Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୋପାଳ ବିମାନବନ୍ଦରରେ ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣର 106.76 ଏକର ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭୋପାଳର ଗାନ୍ଧୀନଗରସ୍ଥିତ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର 106.76 ଏକର ଜମି ଯାହା ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ରହିଚିବ ତାହାକୁ ହସ୍ତାନ୍ତର କରିବା ଲାଗି ଏଏଆଇର ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ଜମି ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ପୂର୍ବରୁ ପ୍ରଦାନ କରାଯାଇଥିବା 96.56 ଏକର ଜମି ବଦଳରେ ହସ୍ତାନ୍ତର କରାଯିବ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ଅବଶିଷ୍ଟ ପାଖାପାଖି 10.20 ଏକର ଜମି ଏଏଆଇକୁ ହସ୍ତାନ୍ତର କରାଯିବ ।  

ଲାଭ:

ଏଏଆଇର ଦଖଲରେ ଥିବା 106.76 ଏକର ଜମି ବଦଳରେ ମଧ୍ୟପ୍ରଦେଶ ସରକାର ପାଖାପାଖି 96.56 ଏକର ଜମି ଦେବା ଲାଗି ସହମତି ବ୍ୟକ୍ତ କରିଛନ୍ତି । ଏହି ଜମି ଭୋପାଳ ବିମାନ ବନ୍ଦରର ବର୍ତ୍ତମାନର ଜମିକୁ ଲାଗିରହିଛି । ଏହାର ଉପଯୋଗ ବିମାନ ଚଳାଚଳ ଲାଗି ଏଏଆଇ ଦ୍ଵାରା କରାଯାଇପାରିବ । ଏହାଦ୍ଵାରା ଏଏଆଇର 106.76 ଏକର ଜମିକୁ ମୁକ୍ତ କରିବାରେ ସହାୟତା ମିଳିପାରିବ ଯାହାର ବ୍ୟବହାର ମଧ୍ୟପ୍ରଦେଶ ରାଜ୍ୟ ସରକାର ବିଭିନ୍ନ ଉଦ୍ଦେଶ୍ୟ ଲାଗି କରୁଛନ୍ତି । ଏଠାରେ ସରକାରୀ କାର୍ଯ୍ୟାଳୟ, ଜନ ସୁବିଧା ସେବା ଏବଂ ବିସ୍ଥାପିତ ସିନ୍ଧି ପରିବାରଙ୍କ ଥଇଥାନ ପାଇଁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଜମି ବଦଳରେ ରାଜ୍ୟ ସରକାର ବିମାନ ଚଳାଚଳ ପ୍ରୟୋଜନ ଲାଗି ଭୋପାଳ ବିମାନ ବନ୍ଦରକୁ ଲାଗି ରହିଥିବା 96.56 ଏକର ଜମି ଏଏଆଇକୁ ଉପଲବ୍ଧ କରାଇବା ପାଇଁ ସହମତ ହୋଇଛନ୍ତି । ଏହାପରେ ଏହି ଜମି ବଦଳରେ ରାଜ୍ୟ ସରକାରଙ୍କ ଦ୍ଵାରା ଉପଲବ୍ଧ କରାଯାଇଥିବା ଜମିର ଯୁକ୍ତିଯୁକ୍ତ ଉପଯୋଗ ଏଏଆଇ ଦ୍ଵାରା ବିମାନ ଚଳାଚଳ ଗତିବିଧି ଲାଗି କରାଯାଇପାରିବ, ଯାହାର ଫଳ ସ୍ୱରୂପ ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ମିଳିପାରିବ ।