ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଧ୍ୟପ୍ରଦେଶର ଭୋପାଳ ବଦଳରେ ସିହୋର ଜିଲ୍ଲାରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନ (NIMHR) ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । କ୍ୟାବିନେଟ ଏଥିପାଇଁ 16 ମେ, 2018ରେ ନିଆଯାଇଥିବା ନିଜ ନିଷ୍ପତ୍ତିରେ ଆଂଶିକ ସଂଶୋଧନ କରିଛନ୍ତି । ପୂର୍ବରୁ ଏହି ସଂସ୍ଥାନ ଭୋପାଳରେ ଖୋଲାଯିବା ଲାଗି ନିଷ୍ପତ୍ତି ହୋଇଥିଲା ।
ଲାଭ :
ସିହୋରରେ ହେବାକୁ ଥିବା ଏନଆଇଏମଏଚଆର ଦେଶରେ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ କ୍ଷେତ୍ରରେ ଏହି ଧରଣର ପ୍ରଥମ ସଂସ୍ଥାନ ହେବ । ଏହା ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ କ୍ଷେତ୍ରରେ ମାନବ ସମ୍ବଳ ଏବଂ ଗବେଷଣା ଲାଗି ଉତ୍କର୍ଷ ଏବଂ ସାମର୍ଥ୍ୟ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଏବଂ ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ପ୍ରଭାବୀ ପୁନର୍ବାସ ଲାଗି ଉନ୍ନତ ମଡେଲର ପରାମର୍ଶ ଦେବ ।
***