Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୂ-ବିଜ୍ଞାନ, ଖନନ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ଭାରତ-ଜିମ୍ବାୱେ ସହଯୋଗ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭୂ-ବିଜ୍ଞାନ, ଖନନ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜିମ୍ବାୱେ ମଧ୍ୟରେ ବୁଝାମଣାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ର ଜିମ୍ବାୱେ ରାଜଧାନୀ ହାରାରେଠାରେ 2018 ମସିହା ନଭେମ୍ବର 3 ତାରିଖ ଦିନ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁସାରେ ଉଭୟ ଦେଶରେ ଥିବା ପ୍ରାକୃତିକ ସମ୍ପଦ, ଏହାର ଖନନ ଏବଂ ଅନୁସନ୍ଧାନ କାର୍ଯ୍ୟରେ ଦୁଇଦେଶର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ଅନୁଭୂତି ହସ୍ତାନ୍ତରଣ ହେବ । ଏଥିପାଇଁ ଉଭୟ ପକ୍ଷ ଆଲୋଚନାଠାରୁ ଆରମ୍ଭ କରି ପ୍ରଯୁକ୍ତି ହସ୍ତାନ୍ତରଣ ପର୍ଯ୍ୟନ୍ତ ସହଯୋଗ କରିବେ । ଏହାଦ୍ୱାରା ଦୁଇଦେଶରେ ଖଣିଜ ସମ୍ପଦର ଉପଯୁକ୍ତ ଉତ୍ତୋଳନ ଏବଂ ଅନୁସନ୍ଧାନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।