ପିଏମଇଣ୍ଡିଆ
ଭୋପାଳ ମେମୋରିଆଲ ହସପିଟାଲ ଏଣ୍ଡ ରିସର୍ଚ୍ଚ ସେଂଟର, ଭୋପାଳର ଜେନେରାଲ ଡ୍ୟୁଟି ମେଡ଼ିକାଲ ଅଫିସର, ସ୍ପେଶାଲ ଗ୍ରେଡ ଡାକ୍ତର ଏବଂ ମେଡ଼ିକାଲ ଅଧ୍ୟାପକମାନଙ୍କ ଅବସର ବୟସକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବାର ଡାକ୍ତର ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟ ଡାକ୍ତରଖାନା / ସଂସ୍ଥାନରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ଭଳି ବୃଦ୍ଧି କରାଯିବ । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଶିକ୍ଷକ, ଅଣଶିକ୍ଷକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ସେବାର ସରକାରୀ ସ୍ୱାସ୍ଥ୍ୟ ସବକ୍ୟାଡର ସହିତ ଜେନେରାଲ ଡ୍ୟୁଟି ମେଡ଼ିକାଲ ଅଫିସର ଏବଂ ବିଶେଷଜ୍ଞମାନଙ୍କ ଅବସର ବୟସକୁ ଜାନୁଆରୀ 2018ରେ ଜାରି ଅଧିସୂଚନା ଅନୁରୂପ ବୟସ ବଢ଼ାଇ 65 ବର୍ଷ କରିଦିଆଯାଇଛି ।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିଏମଏଚଆରସିରେ ମେଡିକାଲ ଅଧ୍ୟାପକ ଏବଂ ବିଶେଷଜ୍ଞ ଡାକ୍ତରମାନଙ୍କ ଅଭାବକୁ ଦୂର କରିବାରେ ସହାୟତା ମିଳିବ । ଏଥିସହିତ ଏଥିରେ ଭୋପାଳ ଗ୍ୟାସ ଦୁର୍ଘଟଣାରେ ପୀଡ଼ିତ ଏବଂ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପାଇଁ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହୋଇପାରିବ ।
**********