର୍ଣ୍ଣ ହୁଏ – ଭାରତର ଆନନ୍ଦ ସମ୍ପୂର୍ଣ୍ଣ ହୁଏ ଏବଂ ଆମକୁ ଏହି ଐତିହ୍ୟରେ ଗର୍ବର ସହିତ ଆଗକୁ ବଢ଼ିବାକୁ ପଡିବ ।
ଯେତେବେଳେ ଆମେ ସଂଯୋଗୀକରଣ କଥା କହୁ, ଲୋକମାନେ ପ୍ରାୟତଃ ରେଳ, ସଡକ କିମ୍ବା ବିମାନ ସଂଯୋଗ ବିଷୟରେ ଚିନ୍ତା କରନ୍ତି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଜାତୀୟ ଏକତା ପାଇଁ ସଂଯୋଗୀକରଣର ଅନ୍ୟ ଏକ ରୂପ ସମାନ ଭାବରେ ଜରୁରୀ ତାହା ହେଉଛି, ସାଂସ୍କୃତିକ ସଂଯୋଗୀକରଣ । ସେ ଉଲ୍ଲେଖ କରିଥିଲେ ଯେ, ଗତ ୧୧ ବର୍ଷ ଧରି ଦେଶ ଉତ୍ତର–ପୂର୍ବାଞ୍ଚଳର ବିକାଶ ସହିତ ସାଂସ୍କୃତିକ ସଂଯୋଗୀକରଣକୁ ମଧ୍ୟ ଗୁରୁତ୍ୱ ଦେଇଛି ଏବଂ ଏହା ଏକ ନିରନ୍ତର ଅଭିଯାନ । ଆଜିର କାର୍ଯ୍ୟକ୍ରମ ଏହି ଅଭିଯାନର ଏକ ଝଲକ ପ୍ରତିଫଳିତ କରେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ନିକଟରେ ଜାତୀୟ ସ୍ତରରେ ବୀର ଲଚିତ ବୋରଫୁକନଙ୍କ ୪୦୦ତମ ଜୟନ୍ତୀ ପାଳିତ ହୋଇଛି । ସ୍ୱାଧୀନତା ସଂଗ୍ରାମ ସମୟରେ, ଆସାମ ଏବଂ ଉତ୍ତର–ପୂର୍ବାଞ୍ଚଳର ଅନେକ ସାହସୀ ସଂଗ୍ରାମୀ ଅସାଧାରଣ ବଳିଦାନ ଦେଇଥିଲେ । ସେ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ସମୟରେ, ସରକାର ଉତ୍ତର–ପୂର୍ବାଞ୍ଚଳର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଐତିହ୍ୟ ଏବଂ ଇତିହାସକୁ ପୁର୍ନଜୀବିତ କରିଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ, ଆଜି ସମଗ୍ର ଦେଶ ଆସାମର ଇତିହାସ ଏବଂ ଏହାର ଅବଦାନ ସହିତ ପରିଚିତ ହେଉଛି । ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ ଯେ ସେହି କାର୍ଯ୍ୟକ୍ରମରେ ମଧ୍ୟ ଆସାମର ଶକ୍ତି ଏବଂ ଦକ୍ଷତା ପ୍ରମୁଖ ଭାବରେ ପ୍ରଦର୍ଶିତ ହୋଇଥିଲା ।
ପରିସ୍ଥିତି ଯାହା ହେଉ ନା କାହିଁକି, ଆସାମ ସର୍ବଦା ଜାତିର ଗର୍ବକୁ ସ୍ୱର ଦେଇଆସିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭୂପେନ ଦା ଙ୍କ ଗୀତରେ ଏହି ଭାବନା ପ୍ରତିଫଳିତ ହୁଏ। ସେ ମନେ ପକାଇଥିଲେ ଯେ, ୧୯୬୨ ଯୁଦ୍ଧ ସମୟରେ ଆସାମ ସିଧାସଳଖ ସଂଘର୍ଷର ସାକ୍ଷୀ ହୋଇଥିଲା ଏବଂ ସେହି ସମୟରେ ଭୂପେନ ଦା ତାଙ୍କ ସଙ୍ଗୀତ ମାଧ୍ୟମରେ ଦେଶର ସଂକଳ୍ପକୁ ମଜବୁତ କରିଥିଲେ । ଶ୍ରୀ ମୋଦୀ ସେହି ସମୟରେ ଭୂପେନ ଦା ଙ୍କ ଦ୍ୱାରା ଲିଖିତ ଏକ ଗୀତର କିଛି ପଦ ଉଦ୍ଧୃତ କରିଥିଲେ, ଯାହା ଭାରତର ଲୋକଙ୍କ ମନରେ ନୂତନ ଶକ୍ତିର ସଞ୍ଚାର କରିଥିଲା ।
ଭାରତର ଲୋକମାନଙ୍କର ଦୃଢ଼ ଏବଂ ଅଟଳ ମନୋଭାବ ଏବଂ ସଂକଳ୍ପକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଅପରେସନ ସିନ୍ଦୁର ସମୟରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ ପାକିସ୍ତାନର ଆତଙ୍କବାଦୀ ଉଦ୍ଦେଶ୍ୟ ପ୍ରତି ଏକ ନିର୍ଣ୍ଣାୟକ ଜବାବ ଦେଇଥିଲା ଏବଂ ଦେଶର ଶକ୍ତି ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥିଲା । ଭାରତ ପ୍ରଦର୍ଶନ କରିଛି ଯେ, ଦେଶର କୌଣସି ଶତ୍ରୁ କୌଣସି କୋଣରେ ସୁରକ୍ଷିତ ରହିବ ନାହିଁ ବୋଲି କହି ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ, “ନୂତନ ଭାରତ କୌଣସି ପରିସ୍ଥିତିରେ ଏହାର ସୁରକ୍ଷା କିମ୍ବା ଗର୍ବ ସହିତ ସାଲିସ କରିବ ନାହିଁ ।”
ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ଦିଗରୁ ଆସାମର ସଂସ୍କୃତି ଉଲ୍ଲେଖନୀୟ ଏବଂ ଅସାଧାରଣ । ସେ କହିଥିଲେ, ଆସାମର ସଂସ୍କୃତିକ, ଗରିମା ଏବଂ ଗୌରବ ମଧ୍ୟ ଅପାର ସମ୍ଭାବନାର ସ୍ରୋତ । ସେ ଉଲ୍ଳେଖ କରିଥିଲେ, ଆସାମର ପାରମ୍ପରିକ ପୋଷାକ, ବ୍ୟାଞ୍ଜନ, ପର୍ଯ୍ୟଟନ ଏବଂ ଉତ୍ପାଦ ମଧ୍ୟ ସମୃଦ୍ଧ ଐତିହ୍ୟର ଏକ ଅବସର । ଏସବୁକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱବ୍ୟାପୀ ପରିଚିତି ଦେବାର ଆବଶ୍ୟକତାକୁ ସେ ଗୁରୁତ୍ୱ ଦେଇଥିଲେ । ସେ ଗର୍ବର ସହ ଉଲ୍ଲେଖ କରିଥିଲେ, ସେ ବ୍ୟକ୍ତିଗତ ଭାବେ ଆସାମର ଗାମୁଛାକୁ ବ୍ରାଣ୍ଡିଂ କରିବା ଦିଗରେ ପ୍ରୋତ୍ସାହିତ କରି ଆସୁଛନ୍ତି । ଆସାମର ପ୍ରତ୍ୟେକ ଉତ୍ପାଦକୁ ବିଶ୍ୱର ସବୁ କୋଣରେ ପହଞ୍ଚାଇବା ଉପରେ ସେ ଜୋର୍ ଦେଇଥିଲେ ।
‘ଭୂପେନ ଦା ଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶର ସ୍ୱାର୍ଥ ପାଇଁ’ କହିଥିଲେ ଶ୍ରୀ ମୋଦୀ । ଭୂପେନ ଦାଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ଅବସରରେ ଆମେ ନିଶ୍ଚିତ ଭାବେ ଦେଶ ପାଇଁ ଆତ୍ମନିର୍ଭରତାର ସଂକଳ୍ପ ନେବା ଉଚିତ । ‘ଭୋକାଲ ଫର ଲୋକାଲ’ ଆନ୍ଦୋଳନର ବ୍ରାଣ୍ଡ ଆମ୍ବାସଡର ହେବାକୁ ସେ ଆସାମର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଥିଲେ । ସ୍ୱଦେଶୀ ଉତ୍ପାଦ ପାଇଁ ଗର୍ବର ଭାବନାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ କିଣାବିକା କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ଏହି ଅଭିଯାନକୁ ଆମେ ଯେତେ ତ୍ୱରାନ୍ୱିତ କରିବା, ସେତେ ଶୀଘ୍ର ବିକଶିତ ଭାରତର ସ୍ୱପ୍ନ ସାକାର ହେବ ।
ଭୂପେନ ଦା ୧୩ ବର୍ଷ ବୟସରେ ଏକ ଗୀତ ଲେଖିଥିଲେ ବୋଲି ଉଲ୍ଲେଖ କରି ସେ କହିଥିଲେ, ଏହି ଗୀତରେ ଭୂପେନ ଦା ନିଜକୁ ଅଗ୍ନିର ସ୍ଫୁଲିଙ୍ଗ ଭାବେ ଦେଖିଥିଲେ । ଏବଂ ନୂତନ ଭାରତ ଗଠନର ସଂକଳ୍ପ ନେଇଥିଲେ । ସେ ଏପରି ଏକ ରାଷ୍ଟ୍ରର ସ୍ୱପ୍ନ ଦେଖିଥିଲେ, ଯେଉଁଠି ଉତ୍ପୀଡ଼ିତ ଓ ବଂଚିତ ବର୍ଗର ଲୋକେ ସେମାନଙ୍କ ନ୍ୟାୟୋଚିତ ସ୍ଥାନ ପାଇପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ, ଭୂପେନ ଦା ସେତେବେଳେ ଯେଉଁ ନୂତନ ଭାରତ ଗଠନର ସ୍ୱପ୍ନ ଦେଖିଥିଲେ, ଏବେ ତାହା ରାଷ୍ଟ୍ରର ସାମୂହିକ ସଂକଳ୍ପରେ ପରିଣତ ହୋଇଛି । ଏହି ପ୍ରତିବଦ୍ଧତା ସହ ଯୋଡ଼ି ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେ ଗୁରୁତ୍ୱ ଦେଇ କହିଥିଲେ, ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ପ୍ରତ୍ୟେକ ପ୍ରଚେଷ୍ଟା ଓ ସଂକଳ୍ପର କେନ୍ଦ୍ରରେ ରଖିବାର ଏହାହିଁ ଉଚିତ ସମୟ । ଏହି ଅଭିଯାନ ପାଇଁ ପ୍ରେରଣା ଭୂପେନ ଦାଙ୍କ ଗୀତ ଏବଂ ଜୀବନୀରୁ ମିଳୁଥିବା ସେ କହିଥିଲେ । ଏହି ସଂକଳ୍ପ ଭୂପେନ ହଜାରିକାଙ୍କ ସ୍ୱପ୍ନ ପୂରଣ କରିବ ବୋଲି କହି ସେ ସମ୍ବୋଧନ ଶେଷ କରିଥିଲେ ଏବଂ ପୁଣି ଥରେ ଭୂପେନ ଦାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ଖାଣ୍ଡୁ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଗୁଆହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ବିଶେଷ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଆୟୋଜନ ଡ. ହଜାରିକାଙ୍କ ଜୀବନୀ ଏବଂ ବୀରାସତ ପ୍ରତି ଏକ ସମ୍ମାନ, ଯାହାଙ୍କ ଅବଦାନ ଆସାମର ସଙ୍ଗୀତ, ସାହିତ୍ୟ ଏବଂ ସଂସ୍କୃତିକୁ ଅତୁଳନୀୟ ଭାବରେ ସମୃଦ୍ଧ କରିଛି।
SR
Through his music, Bhupen Da made India's culture resonate worldwide. Addressing a programme on his birth centenary in Guwahati. https://t.co/VAX8tjU0k8
— Narendra Modi (@narendramodi) September 13, 2025
Bhupen Da's music united India and inspired generations. pic.twitter.com/YSPVfJrC3C
— PMO India (@PMOIndia) September 13, 2025
Bhupen Da's life reflected the spirit of 'Ek Bharat, Shreshtha Bharat'. pic.twitter.com/jjFCzGQw7y
— PMO India (@PMOIndia) September 13, 2025
Bhupen Da always gave voice to India's unity. pic.twitter.com/wlyV97gbuR
— PMO India (@PMOIndia) September 13, 2025
Bharat Ratna for Bhupen Da reflects our government's commitment to the North East. pic.twitter.com/aTCdd5JJNZ
— PMO India (@PMOIndia) September 13, 2025
Cultural connectivity is vital for national unity. pic.twitter.com/VuyW1RrX91
— PMO India (@PMOIndia) September 13, 2025
New India will never compromise on its security or dignity. pic.twitter.com/hkye7iyGr2
— PMO India (@PMOIndia) September 13, 2025
Let us be brand ambassadors of Vocal for Local.
— PMO India (@PMOIndia) September 13, 2025
Let us take pride in our Swadeshi products. pic.twitter.com/7SAPflLj5Q
Glad to be part of the birth centenary celebrations of the great Bhupen Hazarika Ji in Guwahati! Here are some glimpses. pic.twitter.com/6h6Ttvi9if
— Narendra Modi (@narendramodi) September 13, 2025
Bhupen Da’s songs continue to be admired across India! pic.twitter.com/j8FEtJx66s
— Narendra Modi (@narendramodi) September 13, 2025
We are working tirelessly to fulfil Bhupen Da’s dreams for the Northeast. As a result, today the entire region is scaling new heights of development. pic.twitter.com/CCWBUVoIQj
— Narendra Modi (@narendramodi) September 13, 2025
গুৱাহাটীত মহান ব্যক্তিত্ত্ব ভূপেন হাজৰিকাদেৱৰ জন্ম শতবাৰ্ষিকী উদযাপন অনুষ্ঠানত অংশগ্ৰহণ কৰিবলৈ পাই আনন্দিত হৈছো! ইয়াত অনুষ্ঠানৰ কিছু আভাস দিয়া হ’ল। pic.twitter.com/MchCpPmLkr
— Narendra Modi (@narendramodi) September 13, 2025
ভূপেনদাৰ গীতসমূহে সমগ্ৰ ভাৰতত সমাদৰ লাভ কৰি আহিছে! pic.twitter.com/WpXkH4W2c9
— Narendra Modi (@narendramodi) September 13, 2025
ভূপেনদাৰ গীতসমূহে সমগ্ৰ ভাৰতত সমাদৰ লাভ কৰি আহিছে! pic.twitter.com/WpXkH4W2c9
— Narendra Modi (@narendramodi) September 13, 2025