Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୂବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗିତା ସକାଶେ ଭାରତ, ଆମେରିକା ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ଭୂବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ସହଯୋଗିତା ସକାଶେ ସ୍ୱାକ୍ଷରିତ ବୁଝାମଣାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ର 2018 ମସିହା ନଭେମ୍ବର 1 ତାରିଖ ଦିନ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ପତ୍ର କାର୍ଯ୍ୟକାରୀ ହେଲେ ଭୂବିଜ୍ଞାନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ପରସ୍ପରଙ୍କୁ ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ସର୍ବାଧୁନିକ ସୂଚନା ଏବଂ ପ୍ରଯୁକ୍ତି ଯୋଗାଇଦେବେ ।

ଉଭୟ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ବଳରେ ନିଜ ନିଜର  ପାରଦର୍ଶିତା ଆଦାନ ପ୍ରଦାନ କରାଯାଇପାରିବ । ସେହିଭଳି ଉଭୟ ରାଷ୍ଟ୍ର ସର୍ବାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବଳରେ ନିଜ ନିଜର ଭୂବିଜ୍ଞାନ ଗବେଷଣା ଏବଂ ଅନୁସନ୍ଧାନ କାର୍ଯ୍ୟ ସଂପାଦନ କରିପାରିବେ । ଯେଉଁସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ସହଯୋଗ ସ୍ଥାପନ କରାଯିବ ସେଥି ମଧ୍ୟରେ ପାରିବେଶିକ ବ୍ୟବସ୍ଥା, ଜଳବାୟୁ ବିବିଧତା ଓ ଭୂ-ଉପଯୋଗ ପରିବର୍ତ୍ତ, ଶକ୍ତି, ଖଣିଜ ପଦାର୍ଥ, ପର୍ଯ୍ୟାବରଣ ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ, ଆପଦ ଏବଂ ଏହାର ମୁକାବିଲା ଆକଳନ, ଜଳ ସଂପଦ ଏବଂ ଇନଫର୍ମାଟିକ୍ସ ଓ ଡ଼ାଟା ସମନ୍ୱୟ ।  ବୁଝାମଣା ପତ୍ର ଅନୁସାରେ ବିଭିନ୍ନ ମୋଡ଼ରେ ଯଥା ପ୍ରଯୁକ୍ତିଗତ ସୂଚନା ଆଦାନପ୍ରଦାନ, ପରିଦର୍ଶନ, ତାଲିମ ଓ ଗବେଷଣା ସହଯୋଗ ମାଧ୍ୟମରେ ଏହି ପାରସ୍ପରିକ ସହଯୋଗ କାର୍ଯ୍ୟକାରୀ କରାଯିବ ।

 

***************