ପିଏମଇଣ୍ଡିଆ

ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଆହ୍ଲାଦିନୀ ଶକ୍ତି ଶ୍ରୀରାଧାଙ୍କ ଜନ୍ମର ସାକ୍ଷୀ ପବିତ୍ର ବ୍ରଜଭୂମିର ପବିତ୍ର ମାଟିକୁ ପ୍ରଣାମ କରୁଛି । ଏଠାକୁ ଆସିଥିବା ସମସ୍ତ ବ୍ରଜବାସୀଙ୍କୁ ମୋର ରାଧେ ରାଧେ ।
ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ କୃଷକ ଭାଇ – ଭଉଣୀ, ପଶୁପାଳକ ଭାଇ-ଭଉଣୀ ଆପଣ ସମସ୍ତଙ୍କୁ ପୁଣି ଥରେ ରାଧେ ରାଧେ ।
ନୂଆ ଜନାଦେଶ ପରେ କାହ୍ନାଙ୍କ ନଗରୀକୁ ପ୍ରଥମ ଥର ଆସିବାର ସୌଭାଗ୍ୟ ମିଳିଛି । ମଥୁରା ଓ ସଂପୂର୍ଣ୍ଣ ଉତ୍ତର ପ୍ରଦେଶରୁ ଆଶୀର୍ବାଦ ପୁଣି ଥରେ ମୋତେ ଓ ମୋର ସମସ୍ତ ସାଥୀଙ୍କୁ ମିଳିଛି । ଏଥିପାଇଁ, ଆପଣଙ୍କ ସହଯୋଗ ପାଇଁ, ଦେଶ ହିତରେ ନିର୍ଣ୍ଣୟ କରିବା ପାଇଁ ମୁଁ ଆପଣଙ୍କ ସମ୍ମୁଖରେ ଆଜି ଏହି ବ୍ରଜ ଭୂମିରେ ମୁଣ୍ଡ ନୁଆଁଉଛି, ଆପଣଙ୍କୁ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ଆଦେଶ ମୁତାବକ ବିଗତ ଶହେ ଦିନରେ ଆମେମାନେ ଅଭୂତପୂର୍ବ କାମ କରି ଦେଖାଇଛୁ । ମୋର ବିଶ୍ୱାସ ଦେଶର ବିକାଶ ପାଇଁ ଆପଣଙ୍କ ସମର୍ଥନ ଓ ସହଯୋଗ ନିରନ୍ତର ମିଳିବ ।
ବନ୍ଧୁଗଣ, ବ୍ରଜଭୂମି ସବୁବେଳେ ସାରା ଦେଶକୁ, ବିଶ୍ୱକୁ, ମାନବତାକୁ, ଜୀବନକୁ ପ୍ରେରିତ କରିଛି । ଆଜି ସାରା ବିଶ୍ୱ ପରିବେଶ ସଂରକ୍ଷଣ ପାଇଁ ଗଛଲତାକୁ ବଞ୍ଚାଇବା ପାଇଁ ସାରା ଦୁନିଆରେ ରୋଲ୍ ମଡେଲ ଖୋଜୁଛି, ହେଲେ ଭାରତ ପାଖରେ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ପ୍ରେରଣା ସ୍ରୋତ ସବୁବେଳେ ରହିଛି ଯାହାର କଳ୍ପନା ପରିବେଶ ପ୍ରେମ ବିନା ଅଧୁରା ।
ଆପଣ ଟିକେ ଭାବନ୍ତୁ, କାଳିନ୍ଦୀ, ଯାହାକୁ ଆମେ ଯମୁନା ବୋଲି କହୁଛୁ, ବୈଜୟନ୍ତୀ ମାଳା, ମୟୂର ଚନ୍ଦ୍ରିକା, ବାଉଁଶର ବଇଁଶୀ, କଦମ୍ବର ଛାଇ ଓ ସବୁଜ ଘାସ ଚରୁଥିବା ତାଙ୍କ ଧେନୁ, କ’ଣ ଏହା ବିନା ଶ୍ରୀକୃଷ୍ଣଙ୍କ ଚିତ୍ର ସଂପୂର୍ଣ୍ଣ ହୋଇପାରିବ । ହୋଇପାରିବ କି ? କଣ ଦୁଧ, ଦହି, ଲହୁଣୀ ବିନା ବାଳଗୋପାଳଙ୍କ କଳ୍ପନା କେହି କରିପାରିବ ? କରିପାରିବ କି ?
ବନ୍ଧୁଗଣ ପ୍ରକୃତି, ପରିବେଶ ଓ ପଶୁଧନ ବିନା ଆମ ଆରାଧ୍ୟ ଯେତିକି ଅଧୁରା ଦେଖାଯିବେ ସେତିକି ଅଧୁରାପଣ ଭାରତରେ ବି ଦେଖାଯିବ ।
ପରିବେଶ ଓ ପଶୁଧନ ସବୁବେଳେ ଭାରତର ଆର୍ଥିକ ଚିନ୍ତନର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରହି ଆସିଛି । ଏଥିପାଇଁ ସ୍ୱଚ୍ଛ ଭାରତ ହେଉ କି ଜଳଜୀବନ ମିଶନ ହେଉ କିମ୍ବା କୃଷି ଓ ପଶୁପାଳନକୁ ପ୍ରୋତ୍ସାହନ, ପ୍ରକୃତି ଓ ଆର୍ଥିକ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖି ସଶକ୍ତ ଓ ନୂଆ ଭାରତ ନିର୍ମାଣ ଦିଗରେ ଆଗକୁ ବଢୁଛି ।
ଭାଇ ଓ ଭଉଣୀମାନେ ଏହି ଚିନ୍ତନକୁ ଆଗକୁ ବଢ଼ାଇବାକୁ ଯାଇ ଆଜି ଆମେ ଏଠାରେ ଅନେକ ବଡ଼ ସଂକଳ୍ପ ନେଇଛୁ । ଆଉ ମୁଁ ଭାବୁଛି ଦେଶର କୋଟି କୋଟି ପଶୁଙ୍କ ପାଇଁ, ପରିବେଶ ପାଇଁ, ପର୍ଯ୍ୟଟନ ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବ୍ରଜଭୂମିଠାରୁ ଭଲ ସ୍ଥାନ ଭାରତରେ ଆଉ ନଥିବ ।
କିଛି ସମୟ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଛି । National Animal Disease କଣ୍ଟ୍ରୋଲ ପ୍ରୋଗ୍ରାମ ମଧ୍ୟ ଲଞ୍ଚ ହୋଇଛି । ପଶୁମାନଙ୍କ ସ୍ୱାସ୍ଥ୍ୟ, ସମ୍ବର୍ଦ୍ଧନ, ପୋଷଣ ଓ ଡାଏରୀ ଉଦ୍ୟୋଗ ସହ ଜଡ଼ିତ କିଛି ଅନ୍ୟ ଯୋଜନା ମଧ୍ୟ ଆରମ୍ଭ ହୋଇଛି ।
ଏହା ବ୍ୟତୀତ, ମଥୁରାର ଭିତ୍ତିଭୂମି ଓ ପର୍ଯ୍ୟଟନ ସହ ଜଡ଼ିତ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ ଆଜି ହୋଇଛି । ଏସବୁ ଯୋଜନା, ପରିଯୋଜନା ପାଇଁ ଆପଣଙ୍କୁ ଅନେକ ଶୁଭକାମନା ଓ ବହୁତ ଅଭିନନ୍ଦନ । ଆଉ ମୋ ପାଇଁ ପ୍ରସନ୍ନତାର ବିଷୟ ହେଲା କି ଆଜି ଭାରତର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ ସେସବୁ କ୍ଷେତ୍ରର ହଜାର ହଜାର କୃଷକ ଗୋଟିଏ ଗୋଟିଏ କେନ୍ଦ୍ରରେ ଏକାଠି ହୋଇ ଏହି ଦୃଶ୍ୟ ଦେଖୁଛନ୍ତି । କୋଟି କୋଟି କୃଷକ ଓ ପଶୁପାଳକ ଆଜି ବ୍ରଜଭୂମି ସହିତ ଟେକ୍ନୋଲୋଜି ମାଧ୍ୟମରେ ସିଧାସଳଖ ଯୋଡ଼ି ହୋଇଛନ୍ତି । ସେମାନଙ୍କୁ ମଧ୍ୟ ପ୍ରଣାମ କରୁଛି । ସେମାନଙ୍କୁ ମଧ୍ୟ ଶୁଭକାମନା ଜଣାଉଛି ।
ବନ୍ଧୁଗଣ, ଆଉ କିଛି ଦିନ ପରେ ଆମ ଦେଶ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ ପାଳନ କରିବ । ମହାତ୍ମା ଗାନ୍ଧିଙ୍କର ପ୍ରକୃତି ପ୍ରତି, ସ୍ୱଚ୍ଛତା ପ୍ରତି ଥିବା ଆଗ୍ରହରୁ ଶିଖି ନିଜ ଜୀବନରେ ପ୍ରୟୋଗ କରିବା ସମସ୍ତ ଭାରତୀୟଙ୍କ ଦାୟିତ୍ୱ । ଆଉ ତାଙ୍କୁ ଏହା ହିଁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେବ । ମହାତ୍ମା ଗାନ୍ଧି 150, ଏହା ଏହି ପ୍ରେରଣାର ବର୍ଷ, ସ୍ୱଚ୍ଛତା ହିଁ ସେବା ପଛରେ ଏହି ଭାବନା ଜଡ଼ିତ ହୋଇ ରହିଛି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଅଭିଯାନକୁ ଏଥର ବିଶେଷ ଭାବରେ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇଁ ସମର୍ପିତ କରାଯାଇଛି । ଭାଇ ଓ ଭଉଣୀମାନେ ପ୍ଲାଷ୍ଟିକରୁ ହେଉଥିବା ସମସ୍ୟା ସମୟ ସହିତ ଗମ୍ଭୀର ହେବାରେ ଲାଗିଛି । ଆପଣ ବ୍ରଜବାସୀମାନେ ଭଲ ଭାବରେ ଜାଣିଥିବେ କେମିତି ପ୍ଲାଷ୍ଟିକ ପଶୁମାନଙ୍କ ମୃତ୍ୟୁର କାରଣ ପାଲଟୁଛି । ସେହିଭଳି ନଦୀ, ହ୍ରଦ, ପୋଖରୀରୁ ରହୁଥିବା ପ୍ରାଣୀ ସେଠାକାର ମାଛ ପ୍ଲାଷ୍ଟିକ ଖାଇବା ପରେ ବଞ୍ଚିବା କଷ୍ଟକର । ସେଥିପାଇଁ ଏବେ ଆମକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମାନେ ଏଭଳି ପ୍ଲାଷ୍ଟିକ ଯାହାକୁ ଥରେ ବ୍ୟବହାର କରି ଆମେ ଫିଙ୍ଗି ଦେଉ ସେଥିରୁ ମୁକ୍ତି ପାଇବାକୁ ହିଁ ହେବ । ଆମକୁ ଚେଷ୍ଟା କରିବାକୁ ହେବ ଯେ ଏ ବର୍ଷ ଅକ୍ଟୋବର 2 ସୁଦ୍ଧା ନିଜ ଘର, ଅଫିସ ଓ ନିଜ କାର୍ଯ୍ୟକ୍ଷେତ୍ରକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ କରିବା ।
ମୁଁ ସାରା ଦେଶରେ, ଗାଁ–ଗାଁରେ କାମ କରୁଥିବା ପ୍ରତି ସେଲ୍ଫ ହେଲ୍ପ ଗ୍ରୁପ, ସିଭିଲ୍ ସୋସାଇଟି, ସାମାଜିକ ସଙ୍ଗଠନ, ଯୁବ ମଣ୍ଡଳ, ମହିଳା ମଣ୍ଡଳ, କ୍ଲବ, ସ୍କୁଲ କଲେଜ, ସରକାରୀ ଓ ଘରୋଇ ସଂସ୍ଥାନ, ପ୍ରତି ବ୍ୟକ୍ତି ପ୍ରତି ସଙ୍ଗଠନକୁ ଏହି ଅଭିଯାନରେ ଯୋଗ ଦେବା ପାଇଁ ହୃଦୟପୂର୍ବକ ବହୁତ ବହୁତ ନିବେଦନ କରୁଛି । ଆପଣଙ୍କ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଏହା କରିବାକୁ ହିଁ ହେବ । ଆପଣ ପ୍ଲାଷ୍ଟିକର ଯେଉଁ ଆବର୍ଜନା ଏକାଠି କରିବେ ତାକୁ ଉଠାଇବାର ବ୍ୟବସ୍ଥା ପ୍ରଶାସନ କରିବ ଓ ଏହାକୁ ରିସାଇକେଲ କରାଯିବ । ଯେଉଁ ଆବର୍ଜନା ରିସାଇକେଲ ହୋଇପାରିବ ନାହିଁ ସେଗୁଡିକୁ ସିମେଣ୍ଟ ଫ୍ୟାକ୍ଟ୍ରିକୁ କିମ୍ବା ରାସ୍ତା ତିଆରି କାମରେ ଲଗାଯିବ ।
ଭାଇ ଓ ଭଉଣୀମାନେ କିଛି ସମୟ ପୂର୍ବରୁ ମୁଁ ଏପରି କିଛି ମହିଳାଙ୍କୁ ଭେଟିବାର ସୁଯୋଗ ପାଇଥିଲି । ଯେଉଁମାନେ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକକୁ ଅଲଗା ଅଲଗା କରନ୍ତି । ଏହି ପ୍ଲାଷ୍ଟିକର ଅଧିକାଂଶ ଭାଗ ରିସାଇକେଲ କରି ଦିଆଯାଏ । ଏଥିରୁ ଏହି ମହିଳାମାନଙ୍କୁ ରୋଜଗାର ମଧ୍ୟ ମିଳୁଛି । ମୁଁ ଭାବୁଛି ଏପରି କାମ ଗାଁ ଗାଁରେ ହେବାର ଆବଶ୍ୟକତା ରହିଛି । waste to wealth ଅର୍ଥାତ ଆବର୍ଜନାରୁ କାଞ୍ଚନର ଏହି ଚିନ୍ତାଧାରା ଆମ ପରିବେଶକୁ ରକ୍ଷା କରିବ । ଆମ ଆଖପାଖର ବାତାବରଣକୁ ସ୍ୱଚ୍ଛ କରିବ ।
ବନ୍ଧୁଗଣ ସ୍ୱଚ୍ଛତା ହିଁ ସେବା ଅଭିଯାନ ସହିତ କିଛି ପରିବର୍ତ୍ତନ ଆମକୁ ନିଜ ଅଭ୍ୟାସରେ ମଧ୍ୟ କରିବାକୁ ହେବ । ମୁଁ ଆପଣମାନଙ୍କୁ ଲାଲକିଲ୍ଲାରୁ ଏ ସମ୍ପର୍କରେ କହିସାରିଛି । ଆଜି ପୁଣି ସେହି ବିଷୟ ଉଠାଉଛି । ଆମକୁ ନିଷ୍ପତ୍ତି ନେବାକୁ ହେବ ଯେ, ଯେତେବେଳେ ଦୋକାନ, ବଜାର, ପରିବା ଆଣିବା ପାଇଁ, କିଛି ବି କିଣିବା ପାଇଁ ଯିବା ସାଙ୍ଗରେ ନିଜ ଥଳି, ବ୍ୟାଗ ନିଶ୍ଚୟ ନେଇ ଯିବା । କପଡ଼ାର ହେଉ କି ଝୋଟର ହେଉ ନିଶ୍ଚୟ ନେଇ କରିଯିବା । ପ୍ୟାକିଙ୍ଗ କଲା ବେଳେ ଦୋକାନୀ ଯେପରି ଖୁବ କମ୍ ପ୍ଲାଷ୍ଟିକ ବ୍ୟବହାର କରିବ ଏହା ଆମକୁ ସୁନିଶ୍ଚିତ କରିବାକୁ ହେବ । ମୁଁ ତ ସରକାରୀ ଅଫିସ, ସରକାରୀ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ବୋତଲ ବଦଳରେ ମେଟାଲ, ମାଟି ପାତ୍ର ବ୍ୟବସ୍ଥା କରିବା ପକ୍ଷରେ ଅଛି ।
ବନ୍ଧୁଗଣ ଯେତେବେଳେ ପରିବେଶ ସଫା ରହିବ, ଆଖପାଖରେ ଆବର୍ଜନା ରହିବ ନାହିଁ ତେବେ ଏହାର ସିଧା ଓ ସକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିବ । ମୁଁ ଯୋଗୀ ଜୀଙ୍କ ସରକାରକୁ ପ୍ରଶଂସା କରିବି ଯେ, ସେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ଖୁବ ଗମ୍ଭୀରତାର ସହ କାମ କରୁଛନ୍ତି । ଏହା ତାଙ୍କ ସରକାରର ଉଦ୍ୟମର ଫଳ ଓ ଯାହାର ବିସ୍ତୃତ ବର୍ଣ୍ଣନା ଏବେ ଯୋଗୀ ଜୀ ଦେଲେ ମସ୍ତିଷ୍କ ଜ୍ୱରର କାରଣ, ସେହି ଜ୍ୱର ଯୋଗୁ ଓ ସଂସଦର ଏମିତି କୌଣସି ଅଧିବେଶନ ନଥିଲା ଯେଉଁଥିରେ ଯୋଗୀ ଜୀ ସଂସଦର ସଦସ୍ୟ ଥିଲେ ଏହି ପ୍ରସଙ୍ଗରେ କଷ୍ଟପୂର୍ଣ୍ଣ କଥା ଶୁଣାଇ ଦେଶକୁ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ । ହଜାର ହଜାର ଶିଶୁଙ୍କର ମୃତ୍ୟୁ ହେଉଥିଲା ଯେତେବେଳେ ଯୋଗୀ ଜୀଙ୍କ ସରକାର ଗଠନ ହେଲା, ସେତେବେଳେ ତ ଆରମ୍ଭ ହୋଇଥିଲା କିନ୍ତୁ ସେହି ମୃତ୍ୟୁ ପାଇଁ ଯେଉଁ ଯୋଗୀ ଜୀଙ୍କ ଏହି ବେମାରୀ ବିରୋଧରେ ସାରା ଜୀବନ ଲଢ଼େଇ କରୁଥିଲେ, ସଂସଦକୁ ଜାଗ୍ରତ କରୁଥିଲେ, ଦେଶକୁ ଜାଗ୍ରତ କରୁଥିଲେ କିଛି ଆପଣା ସ୍ଵାର୍ଥିକ ଗ୍ରୁପ ସେହି ସମସ୍ତ ଘଟଣା ପାଇଁ ପୁରୁଣା କଥାକୁ ଭୁଲି ତାଙ୍କୁ ମୁଣ୍ଡରେ ଲଦିଦେଲେ । କିନ୍ତୁ ଯୋଗୀ ଜୀ ଅଟଳ ରହିଲେ, ଡରିଲେ ନାହିଁ । ଯେଉଁ ପ୍ରସଙ୍ଗକୁ ନେଇ ସେ 30-40 ବର୍ଷ ହେଲା ଲଗାତର କାମ କରି ଆସୁଥିଲେ ତାହା ସେ ଛାଡ଼ିଲେ ନାହିଁ ଓ ଏବେ ଯେଉଁ ପରିସଂଖ୍ୟାନ ଦେଉଥିଲେ ତାହା ମିଡିଆ ନଜରକୁ ଆସିବ କି ନାହିଁ ମୁଁ ଜାଣେନା । କିନ୍ତୁ ଦେଶକୁ ନିହାତି ଧ୍ୟାନ ଦେବାକୁ ପଡ଼ିବ କି ଏହି ପ୍ରକାରର ଗୁରୁତର ରୋଗ, ଯାହାର ମୂଳ କାରଣ ଆବର୍ଜନା ଓ ଆମେ ନିଜର ହଜାର ହଜାର ଶିଶୁଙ୍କୁ ହରାଇଲୁ । ଅନେକ ମାତ୍ରାରେ ସଫଳତା ସହ ଯୋଗୀ ଜୀଙ୍କ ସରକାର ଆଗକୁ ବଢୁଛି । ମୁଁ ତାଙ୍କୁ ଏହି ମାନବତାର ପବିତ୍ର କାର୍ଯ୍ୟ ପାଇଁ ସ୍ୱଚ୍ଛତା ଉପରେ ଜୋର ଦେଇ ଶିଶୁମାନଙ୍କ ଜୀବନ ବଞ୍ଚାଇଛନ୍ତି ଏଥିପାଇଁ ଏଥିସହିତ ଜଡ଼ିତ ରହିଥିବା ସମସ୍ତଙ୍କୁ, ନାଗରିକମାନଙ୍କୁ, ପରିବାର, ସଂସ୍ଥା, ସରକାରଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଆଉ ଏକ ପ୍ରକାର କୃତଜ୍ଞତା ବ୍ୟକ୍ତ କରୁଛି ।
ବନ୍ଧୁଗଣ, ପରିବେଶ ଓ ସ୍ୱାସ୍ଥ୍ୟ ସହ ଜଡ଼ିତ ଆଉ ଏକ ବିଷୟ ହେଲା ଜଳସଙ୍କଟ ଓ ଜଳସଙ୍କଟର ଉପାୟ ହେଲା ଜଳ ଜୀବନ ମିଶନ । ଏହି ମିଶନରେ ଜଳ ସଂରକ୍ଷଣ ଓ ପ୍ରତି ଘରେ ଜଳ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଜଳ ଜୀବନ ମିଶନର ବହୁତ ବଡ଼ ଲାଭ ଗାଁରେ ରହୁଥିବା ଲୋକଙ୍କୁ ମିଳିବ, କୃଷକଙ୍କୁ ମିଳିବ ଓ ସବୁଠାରୁ ବଡ଼ କଥା ହେଲା ମା’, ଭଉଣୀମାନଙ୍କୁ ସୁବିଧା ମିଳିବ । ପାଣି କମ୍ ଖର୍ଚ୍ଚ ହେବାର ସିଧା ଅର୍ଥ ହେଲା ତାର ସଂରକ୍ଷଣ ମଧ୍ୟ ବଢ଼ିବ ।
ବନ୍ଧୁଗଣ, କୃଷକମାନଙ୍କ ଆୟ ବଢ଼ାଇବାରେ ପଶୁପାଳନ ଓ ଅନ୍ୟ ବ୍ୟବସାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପଶୁପାଳନ ହେଉ, ମତ୍ସ୍ୟପାଳନ ହେଉ, କୁକୁଡ଼ା ପାଳନ ହେଉ କି ମହୁମାଛି ପାଳନ ସେଥିରେ ହୋଇଥିବା ନିବେଶ ତୁଳନାରେ ଅଧିକ ରୋଜଗାର ପ୍ରଦାନ କରିଥାଏ । ଏଥିପାଇଁ ଗତ 5 ବର୍ଷ ମଧ୍ୟରେ କୃଷି ସହ ଜଡ଼ିତ ବିକଳ୍ପଗୁଡ଼ିକ ଉପରେ ଆମେ ଅନେକ ନୂଆ ଆପ୍ରୋଚ ନେଇ ଆଗକୁ ଆସିଛୁ । ପଶୁଧନର ଗୁଣବତ୍ତା ଓ ସ୍ୱାସ୍ଥ୍ୟରୁ ଆରମ୍ଭ କରି ଡାଏରୀ ପ୍ରଡକ୍ଟର ଭେରାଇଟିର ବିସ୍ତାର ପାଇଁ ପ୍ରଥମେ ରାଷ୍ଟ୍ରୀୟ ଗୋକୁଳ ମିଶନ ଆରମ୍ଭ ହୋଇଥିଲା ଓ ଏ ବର୍ଷ ଦେଶର ପଶୁମାନଙ୍କ ଉଚିତ ଦେଖାଶୁଣା ପାଇଁ କାମଧେନୁ ଆୟୋଗ ଗଠନ କରିବାକୁ ନିର୍ଣ୍ଣୟ ନେଇଛୁ । ଏହି ନୂଆ ଆପ୍ରୋଚର ପରିଣାମ ସ୍ୱରୂପ ପାଞ୍ଚ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ସାତ ପ୍ରତିଶତ ବୃଦ୍ଧି ହୋଇଛି । ଏହା ସହିତ କୃଷକ ଓ ପଶୁପାଳକଙ୍କ ଆୟ ପ୍ରାୟ 13 ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।
ଆଉ ମୁଁ ନିଜର ଅନୁଭବରୁ କହୁଛି ଆଫ୍ରିକାର ଏକ ଛୋଟ ଦେଶ ରୁଆଣ୍ଡା । ମୁଁ ଗତବର୍ଷ ସେଠାକୁ ଯାଇଥିଲି ଆଉ ଏହି ଖବର ପାଇ କିଛି ଲୋକ ତୁମ୍ବିତୋଫାନ କଲେ ଯେ, ମୋଦିଜୀ ରୁଆଣ୍ଡା ଯାଇ ଅଢ଼େଇ ଶହ ଗାଈ ଉପହାର ଦେଲେ । ହେଲେ ଦେଶ ସାମ୍ନାକୁ ସଂପୂର୍ଣ୍ଣ ଖବର ଆସିଲା ନାହିଁ । ରୁଆଣ୍ଡା ଭଳି ଦେଶ, ଆଫ୍ରିକାର ଦେଶ ସେଠାରେ ଏକ ଅଦ୍ଭୁତ ଯୋଜନା ଚାଲୁଛି ଯେ, ସେଠାକାର ସରକାର ଗାଁର ଲୋକମାନଙ୍କୁ ଗାଈ ଉପହାର ଦିଅନ୍ତି ଓ ପ୍ରଥମ ବାଛୁରୀ ଜନ୍ମ ହେଲେ ତାକୁ ସରକାର ନେବାର ନିୟମ ଅଛି ଓ ଯାହାର ଗାଈ ନାହିଁ ତାକୁ ସେହି ବାଛୁରୀ ଉପହାର ଦିଆଯିବ । ଏପରି ପୂରା ଚେନ୍ ଚାଲେ ଓ ସେମାନଙ୍କ ଉଦ୍ୟମ ଯେ, ରୁଆଣ୍ଡାର ଗାଁର ପ୍ରତି ପରିବାର ପାଖରେ ଗାଈ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଓ ଦେଶର ଅର୍ଥନୀତିର ଭିତ୍ତି ତିଆରି ହେବ । ବହୁତ ବଢ଼ିଆ ଉପାୟରେ ସେମାନେ ଏହି ପ୍ଲାନ ତିଆରି କରିଛନ୍ତି । ଆଉ ମୋତେ ବି ରୁଆଣ୍ଡାର ଗାଁକୁ ଯିବାର ସୁଯୋଗ ମିଳିଥିଲା । ଆଉ ଏହି ଯୋଜନାର ଉଦ୍ଘାଟନର ସୁଯୋଗ ମିଳିଥିଲା ଓ ସେଠାରେ କେଉଁ ଭଳି ଭାବରେ ଗାଁ ଜୀବନରେ ପଶୁପାଳନ ଓ ଖାସ କରି ଗୋ ଦୁଗ୍ଧ ଦ୍ୱାରା ଦୈନିକ ଗୁଜୁରାଣ ମେଣ୍ଟାଇବାର ପୁରା ନେଟୱର୍କ ପ୍ରସ୍ତୁତ ହୋଇଛି । ମୁଁ ମୋ ନିଜ ଆଖିରେ ଦେଖି ଆସିଛି । ହେଲେ ଆମ ଦେଶର ଦୁର୍ଭାଗ୍ୟ ଯେ, କିଛି ଲୋକଙ୍କ କାନରେ ଯଦି ଓମ୍ ଶବ୍ଦ ପଡୁଛି ତେବେ ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି, ଗାଈ ଶବ୍ଦ ପଡୁଛି ତ ଲୋମ ଟାଙ୍କୁରି ଉଠୁଛି ସେମାନଙ୍କୁ ଲାଗୁଛି ଦେଶରେ ଏବେ ଷୋଡ଼ଶ କିମ୍ବା ସପ୍ତଦଶ ଶତାବ୍ଦୀ ଦେଇ ଗତି କରୁଛି । ଏପରି ଜ୍ଞାନ ଦେଶକୁ ବରବାଦ କରୁଥିବା ଲୋକଙ୍କର, ଦେଶକୁ ବରବାଦ କରିବା ପାଇଁ ସେମାନେ ସମସ୍ତ ଉଦ୍ୟମ କରି ସାରିଛନ୍ତି । ଆଉ ସେଥିପାଇଁ ଭାରତର ଗ୍ରାମୀଣ ଜୀବନର ଅର୍ଥ ବ୍ୟବସ୍ଥାରେ ପଶୁଧନର ଖୁବ ଗୁରୁତ୍ୱ ରହିଛି । କେହି କଳ୍ପନା କରିଛନ୍ତି କି ପଶୁଧନ ବିନା ଅର୍ଥ ବ୍ୟବସ୍ଥା ଚାଲି ପାରିବ, ଗାଁ ଚାଲିପାରିବ, ଗାଁର ପରିବାର ଚଳିପାରିବ କିନ୍ତୁ ଜଣାନାହିଁ କାହିଁକି କିଛି ଶବ୍ଦ ଶୁଣି କରେଣ୍ଟ ଲାଗିଯାଉଛି କିଛି ଲୋକଙ୍କୁ ।
ବନ୍ଧୁଗଣ, ପଶୁଧନକୁ ନେଇ ସରକାର କେତେ ଗମ୍ଭୀର ଅଛନ୍ତି ତାର ଅନୁମାନ ଏହି କଥାରୁ ଲଗା ଯାଇପାରିବ ଯେ ସରକାର ଗଠନ ହେବାର ଶହେ ଦିନ ମଧ୍ୟରେ ନିଆ ଯାଇଥିବା ବଡ଼ ଫଇସଲା ମଧ୍ୟରେ ପଶୁ ଟିକାକରଣ ସାମିଲ ରହିଛି । ଏହି ଅଭିଯାନକୁ ବିସ୍ତୃତ କରିବା ପାଇଁ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ବନ୍ଧୁଗଣ, ଆପଣ ସମସ୍ତେ ଭଲ ଭାବେ ଜାଣିଛନ୍ତି ପଶୁଧନ ଅସୁସ୍ଥ ହୋଇପଡ଼ିବା କେତେ ବଡ଼ ଆଘାତ ଦେଇଥାଏ । ଆମ ପଶୁମାନେ ବାରମ୍ବାର ଅସୁସ୍ଥ ନହୁଅନ୍ତୁ ସେମାନଙ୍କ ଚିକିତ୍ସା ପାଇଁ କୃଷକମାନଙ୍କୁ ବିନା କାରଣରେ ଖର୍ଚ୍ଚ ନକରିବାକୁ ପଡୁ, ପଶୁପାଳକଙ୍କୁ ଖର୍ଚ୍ଚ ନକରିବାକୁ ପଡୁ ଏହି ଚିନ୍ତାଧାରା ନେଇ ଆଜି 13 ହଜାର କୋଟି ଟଙ୍କାର ଏକ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏଫଏମଡି ମାନେ ଫୁଟ୍ ଆଣ୍ଡ ମାଉଥ ଡିଜିଜକୁ ମୁକ୍ତି, ସଂପୂର୍ଣ୍ଣ ଭାରତ ଏହି ରୋଗରୁ ପଶୁମାନଙ୍କୁ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆମେ ଆରମ୍ଭ କରୁଛୁ ।
ଏଫଏମଡି ମାନେ ଫୁଟ୍ ଆଣ୍ଡ ମାଉଥ ଡିଜିଜ୍ ଉତ୍ତର ପ୍ରଦେଶର ଗାଁର କିଛି ଅଞ୍ଚଳରେ ଏହା ପାଇଁ ଏକ ଶବ୍ଦ ପ୍ରୟୋଗ ହୁଏ ମୁହଁପଚା । ଏହି ମୁହଁପଚା ରୋଗରୁ ମୁକ୍ତି ପାଇଁ ଏହି ଅଭିଯାନ । ଆଉ ଆପଣମାନେ ବିସ୍ମିତ ହେବେ ପୃଥିବୀର ଅନେକ ଦେଶ ଏହି କାମ ଦ୍ୱାରା ନିଜ ଦେଶରେ ଅଭିଯାନ ଆରମ୍ଭ କରି ପଶୁମାନଙ୍କୁ ଏହି ରୋଗରୁ ମୁକ୍ତ କରିଛନ୍ତି । ଅନେକ ଛୋଟ ଛୋଟ ଗରିବ ଦେଶ ଏହି କାମ କରି ସାରିଛନ୍ତି । ହେଲେ ଦୁର୍ଭାଗ୍ୟ ଏତେ ସରକାର ଆସିଛନ୍ତି ଯାଇଛନ୍ତି ଏହି ଅଭିଯାନ କରିଛନ୍ତି ହେଲେ ଆମେ ପରିଣାମ ଲାଭ କରିନାହୁଁ ।
ପୃଥିବୀର ଗରିବ, ଛୋଟ ଦେଶ ଯଦି ପଶୁମାନଙ୍କୁ ସମସ୍ୟାରୁ ମୁକ୍ତି ଦେଇ ପାରୁଛନ୍ତି ତେବେ ଶ୍ରୀକୃଷ୍ଣଙ୍କ ଏହି ଭୂମିରେ କୌଣସି ପଶୁ ଏପରି ସମସ୍ୟାରେ ରହିବା ଉଚିତ ନୁହେଁ ଓ ଏଥିରୁ ମୁକ୍ତି ପାଇଁ 51 କୋଟି ଗାଈ, ମଇଁଷି, ଛେଳିମେଣ୍ଢା ଓ ଘୁଷୁରୀଙ୍କୁ ବର୍ଷକୁ ଦୁଇ ଥର ଟିକା ଦିଆଯିବ । ଏତିକି ନୁହେଁ, ପଶୁଙ୍କର ଟିକାକରଣ ପରେ ଆଧାର ବା ୟୁନିକ ଆଇଡି ଦେଇ କାନରେ ଟ୍ୟାଗ ଲଗାଯିବ । ପଶୁମାନଙ୍କର ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ହେବ ।
ଭାଇ ଓ ଭଉଣୀମାନେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏକମାତ୍ର ଉଦ୍ଦେଶ୍ୟ ଆମର ପଶୁଧନ ସୁସ୍ଥ ରୁହନ୍ତୁ, ପୋଷଣ ଯୁକ୍ତ ରୁହନ୍ତୁ, ପଶୁମାନଙ୍କ ନୂଆ ପ୍ରଜାତିର ବିକାଶ ହେଉ, ସେସବୁ ଦ୍ୱାରା ଆମ ପଶୁପାଳକଙ୍କ ଆୟ ମଧ୍ୟ ବଢ଼ିବ । ଆମ ପିଲାମାନଙ୍କୁ ଉଚିତ ମାତ୍ରାରେ ଦୁଗ୍ଧ ପାଇପାରିବେ ଓ ପୃଥିବୀର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦକ ଭାବରେ ଭାରତର ପରିଚୟ ରହିବ ।
ଭାଇ ଓ ଭଉଣୀମାନେ ଭାରତର ଡାଏରୀ କ୍ଷେତ୍ରର ବିସ୍ତାର ପାଇଁ ଆମକୁ ଅଭିନବତାର ଆବଶ୍ୟକତା ରହିଛି, ନୂଆ ପ୍ରଯୁକ୍ତିର ଆବଶ୍ୟକତା ରହିଛି । ଏହି ଇନୋଭେସନ ଆମ ଗ୍ରାମୀଣ ସମାଜରୁ ମଧ୍ୟ ଆସିଛି, ଏଥିପାଇଁ ଆଜି Startup Grand Challengeରେ ମୁଁ ଦେଶର ଯୁବ ବର୍ଗଙ୍କୁ କହୁଛି ବାଙ୍ଗାଲୋର, ହାଇଦ୍ରାବାଦରେ Startup ଉପରେ କାମ କରୁଥିବା ଦେଶର ପ୍ରତିଭାବାନ ଯୁବବର୍ଗଙ୍କୁ ବିଶେଷ ଭାବରେ କହୁଛି IITରେ ପଢୁଥିବା ପ୍ରତିଭାବନ ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବରେ କହୁଛି ଆଜି ଆରମ୍ଭ ହୋଇଥିବା Startup Grand Challengeର କୁ ଗ୍ରହଣ କରନ୍ତୁ । ଆପଣମାନେ ସେଥିରେ ଜଡ଼ିତ ହୁଅନ୍ତୁ ଓ ଆମକୁ ସବୁଜ ଘାସର ଉଚିତ ବ୍ୟବସ୍ଥା କିପରି ହୋଇପାରିବ ତାର ସମାଧାନ ଖୋଜିବାକୁ ପଡ଼ିବ, ସେମାନଙ୍କୁ ମଧ୍ୟ ପୋଷକ ଆହାର କିପରି ମିଳିପାରିବ । ପ୍ଲାଷ୍ଟିକ ଥଳିର ଶସ୍ତା ଓ ସୁଲଭ ବିକଳ୍ପ କ’ଣ ହୋଇପାରିବ । ଏପରି ଅନେକ ବିଷୟର ସମାଧାନ ଦେବା ପାଇଁ Startup ଆରମ୍ଭ ହେବା ଦରକାର, ଆରମ୍ଭ ହୋଇପାରିବ ଓ ଭାରତ ସରକାର ଆଜି ସେହି ଚ୍ୟାଲେଞ୍ଜ ଆପଣଙ୍କ ଆଗରେ ଲଞ୍ଚ କରିଛନ୍ତି । ଆସନ୍ତୁ ନୂଆ Ideas ନେଇ ଆସନ୍ତୁ ଦେଶର ସମସ୍ୟାର ସମାଧାନ ଦେଶର ମାଟିରୁ ହିଁ ବାହାରିବ, ଏହା ମୋର ବିଶ୍ୱାସ ।
ମୁଁ ନିଜର ଯୁବ ସାଥୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ସେମାନଙ୍କ Ideas ଉପରେ ଗମ୍ଭୀର ଭାବେ ବିଚାର କରାଯିବ, ସେଗୁଡ଼ିକୁ ଆଗକୁ ନିଆଯିବ ଓ ଜରୁରି ନିବେଶର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିରୁ ରୋଜଗାରର ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହେବ ।
ବନ୍ଧୁଗଣ, ମଥୁରା ସହ ସଂପୂର୍ଣ୍ଣ ବ୍ରଜ କ୍ଷେତ୍ର ଆଧାତ୍ମ ଓ ଆସ୍ଥାର ସ୍ଥାନ । ଏଠାରେ ହେରିଟେଜ ଟୁରିଜିମର ଅସୀମ ସମ୍ଭାବନା ରହିଛି । ମୁଁ ଖୁସି ଯେ, ଯୋଗୀ ଜୀଙ୍କ ସରକାର ଏହି ଦିଗରେ ସକ୍ରିୟତାର ସହ କାମ କରୁଛନ୍ତି । ଆଜି ମଥୁରା, ନନ୍ଦଗାଁ, ଗୋବର୍ଦ୍ଧନ, ବରସାନାର ସୌନ୍ଦର୍ଯ୍ୟକରଣ, beautification or connectivity ସହ ଜଡ଼ିତ ଅନେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଠାରେ ପ୍ରସ୍ତୁତ ହେବାକୁ ଥିବା ସୁବିଧାଗୁଡିକ କେବଳ ୟୁପି ପାଇଁ ନୁହେଁ ସାରା ଦେଶର ପର୍ଯ୍ୟଟନକୁ ପରିପୁଷ୍ଟ କରିବ । ବିଗତ ପାଞ୍ଚ ବର୍ଷରେ ପର୍ଯ୍ୟଟନର ଗ୍ଲୋବାଲ ରାଙ୍କିଂର ପରିଣାମ ଆସିଛି ଓ ଏଥିରେ ଭାରତ 34 ନମ୍ବର ସ୍ଥାନରେ ପହଞ୍ଚି ଯାଇଛି, 2013ରେ ଭାରତ 65ତମ ସ୍ଥାନରେ ଥିଲା । ଏହି କ୍ଷେତ୍ରରେ ରୋଜଗାର ମଧ୍ୟ ନିରନ୍ତର ବୃଦ୍ଧି ହେଉଛି ।
ବନ୍ଧୁଗଣ, 11 ସେପ୍ଟେମ୍ବରର ଆଜିର ଦିନରେ ଏକ ଶତାବ୍ଦୀ ପୂର୍ବରୁ ସ୍ୱାମୀ ବିବେକାନନ୍ଦ ଜୀ ଚିକାଗୋରେ ଐତିହାସିକ ଭାଷଣ ଦେଇଥିଲେ । ଏହି ଭାଷଣ ମାଧ୍ୟମରେ ପୂରା ବିଶ୍ୱ ଭାରତର ସଂସ୍କୃତି, ଆମ ପରମ୍ପରାକୁ ଆହୁରି ଗଭୀର ଭାବେ ବୁଝିଥିଲା । ନିଜ ସମ୍ବୋଧନରେ ସ୍ୱାମୀ ବିବେକାନନ୍ଦ ଜୀ ବିଶ୍ୱ ଶାନ୍ତି ପାଇଁ ଭାରତର ଦର୍ଶନକୁ ଉପସ୍ଥାପିତ କରିଥିଲେ । ହେଲେ ଦୁର୍ଭାଗ୍ୟ ଦେଖନ୍ତୁ, ସେହି 11 ସେପ୍ଟେମ୍ବର 9/11ରେ ଆମେରିକା ଉପରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଲା ଯେ, ସାରା ବିଶ୍ୱ ଦୋହଲି ଗଲା ।
ଭାଇ ଓ ଭଉଣୀମାନେ, ଆଜି ଆତଙ୍କବାଦ ଏକ ବିଚାରଧାରା ପାଲଟିଛି । କୌଣସି ନିର୍ଦ୍ଦିଷ୍ଟ ଦେଶର ସମସ୍ୟା ନୁହେଁ ଏହା ଏବେ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛି, ବିଶ୍ୱସ୍ତରୀୟ ବିଶ୍ୱାସ ପାଲଟିଛି, ଯାହାର ମଜବୁତ ଜଡ଼ ଆମ ପଡ଼ୋଶୀ ଦେଶରେ ପ୍ରସ୍ଫୁଟିତ ହେଉଛି । ଏହି ବିଚାରଧାରା ପ୍ରୋତ୍ସାହନଦାତା, ଆତଙ୍କବାଦୀଙ୍କୁ ଆଶ୍ରୟ ଓ ପ୍ରଶିକ୍ଷଣଦାତାଙ୍କ ବିରୋଧରେ ଆଜି ସଂପୂର୍ଣ୍ଣ ବିଶ୍ୱକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି, କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଭାରତ ନିଜ ସ୍ତରରେ ଏହି ସମସ୍ୟା ସହ ଲଢିବା ପାଇଁ ସଂପୂର୍ଣ୍ଣ ଭାବରେ ସକ୍ଷମ । ଆମେ ଏହା ପ୍ରଦର୍ଶନ କରିଛୁ ଓ ଆଗକୁ ମଧ୍ୟ ପ୍ରଦର୍ଶନ କରିବୁ । ନିକଟରେ ଆତଙ୍କବାଦ ନିରୋଧ ଆଇନ କଠୋର କରିବା ନିଷ୍ପତ୍ତି ମଧ୍ୟ ସେ ଦିଗରେ ହୋଇଥିବା ପ୍ରୟାସର ଅଂଶବିଶେଷ । ଏବେ ଆଉ ସଂଗଠନ ନାଁ ବଦଳାଇ ଆତଙ୍କବାଦୀ ନିଜ କାରାନାମା ଲୁଚାଇ ପାରିବେ ନାହିଁ ।
ଭାଇ ଓ ଭଉଣୀମାନେ, ଆତଙ୍କବାଦ ସମସ୍ୟା ହେଉ କି ପ୍ରଦୂଷଣ ହେଉ କି ରୋଗ ହେଉ ଆମକୁ ମିଳି ମିଶି ଏହାକୁ ପରାଜିତ କରିବାକୁ ପଡ଼ିବ । ଆସନ୍ତୁ ସଂକଳ୍ପବଦ୍ଧ ହୋଇ ଆଗକୁ ବଢିବା ଓ ଆଜି ଯେଉଁ ଉଦ୍ଦେଶ୍ୟରେ ଆମେ ଏଠି ଏକାଠି ହୋଇଛୁ, ତାକୁ ହାସଲ କରିବା ପାଇଁ ପ୍ରୟାସ କରିବା । ପୁଣି ଥରେ ଆପଣଙ୍କୁ ବିକାଶର ନୂଆ ନୂଆ ପରିଯୋଜନା ପାଇଁ ମୋ ତରଫରୁ ଅନେକ ଶୁଭକାମନା ଦେଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଦୃଦୟରୁ ଗଭୀର କୃତଜ୍ଞତା ଜଣାଉଛି । ସମସ୍ତ ଶକ୍ତି ପ୍ରୟୋଗ କରି ମୋ ସହିତ କୁହନ୍ତୁ, ଦୁଇ ହାତ ଉପରକୁ କରି କୁହନ୍ତୁ…..
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଅନେକ ଅନେକ ଧନ୍ୟବାଦ ।
***************
In one of the major efforts towards doubling the Farmers Income, Prime Minister @narendramodi shall be launching the National Animal Disease Control Programme (NADCP) for eradicating the Foot and Mouth Disease (FMD) and Brucellosis in the livestock, today from Mathura in UP.
— PMO India (@PMOIndia) September 11, 2019
With 100 Percent funding from the Central Government, of Rs 12,652 Crores for a period of five years till 2024, the programme aims at vaccinating over 500 Million Livestock including cattle, buffalo, sheep, goats and pigs against the FMD.
— PMO India (@PMOIndia) September 11, 2019
The programme also aims at vaccinating 36 Million Female Bovine Calves annually in its fight against the Brucellosis disease.
— PMO India (@PMOIndia) September 11, 2019
The Programme has two components – to control the diseases by 2025 and eradication by 2030.
Also expected is the simultaneous launch of the nationwide workshops in KrishiVigyanKendras in all the 687 Districts of the country on the topic of vaccination, disease management, artificial insemination and productivity.
— PMO India (@PMOIndia) September 11, 2019
During his visit to Mathura on the 11th September, the Prime Minister shall also be taking up the ‘Swachhta Hi Seva’ Programme.
— PMO India (@PMOIndia) September 11, 2019
ब्रजभूमि ने हमेशा से ही पूरे विश्व को, पूरी मानवता को, जीवन को प्रेरित किया है।
— PMO India (@PMOIndia) September 11, 2019
आज पूरा विश्व पर्यावरण संरक्षण के लिए, रोल मॉडल ढूंढ रहा है।
लेकिन भारत के पास भगवान श्रीकृष्ण जैसा प्रेरणा स्रोत हमेशा से रहा है, जिनकी कल्पना ही पर्यावरण प्रेम के बिना अधूरी है: PM
पर्यावरण और पशुधन हमेशा से भारत के आर्थिक चिंतन का बहुत ही महत्वपूर्ण हिस्सा रहा है।
— PMO India (@PMOIndia) September 11, 2019
यही कारण है कि चाहे स्वच्छ भारत हो, जल जीवन मिशन हो या फिर कृषि और पशुपालन को प्रोत्साहन, प्रकृति और आर्थिक विकास में संतुलन बनाकर ही हम सशक्त औऱ नए भारत के निर्माण की तरफ आगे बढ़ रहे हैं: PM
थोड़ी देर पहले ‘स्वच्छता ही सेवा अभियान’ की शुरुआत की गई है।
— PMO India (@PMOIndia) September 11, 2019
नेशनल एनीमल डिजीज़ कंट्रोल प्रोग्राम को भी लॉन्च किया गया है। पशुओं के स्वास्थ्य, संवर्धन, पोषण और डेयरी उद्योग से जुड़ी कुछ अन्य योजनाएं भी शुरू हुई हैं: PM
इसके अलावा मथुरा के इंफ्रास्ट्रक्चर और पर्यटन से जुड़े कई प्रोजेक्ट्स का शिलान्यास और उद्घाटन भी आज हुआ है: PM
— PMO India (@PMOIndia) September 11, 2019
हमें ये कोशिश करनी है कि इस वर्ष 2 अक्तूबर तक अपने घरों को, अपने दफ्तरों को, अपने कार्यक्षेत्रों को सिंगल यूज प्लास्टिक से मुक्त करें: PM
— PMO India (@PMOIndia) September 11, 2019
मैं देश भर में, गांव-गांव में काम कर रहे हर सेल्फ हेल्प ग्रुप से, सिविल सोसायटी से, सामाजिक संगठनों से, युवक मंडलों से, महिला मंडलों से, क्लबों से, स्कूल और कॉलेज से, सरकारी और निजी संस्थानों से, हर व्यक्ति हर संगठन से इस अभियान से जुड़ने का आग्रह करता हूं: PM
— PMO India (@PMOIndia) September 11, 2019
किसानों की आय बढ़ाने में पशुपालन और दूसरे व्यवसायों का भी बहुत बड़ा रोल है। पशुपालन हो, मछली पालन हो या मधुमक्खी पालन, इन पर किया गया निवेश, ज्यादा कमाई कराता है। इसलिए बीते 5 वर्षों में कृषि से जुड़े दूसरे विकल्पों पर हम एक नई अप्रोच के साथ आगे बढ़े हैं: PM
— PMO India (@PMOIndia) September 11, 2019
पशुधन की गुणवत्ता और स्वास्थ्य से लेकर डेयरी प्रोडक्ट्स की वैरायटी को विस्तार देने के लिए जो भी जरूरी कदम थे वो उठाए गए हैं: PM
— PMO India (@PMOIndia) September 11, 2019
भारत के डेयरी सेक्टर को विस्तार देने के लिए, हमें Innovation की ज़रूरत है, नई तकनीक की जरूरत है। ये इनोवेशन हमारे ग्रामीण समाज से भी आए, इसलिए आज Startup Grand Challenge की शुरुआत भी की गई है: PM
— PMO India (@PMOIndia) September 11, 2019
हमें समाधान खोजने हैं कि हरे चारे की उचित व्यवस्था कैसे सुनिश्चित हो, उन्हें भी पोषक आहार कैसे मिले? प्लास्टिक की थैलियों का सस्ता और सुलभ विकल्प क्या हो सकता है? ऐसे अनेक विषयों का हल देने वाले स्टार्ट अप शुरू किए जा सकते हैं: PM
— PMO India (@PMOIndia) September 11, 2019
मैं अपने युवा साथियों को आश्वस्त करता हूं कि उनके Ideas पर गंभीरता से विचार होगा, उन्हें आगे बढ़ाया जाएगा और ज़रूरी निवेश की व्यवस्था भी की जाएगी। इससे रोज़गार के अनेक नए अवसर भी तैयार होंगे: PM
— PMO India (@PMOIndia) September 11, 2019
मथुरा में पशु आरोग्य मेले के कुछ पल।
— Narendra Modi (@narendramodi) September 11, 2019
‘मुंहपका’ से मुक्ति के लिए 51 करोड़ गाय-भैंस, भेड़-बकरी और सुअरों को साल में दो बार टीके लगाए जाएंगे।
जिन पशुओं का टीकाकरण हो जाएगा, उनको ‘पशु आधार’ यानि ‘यूनिक आईडी’ देकर कानों में टैग लगाया जाएगा। स्वास्थ्य कार्ड भी जारी किया जाएगा। pic.twitter.com/2Sq42vZpRr
As we begin ‘Swachhata Hi Seva’ and pledge to reduce single use plastic, I sat down with those who segregate plastic waste.
— Narendra Modi (@narendramodi) September 11, 2019
I salute them for their hardwork and contribution towards fulfilling Bapu’s dream. pic.twitter.com/3ARJ2CenZH